Advertisment

ଶିଶୁ ମୃତ୍ୟୁ ଘଟଣାରେ ବନ୍ଧା ହେଲେ ସିରପ କମ୍ପାନୀର ୩ କର୍ମଚାରୀ

ଗୁରୁବାର ରାତିରେ ମାରିଅନ ବାୟୋଟେକ୍‌ର ୫ ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଥିଲା। ଏମାନଙ୍କ ମଧ୍ୟରେ ୨ ଜଣ ନିର୍ଦ୍ଦେଶକଙ୍କ ନାଁ ମଧ୍ୟ ରହିଥିଲା।

Syrup

Syrup

Advertisment

ନୋଏଡାରେ ଥିବା ଗୋଟିଏ ଫାର୍ମାସିଟ୍ୟୁକାଲ କମ୍ପାନୀର ୩ ଜଣ କର୍ମଚାରୀଙ୍କୁ ଗିରଫ କରିଛି ପୁଲିସ୍‌। ଏହି କମ୍ପାନୀ ତିଆରି କରୁଥିବା ସିରପ ଖାଇ ଗତବରର୍ଷ ଉଜବେକିସ୍ତାନରେ ୧୮ ଜଣ ଛୋଟ ପିଲାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରି ନୋଏଡା ପୁଲିସ କମ୍ପାନୀର ୩ ଜଣଙ୍କୁ ଗିରଫ କରିଛି।

Advertisment

ଗୁରୁବାର ରାତିରେ ମାରିଅନ ବାୟୋଟେକ୍‌ର ୫ ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଥିଲା। ଏମାନଙ୍କ ମଧ୍ୟରେ ୨ ଜଣ ନିର୍ଦ୍ଦେଶକଙ୍କ ନାଁ ମଧ୍ୟ ରହିଥିଲା। ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ(ସିଡିଏସ୍‌ସିଓ)ର ଜଣେ ଡ୍ରଗ୍ସ ଇନସପେକ୍ଟରଙ୍କ ଅଭିଯୋଗକ୍ରମେ ଏପରି ଏଫଆଇଆର ରୁଜୁ କରାଯାଇଥିଲା।

କେନ୍ଦ୍ର ଓ ଉତ୍ତର ପ୍ରଦେଶର ଡ୍ରଗ୍ସ ଅଧିକାରୀମାନେ ମାରିଅନ ବାୟୋଟେକ୍‌ର ଔଷଧଗୁଡ଼ିକ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ୨୨ଟି ଔଷଧର ଉପଯୁକ୍ତ ଗୁଣବତ୍ତା ନଥିବା ଜଣାପଡ଼ିଥିଲା। ଏପରି ତଥ୍ୟ ମିଳିବା ପରେ ଡ୍ରଗ ଇନସପେକ୍ଟର ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ।

Advertisment

ନୋଏଡାର ଫେଜ-୩ ପୁଲିସ ଷ୍ଟେସନ ଇନଚାର୍ଜ ବିଜୟ କୁମାର କହିଛନ୍ତି, “ଏଫଆଇରେ ୫ ଜଣଙ୍କ ନାଁ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଛି। ୨ ନିର୍ଦ୍ଦେଶକ ଧରା ପଡ଼ି ନାହାନ୍ତି। କମ୍ପାନୀର ହେଡ ଅପରେସନ ତୁହିନ ଭଟ୍ଟାଚାର୍ଯ୍ୟ, ମାନ୍ୟୁଫ୍ୟାକଚରିଂ କେମେଷ୍ଟି ଅତୁଲ ରାୱତ ଓ ଆନାଲିଟିକାଲ କେମେଷ୍ଟି ମୋଲ ସିଂହଙ୍କୁ ଗିରଫ କରାଯାଇଛି।”

ନୋଏଡାର ସେକ୍ଟର ୬୭ରେ ଥିବା ମାରିଅନ ବାୟୋଟେକ୍‌ ପିଲାଙ୍କ ପାଇଁ ପ୍ରସ୍ତୁତ କରୁଥିବା ୨ ପ୍ରକାରର ସିରପ୍‌କୁ ନେଇ ଉଜବେକିସ୍ତାନରେ ପ୍ରଥମ ପ୍ରଶ୍ନ ଉଠିଥିଲା। ଏହାପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମେଡିକାଲ ପ୍ରଡକ୍ଟ ଆଲର୍ଟ ଜାରି କରି ମାରିଅନ ବାୟୋଟେକ ପ୍ରସ୍ତୁତ କରୁଥିବା ସବ୍‌ଷ୍ଟାଣ୍ଡାର୍ଡ ମେଡିକାଲ ପ୍ରଡକ୍ଟ, ଯେଉଁଥିରେ ଏମିତି କିଛି ଦୂଷିତ ଉପାଦନ ରହିଛି ଯାହା ଗୁଣବତ୍ତା ଓ ସୁରକ୍ଷା ସମ୍ପର୍କିତ ମାନଦଣ୍ଡକୁ ହାସଲ କରିବାରେ ବିଫଳ। ତେଣୁ ଏହାକୁ କେହି ବ୍ୟବହାର କରନ୍ତୁ ନାହିଁ ବୋଲି କହିଥିଲା।

୨୦୨୨ ଡିସେମ୍ବର ୨୨ରେ ଉଜବେକିସ୍ତାନରୁ କମ୍ପାନୀ ପ୍ରସ୍ତୁତ କରୁଥିବା ୨ଟି ସର୍ବଷ୍ଟାଣ୍ଡାର୍ଡ ବା ଖରାପ କଫ ସିରପ ଚିହ୍ନଟ କରାଯାଇଥିଲା। ଏହାକୁ ପରୀକ୍ଷା କରିବା ପରେ ଏଗୁଡ଼ିକ ପିଲାଙ୍କ ପାଇଁ ଆଦୌ ସୁରକ୍ଷିତ ନୁହେଁ ବୋଲି ଜଣାପଡ଼ିଛି। AMBRONOL ସିରପ ଓ DOK-1 Max ସିରପକୁ ଏଥିପାଇଁ ବ୍ୟାନ କରାଯାଇଥିଲା।

ମାରିଅନ ବାୟୋଟେକର କଫ୍‌ ସିରପ ଖାଇ ଉଜବେକିସ୍ତାନରେ ୧୮ଜଣ ଛୋଟ ପିଲା ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ କମ୍ପାନୀ ପ୍ରଡକ୍ଟର ଯାଞ୍ଚ ଆରମ୍ଭ ହୋଇଥିଲା। ଉତ୍ତର ପ୍ରଦେଶ ସରକାର ମଧ୍ୟ କମ୍ପାନୀର ଉତ୍ପାଦନ ଲାଇସେନ୍ସକୁ ବାତିଲ କରିଥିଲେ ଓ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ପଠାଇଥିଲେ।

WHO Cough Syrup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe