Advertisment

ଟେରର ଲିଙ୍କ: ବିଦା ହେବା ସହ ଜେଲ ଗଲେ ୩ ସରକାରୀ କର୍ମଚାରୀ

କେବଳ ଆତଙ୍କବାଦୀ ନୁହନ୍ତି, ସେମାନଙ୍କ ସହଯୋଗମାନଙ୍କୁ ମଧ୍ୟ ସୁରକ୍ଷା ଏଜେନ୍ସି ଗୋଡ଼ାଇ ଗୋଡ଼ାଇ ଧରୁଛନ୍ତି।

Terror Link

Terror Link

Advertisment

ଭାରତରେ ରହି ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ପାଇଁ କାମ କରିବା ଭଳି ଜଘନ୍ୟକାଣ୍ଡ। ଏପରି କାଣ୍ଡ କାରନାମା କରୁଥିବା ୩ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ଜମ୍ମୁ-କଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା। ଏପ୍ରିଲ ୨୨ ପହଲଗାମ ନରସଂହାର ପରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଦମନ ଅଭିଯାନକୁ ଜୋରଦାର କରାଯାଇଛି।

Advertisment

କେବଳ ଆତଙ୍କବାଦୀ ନୁହନ୍ତି, ସେମାନଙ୍କ ସହଯୋଗମାନଙ୍କୁ ମଧ୍ୟ ସୁରକ୍ଷା ଏଜେନ୍ସି ଗୋଡ଼ାଇ ଗୋଡ଼ାଇ ଧରୁଛନ୍ତି। ଏହିକ୍ରମରେ ଜମ୍ମୁ-କଶ୍ମୀର ୩ ଜଣ ସରକାରୀ କର୍ମଚାରୀଙ୍କ ଟେରର ଲିଙ୍କ ସାମ୍ନାକୁ ଆସିଥିଲା। ଏହାର ପ୍ରମାଣ ମିଳିବା ପରେ ସେମାନଙ୍କୁ ବହିଷ୍କାର କରାଯିବା ସହ ଜେଲ ହାଜତକୁ ପଠାଇ ଦିଆଯାଇଛି।

ବହିଷ୍କୃତ ପରେ ଜେଲ ଯାଇଥିବା କର୍ମଚାରୀମାନେ ପାକିସ୍ତାନରେ ସକ୍ରିୟ ଲସ୍କର-ଇ-ତାଏବା ଓ ହିଜବୁଲ ମୁଜାହିଦ୍ଦିନ ପାଇଁ କାମ କରୁଥିଲେ। ଏହି ଦୁଇ ସଂଗଠନ ଜମ୍ମୁ-କଶ୍ମୀର ସମେତ ଦେଶରେ ବିଭିନ୍ନ ଆତଙ୍କବାଦୀ ହମଲାରେ ସାମିଲ ରହିଛନ୍ତି।

Advertisment

ବହିଷ୍କାର ପରେ ଜେଲ ଯାଇଥିବା ସରକାରୀ କର୍ମଚାରୀମାନେ ହେଲେ ପୁଲିସ୍‌ କନଷ୍ଟେବଲ ମଲିକ ଇସଫାକ ନସୀର, ଶିକ୍ଷକ ଏଜାଜ ଅହମଦ ଓ ଶ୍ରୀନଗରର ସରକାରୀ ମେଡିକାଲ କଲେଜରେ ଜୁନିୟର ଆସିସଷ୍ଟାଣ୍ଟ ଭାବେ କାମ କରୁଥିବା ୱାସୀମ ଅହମଦ ଖାନ।

ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀ କହିଛନ୍ତି ଯେ ବହିଷ୍କୃତ ହୋଇଥିବା ଅଧିକାରୀମାନେ ବେଶ ସକ୍ରିୟ ଭାବେ ବ୍ୟାନ ହୋଇଥିବା ସଂଗଠନ ଗୁଡ଼ିକ ସହ ମିଶି କାମ କରୁଥିଲେ। ଉକ୍ତ ସଂଗଠନ ଗୁଡ଼ିକକୁ ତଥ୍ୟ ଯୋଗାଇ ଦେବା ସହ ଅନ୍ୟାନ୍ୟ କାମରେ ଅଧିକାରୀମାନେ ସହାୟତା କରୁଥିଲେ। ସେନା ଓ ସାଧାରଣ ଲୋକଙ୍କୁ ଟାର୍ଗେଟ କରିବା ପାଇଁ ସେମାନଙ୍କ ଯୋଜନାରେ ଏହି ଅଧିକାରୀମାନେ ସାମିଲ ଥିଲେ।

Jammu Kashmir Terrorist
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe