Advertisment

ଆସାମରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼; ଡଙ୍ଗା ବୁଡି ୩ ଯାତ୍ରୀ ମୃତ

ବ୍ରହ୍ମପୁତ୍ର ନଦୀରେ ଯାତ୍ରୀବାହୀ ଡଙ୍ଗା ବୁଡି ଯାଇଥିବା ସୂଚନା...

Collected Photo

Collected Photo

Advertisment

ଆସାମରେ ପ୍ରବଳ ବର୍ଷା ସାଙ୍ଗକୁ ଘୂର୍ଣ୍ଣିଝଡ଼ କାରଣରୁ ବ୍ରହ୍ମପୁତ୍ର ନଦୀରେ ବୁଡିଯାଇଛି ଯାତ୍ରୀବାହୀ ଡଙ୍ଗା। ୩ ଜଣଙ୍କ ମୃତ୍ୟୁ ଘଟିଛି, ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ଜଣାପଡିଛି। ୨୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ଉଦ୍ଧାକାରୀ ଟିମ୍। 

Advertisment

ସୂଚନା ଅନୁସାରେ, ଆସାମର ଦକ୍ଷିଣ-ସଲମରା ମାନକଚର ଜିଲ୍ଲା ଦେଇ ଡଙ୍ଗାଟି ଯାଉଥିଲା। ଏହି ସମୟରେ ହଠାତ୍ ପ୍ରବଳ ବର୍ଷା ସାଙ୍ଗକୁ ଘୂର୍ଣ୍ଣିଝଡ ହେବାରୁ ଡଙ୍ଗାଟି ବୁଡି ଯାଇଥିଲା। ଏଥିରେ ମହିଳା ଓ ଶିଶୁ ମଧ୍ୟ ଯାତ୍ରା କରୁଥିଲେ। 

ଡଙ୍ଗା ବୁଡିବା ନେଇ ଜାଣିବା ପରେ ସ୍ଥାନୀୟ ମତ୍ସ୍ୟଜୀବୀ ଓ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ୨୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। କିନ୍ତୁ କିନି ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ପାରିନାହିଁ। 

Advertisment

ରାଜ୍ୟରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ (ଆଇଏମଡି) ଅରେଞ୍ଜ ୱାର୍ଣ୍ଣି ଜାରିକରିଥିଲା। ପୁନର୍ବାର ଏପ୍ରିଲ ୧ରୁ ୪ ମଧ୍ୟରେ ହାଲୁକାରୁ ମଧ୍ୟମ ବୃଷ୍ଟିପାତ ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଥିପାଇଁ ନଦୀ ଏବଂ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। 

Assam Heavy Storm Storm In Assam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe