Advertisment

ତୀର୍ଥ ଯାତ୍ରୀଙ୍କ ଉପରେ ହମଲା: ଜଙ୍ଗଲରେ ଲୁଚିଛନ୍ତି ୩ ବିଦେଶୀ ଆତଙ୍କୀ

ହମଲା ପଛରେ ୩ ଜଣ ବିଦେଶୀ ଆତଙ୍କବାଦୀ ଥିବା ଜଣାପଡ଼ିଛି। ଏବେ ସେମାନେ ଜଙ୍ଗଲ ଭିତରେ ଚୁଲିଛନ୍ତି। ତେଣୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଯାଇଛି।

author-image
Hemant Lenka
Terrorist

Terrorist

ଜମ୍ମୁ-କଶ୍ମୀର ରୈସିରେ ରବିବାର ସନ୍ଧ୍ୟା ବେଳେ ଆତଙ୍କବାଦୀମାନେ ଗୋଟିଏ ତୀର୍ଥ ଯାତ୍ରୀ ବସ୍‌ ଉପରେ ଆକ୍ରମଣ କରିଥିଲେ। ଆତଙ୍କୀଙ୍କ ଗୁଳିମାଡ଼ ଯୋଗୁ ବସ୍‌ଟି ଖାଇକୁ ଖସି ପଡ଼ିଥିଲା। ଫଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଥିଲେ।

Advertisment

ଏହି ହମଲା ପଛରେ ୩ ଜଣ ବିଦେଶୀ ଆତଙ୍କବାଦୀ ଥିବା ଜଣାପଡ଼ିଛି। ଏବେ ସେମାନେ ଜଙ୍ଗଲ ଭିତରେ ଚୁଲିଛନ୍ତି। ତେଣୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ, ୩ ଜଣଙ୍କ ମଧ୍ୟରୁ ୨ ଜଣ ଜଙ୍ଗଲର ଉପର ଭାଗରେ ରହିଛନ୍ତି। ତେଣୁ ସେମାନଙ୍କୁ ଠାବ କରିବା କଷ୍ଟକର ହେଉଛି। ତଥାପି ସୁରକ୍ଷାକର୍ମୀମାନେ ପୂରା ଜଙ୍ଗଲକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ।

Advertisment

ଆତଙ୍କବାଦୀଙ୍କୁ ଧରିବାକୁ ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଆତଙ୍କବାଦୀଙ୍କୁ ଖୋଜିବାକୁ ଡ୍ରୋନ ଓ ହେଲିକପ୍ଟରର ସାହାଯ୍ୟ ନେଇଛନ୍ତି ଯବାନ। ସ୍ଥାନୀୟ ପୁଲିସ୍‌ ମଧ୍ୟ ସେନା ବାହିନୀ ସହ ସର୍ଚ୍ଚ ଅପରେସନରେ ସାମିଲ ହୋଇଛନ୍ତି। 

ଆତଙ୍କୀମାନେ ହମଲା କରିବା ବେଳେ ଆମେରିକା ନିର୍ମିତ ଏମ ୪ କାରବାଇ ରାଇଫଲ୍ସର ବ୍ୟବହାର କରିଥିଲେ। ଏହି ରାଇଫଲକୁ ବିଶ୍ୱର ବିଭିନ୍ନ ସେନା ବାହିନୀ ବ୍ୟବହାର କରନ୍ତି। ପାକିସ୍ତାନର ସ୍ପେଶାଲ ‍ଫୋର୍ସ ଓ ସିନ୍ଧ ପ୍ରଦେଶରେ ମୁତୟନ ସ୍ପେଶାଲ ସିକ୍ୟୁରିଟୀ ୟୁନିଟ ପାଖରେ ମଧ୍ୟ ଏହି ରାଇଫଲ ଉପଲବ୍ଧ ରହିଛି।

ତେଣୁ ଆତଙ୍କବାଦୀମାନେ ପାକିସ୍ତାନରୁ ଆସି ଏଠାରେ ହମଲା କରିଥିବା ସ୍ପଷ୍ଟ ହୋଇଛି। ଏଥିସହ ଏନ୍‌ଆଇଏ ଟିମ୍‌ ଘାଟଣା ସ୍ଥଳକୁ ଯାଇ ଯାଞ୍ଚ ଆରମ୍ଭ କରିଛି। ଜମ୍ମୁ କଶ୍ମୀରର ଡିଜାଷ୍ଟର ରେସପନ୍ସ ଟିମକୁ ମୁତୟନ କରାଯାଇଛି।

ଘଟଣାକୁ ଜମ୍ମୁ-କଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା ନିନ୍ଦା କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟକ୍ତିଗତ ଭାବେ ସ୍ଥିତିର ସମୀକ୍ଷା କରୁଥିବା ସେ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ରବିବାର ହମ୍‌ଲା ପାଇଁ ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଲସ୍କର ସମର୍ଥିତ ସଙ୍ଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ତଥା ଟିଆର୍‌ଏଫ୍‌ ନିଜକୁ ଦାୟୀ କରିଛି।

ସୋଶାଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଟିଆର୍‌ଏଫ୍‌ ଏହି ଆକ୍ରମଣ ପାଇଁ ନିଜୟକୁ ଦାୟୀ କରିବା ସହ କଡ଼ା ଚେତାବନୀ ଦେଇଛି। ଏହା କେବଳ ଆରମ୍ଭ ମାତ୍ର। ଆଗକୁ ଆହୁରି ଆକ୍ରମଣ କରାଯିବ। ପର୍ଯ୍ୟଟକ ଏବଂ ପ୍ରବାସୀଙ୍କ ଉପରେ ଅଧିକ ଆକ୍ରମଣ କରିବାକୁ ଟିଆର୍‌ଏଫ୍‌ ଧମକ ଦେଇଛି।

Terror Attack Jammu Kashmir Terrorist