/odisha-reporter/media/post_attachments/uploadimage/library/16_9/16_9_0/Kashmir__1747296020.jpg)
Kashmir
ପହଲଗାମ ନରସଂହାର ପରେ ଆରମ୍ଭ ହୋଇଥିବା ଆତଙ୍କବାଦୀ ନିରୋଧ ଅପରେସନକୁ ପୁଣି ସଫଳତା ମିଳିଛି। ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ୩ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ୩ ଆତଙ୍କବାଦୀ ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦ ପାଇଁ କାମ କରୁଥିଲେ।
ହେଲେ ଆଜି ଜମ୍ମୁ-କଶ୍ମୀରର ଅବନ୍ତିପୁରା ଅନ୍ତର୍ଗତ ନାଦିର ଗାଁରେ ହୋଇଥିବା ଏନକାଉଣ୍ଟରରେ ଏମାନେ ପ୍ରାଣ ହରାଇଛନ୍ତି। ୩ ଆତଙ୍କବାଦୀ ନିହତ ହୋଇଥିଲେ ହେଁ ସ୍ଥାନୀୟ ଅଞ୍ଚଳରେ ଅପରେସନ ଶେଷ ହୋଇନାହିଁ। ଆଉ କିଛି ଆତଙ୍କବାଦୀ ସେଠାରେ ଲୁଚି ରହିଥିବା ଆଶଙ୍କାରେ ସର୍ଚ୍ଚ ଅପରେସନକୁ ଜାରି ରଖାଯାଇଛି।
ସେନା ପକ୍ଷରୁ କୁହାଯାଇଛି ଯେ ନିହତ ୩ ଆତଙ୍କବାଦୀ ହେଲେ ଆସିଫ ଅହମଦ ଶେଖ, ଆମୀର ନାଜିର ୱାନି ଓ ୟାୱର ଅହମଦ ଭଟ। ଏମାନଙ୍କ ଘର ଜମ୍ମୁ-କଶ୍ମୀରର ପୁଲୱାମାରେ। ଏମାନେ ଜୈଶ ଇସାରରେ ଏଠାରେ କାମ କରୁଥିଲେ। ସ୍ଥାନୀୟ ଅଞ୍ଚଳରେ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ଗୁରୁବାର ସକାଳୁ ଖବର ମିଳିଥିଲା।
ଏହାପରେ ଜମ୍ମୁ-କଶ୍ମୀର ପୁଲିସ୍ ଓ ସ୍ଥଳ ସେନା ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନେ ଗୋଟିଏ ଘର ଭିତରେ ଲୁଚି ଥିଲେ। ସେମାନଙ୍କୁ ଆତ୍ମସମର୍ପଣ ପାଇଁ କୁହାଯାଇଥିଲେ ହେଁ ସେମାନେ ଗୁଳି ମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ବେଶ କିଛି ସମୟ ଧରି ଚାଲିଥିବା ଗୁଳି ବିନିମୟରେ ୩ ଜଣ ଯାକ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ନିକଟରୁ ଏକେ -୪୭ ସମେତ ବିଭିନ୍ନ ପ୍ରକାରର ବିସ୍ଫୋରକ ଜବତ ହୋଇଛି।
#Encounter has started at Nader, Tral area of #Awantipora. Police and security forces are on the job. Further details shall follow.@JmuKmrPolice
— Kashmir Zone Police (@KashmirPolice) May 15, 2025
ଗତ ୪୮ ଘଣ୍ଟା ମଧ୍ୟରେ ଏହା ଜମ୍ମୁ-କଶ୍ମୀରରେ ଦ୍ୱିତୀୟ ଏନକାଉଣ୍ଟର। ଗତକାଲି କୁଲଗାମରେ ଆରମ୍ଭ ହୋଇଥିବା ଏନକାଉଣ୍ଟର ଶୋପିଆନକୁ ଶିଫ୍ଟ ହୋଇଯାଇଥିଲେ। ଶୋପିଆନର କେଲେର ଠାରେ ହୋଇଥିବା ଏନକାଉଣ୍ଟରରେ ଲସ୍କର-ଇ-ତାଏବାର ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ନିହତ ୩ ଜଣଙ୍କ ମଧ୍ୟରୁ ଦୁଇ ଜଣ ହେଲେ ଶାହିଦ କୁଟ୍ଟାୟ ଓ ଆଦନାନ ଶାଫି। ଉଭୟଙ୍କ ଘର ଶୋପିଆନରେ।
ଶାହିଦ ୨୦୨୩ରେ ଲସ୍କରରେ ସାମିଲ ହୋଇଥିଲା। ଗତବର୍ଷ ଏପ୍ରିଲ ୮ରେ ଦାନିଶ ରିସର୍ଟରେ ହୋଇଥିବା ଗୁଳିମାଡ଼ ଘଟଣାରେ ସେ ସାମିଲ ଥିଲା। ଏହି ଗୁଳି ମାଡ଼ରେ ୨ ଜଣ ଜର୍ମାନ ପର୍ଯ୍ୟଟକ ଓ ଜଣେ ଡ୍ରାଇଭର ଆହତ ହୋଇଥିଲେ। ଶୋପିଆନର ହୀରାପୋରା ଠାରେ ବିଜେପିର ଜଣେ ସରପଞ୍ଚଙ୍କୁ ହତ୍ୟା କରାଯିବା ଘଟଣାରେ ମଧ୍ୟ ସେ ସକ୍ରିୟ ଭୂମିଗା ଗ୍ରହଣ କରିଥିଲା।
ଶାଫି ୨୦୨୪ରେ ଲସ୍କରର ସଦସ୍ୟ ହୋଇଥିଲା। ୱାଚିରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ସେ ହତ୍ୟା କରିଥିଲା। ଶୋପିଆନରେ ନିହତ ଆତଙ୍କବାଦୀଙ୍କ ନିକଟରୁ ୩ଟି ଏକେ ୪୭ ରାଇଫଲ ଓ ଅନ୍ୟାନ୍ୟ ଗୁଳିଗୋଳା ଜବତ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
