Advertisment

ଲୋକଙ୍କ ଟଙ୍କାରେ IAS ଅଫିସରଙ୍କ ବିଳାଶପୂର୍ଣ୍ଣ ବିଦେଶ ଭ୍ରମଣ, ଆସିଲା ସାଂଘାତିକ ତଥ୍ୟ

୨୦୧୫ରେ ବାବୁମାନେ ଲୋକଙ୍କ ଟଙ୍କାରେ ମଉଜ କରିବାକୁ ଗଲା ବେଳେ ପଞ୍ଜାବର ତତ୍କାଳୀନ ରାଜ୍ୟପାଳ କପ୍ତାନ ସିଂହ ସୋଲାଙ୍କି ଚଣ୍ଡିଗଡ଼ ପ୍ରଶାସନର ଅତିରିକ୍ତ ଦାୟିତ୍ୱରେ ଥିଲେ।

IAS

IAS

Advertisment

ବିଜନେସ କ୍ଲାସ ଟିକେଟ। ବିଳାଶପୂର୍ଣ୍ଣ ୫ ଷ୍ଟାର ହୋଟେଲରେ ରହଣୀ। ହିସାବ ବାହାରେ ମନଇଚ୍ଛା ଖର୍ଚ୍ଚ। ୩ ଜଣ ଆଇଏଏସ ଅଫିସରଙ୍କ ଏପରି ବିଦେଶ ଭ୍ରମଣର ଗୁମର ଖୋଲିଛି। ୨୦୧୫ରେ ଏମାନେ ଫ୍ରାନ୍ସ ଗସ୍ତ କରିଥିଲେ। ଟିକସଦାତାଙ୍କ ଟଙ୍କାରେ ଏମାନେ ବିଦେଶରେ ମଉଜ କରିବା ଘଟଣାର ସାଂଘାତିକ ସତ ସାମ୍ନାକୁ ଆସିଛି।

Advertisment

୩ ପ୍ରଶାସନିକ ବାବୁ ହେଲେ ଚଣ୍ଡିଗଡ଼ ପ୍ରଶାସନର ତତ୍କାଳୀନ ପରାମର୍ଶଦାତା ବିଜୟ ଦେବ, ଚଣ୍ଡିଗଡ଼ର ତତ୍କାଳୀନ ଗୃହ ସଚିବ ଅରୁରାଗ ଅଗ୍ରୱାଲ ଓ ବ୍ୟକ୍ତିଗତ ସଚିବ ବିକ୍ରମ ଦେବ ଦତ୍ତ। ୨୦୧୫ରେ ବାବୁମାନେ ଲୋକଙ୍କ ଟଙ୍କାରେ ମଉଜ କରିବାକୁ ଗଲା ବେଳେ ପଞ୍ଜାବର ତତ୍କାଳୀନ ରାଜ୍ୟପାଳ କପ୍ତାନ ସିଂହ ସୋଲାଙ୍କି ଚଣ୍ଡିଗଡ଼ ପ୍ରଶାସନର ଅତିରିକ୍ତ ଦାୟିତ୍ୱରେ ଥିଲେ। କପ୍ତାନ ସିଂହ ବିଜେପି ନେତାରୁ ରାଜ୍ୟପାଳ ହୋଇଥିଲେ।

୨୦୧୫ରେ ଚଣ୍ଡିଗଡ଼ ପ୍ରଶାସନ ପାଖକୁ ପ୍ୟାରିସରେ ଥିବା Foundation Le Corbusier ପକ୍ଷରୁ ଗୋଟିଏ ନିମନ୍ତ୍ରଣ ପତ୍ର ଆସିଥିଲା। ସଂସ୍ଥାର ୫୦ତମ ବାର୍ଷିକ ଉତ୍ସବ ପାଇଁ ଏପରି ନିମନ୍ତ୍ରଣ ଆସିଥିଲା।

Advertisment

ଏହି ସଂସ୍ଥା ହିଁ ଚଣ୍ଡିଗଡ଼ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଥିଲା। ନିମନ୍ତ୍ରଣ ପାଇବା ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଠାରୁ ବିଜୟ, ବିକ୍ରମ ଓ ଅନୁରାଗଙ୍କ ଗସ୍ତ ପାଇଁ ଅନୁମତି ଲୋଡ଼ା ଯାଇଥିଲା। ଏହି ବିଦେଶ ଭ୍ରମଣ କାର୍ଯ୍ୟକ୍ରମକୁ ତୁରନ୍ତ ଅନୁମତି ମଧ୍ୟ ମିଳି ଯାଇଥିଲା।

ଏବେ ଯାହା ଜଣାପଡ଼ିଛି ଯେ ଅଫିସରମାନେ ପରସ୍ପରର ବିଦେଶ ଗସ୍ତ ଫାଇଲକୁ ଅନୁମତି ପ୍ରଦାନ କରି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଦସ୍ତଖତ ପାଇଁ ପଠାଇ ଥିଲେ।ଦେବଙ୍କ ଟ୍ରପିକୁ ଦତ୍ତ, ଦତ୍ତଙ୍କ ଟ୍ରିପକୁ ଦେବ ଓ ଦେବ ମଧ୍ୟ ଅନୁରାଗ ଅଗ୍ରୱାଲଙ୍କ କାର୍ଯ୍ୟକ୍ରମ ଉପରେ ମୋହର ମାରିଥିଲେ।

ଡିରେକ୍ଟର ଜେନେରାଲ ଅଫ ଅଡିଟ(କେନ୍ଦ୍ରୀୟ) ରିପୋର୍ଟରେ କୁହାଯାଇଛି, ପ୍ରକୃତରେ ନିମନ୍ତ୍ରଣ ଜଣେ ଅଫିସର ଅର୍ଥାତ ଚଣ୍ଡିଗଡ଼ର ମୁଖ୍ୟ ଆର୍କିଟେକଚରଙ୍କ ପାଇଁ ଆସିଥିଲା। କିନ୍ତୁ ୩ ଜଣ ସଚିବ ସ୍ତରୀୟ ଅଧିକାରୀ ପ୍ୟାରିସ ଗସ୍ତ କରିଥିଲେ।

ନିମନ୍ତ୍ରଣ ପଠାଇଥିବା ସଂସ୍ଥା ଗସ୍ତ ଖର୍ଚ୍ଚ ଦେଇ ନଥିଲା। ବାବୁମାନଙ୍କ ଗସ୍ତ ପାଇଁ ଚଣ୍ଡିଗଡ଼ ପ୍ରଶାସନ ଟଙ୍କା ଦେଇଥିଲା। ଅଫିସରମାନେ ପ୍ରଚଳିତ ନିୟମକୁ ମଧ୍ୟ ବାଇପାସ କରିଥିଲେ।

ନିୟମ କହୁଛି ଯେ ଅଧିକାରୀଙ୍କ ବିଦେଶ ଗସ୍ତ ୫ ଦିନରୁ ଅଧିକ ହୋଇ ପାରିବ ନାହିଁ। ଯଦି ଗସ୍ତ ୫ ଦିନରୁ ଅଧିକ ରହିଥିବ, ତା’ହେଲେ ଏଥିପାଇଁ ସ୍କ୍ରିନିଂ କମିଟିର ଅନୁମତି ନେବାକୁ ପଡ଼ିବ। ନିୟମ ଉଲ୍ଲଙ୍ଘନ କରି ଗସ୍ତକୁ ୭ ଦିନ କରାଯାଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ପ୍ରତି ଅଫିସରଙ୍କ ବିମାନ ଖର୍ଚ୍ଚ ୧.୭୭ ଲକ୍ଷ ଟଙ୍କା ଲେଖାଏ ଥିଲା। ସେମାନଙ୍କ ହୋଟେଲ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ପ୍ରଥମେ ସେମାନେ ପ୍ୟାରିସ ଆଭିନ୍ୟୁ ହୋଟେଲରେ ୨୦୧୫ ଜୁନ ୧୨ରୁ ୧୮(୭ଦିନ) ଯାଏ ରହିବେ ବୋଲି ବୁକିଂ କରାଯାଇଥିଲା। ଏଥିପାଇଁ ୪,୩୯,୧୬୮ ଟଙ୍କା ଓ ୩,୪୨,୯୫୪ ଟଙ୍କା ଖର୍ଚ୍ଚ ହେବାର ଥିଲା।

କିନ୍ତୁ ଏହି ହୋଟେଲ ବଦଳରେ ବାବୁମାନେ ଆଉ ଏକ ବିଳାଶପୂର୍ଣ୍ଣ ହୋଟେଲ Le Royal Monceauରେ ରହିଥିଲେ। ଏଥିପାଇଁ ୯,୧୦,୩୬୪ ଓ ୪,୪୩,୪୯୮ ଟଙ୍କା ଖର୍ଚ୍ଚ ହୋଇଥିଲା। ପରିବର୍ତ୍ତନ ଯୋଗୁ ଅଧିକ ୬.୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

ଆରଟିଆଇ ତଥ୍ୟରେ ଦେଖିବାକୁ ମିଳିଛି ଯେ ବିଜୟ ଦେବଙ୍କ ନାଁରେ ୬.୫ ଲକ୍ଷ, ଅନୁରାଗ ଅଗ୍ରୱାଲଙ୍କ ନାଁରେ ୫.୬ ଲକ୍ଷ ଓ ବିକ୍ରମ ଦେବଙ୍କ ନାଁରେ ଟ୍ରିପ ପାଇଁ ୫.୭ ଲକ୍ଷ ଟଙ୍କା ମଞ୍ଜୁରୀ ମିଳିଥିଲା। ଏହା ପ୍ରାୟ ୧୮ ଲକ୍ଷ ଟଙ୍କା ହେବ। କିନ୍ତୁ ସେମାନଙ୍କ ବିଦେଶ ଭ୍ରମଣ ପାଇଁ ୨୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଏହା ମଞ୍ଜୁରୀ ହୋଇଥିବା ମୋଟ ଟଙ୍କା ଠାରୁ ୪୦% ଅଧିକ।

ବିଦେଶ ଭ୍ରମଣର ମାସକ ପରେ ଅଫିସରମାନେ ଅତିରିକ୍ତ ଖର୍ଚ୍ଚ ସଂକ୍ରାନ୍ତ ଫାଇଲକୁ ମଧ୍ୟ ମଞ୍ଜୁରୀ ଦେଇଥିଲେ। ଗସ୍ତର କିଛି ମାସ ପରେ ୨ ଜଣଙ୍କ ବଦଳି ହୋଇ ସାରିଛି ଓ ଜଣେ ଅବସର ନେଇ ସାରିଛନ୍ତି।

ବିଜୟ କୁମାର ଦେବେ ଏବେ ଅବସର ନେଇ ସାରିଛନ୍ତି। ସେ ଦିଲ୍ଲୀର ନିର୍ବାଚନ କମିଶନ ଭାବେ କାର୍ଯ୍ୟ କରୁଛନ୍ତି। ବିକ୍ରମ ଦେବ ଦତ୍ତ ଡିଜିସିଏର ମହାନିର୍ଦ୍ଦେଶ ଓ ଅନୁରାଗ ଅଗ୍ରୱାଲ ହରିଆଣାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ରହିଛନ୍ତି।

Chandigarh Ias Officer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe