Advertisment

ଆମ୍ବୁସ ଲଗାଇ ଆକ୍ରମଣ କଲେ ଆତଙ୍କବାଦୀ, ୩ ଯବାନ ସହିଦ

ଗୋଟିଏ ଟ୍ରକ୍ ଓ ଜିପ୍‌ସିରେ ଯାଉଥିଲେ ସେନାର ଯବାନ।

author-image
Jitendra Garnayak
ଅଦ୍ୟତନ ହୋଇଛି
Vehicle

Vehicle

ଜମ୍ମୁ ଓ କଶ୍ମୀରର ପୁଞ୍ଚରେ ଆତଙ୍କବାଦୀମାନେ ଆମ୍ବୁସ ଲଗାଇ ସେନାର ଦୁଇଟି ଗାଡ଼ି ଉପରକୁ ଗୁଳିମାଡ଼ କରିବାରୁ ୩ ଜଣ ଯବାନ ସହିଦ ହୋଇଛନ୍ତି।

Advertisment

ବୁଫଲିୟାଜରୁ ସେନାର ୨ଟି ଗାଡ଼ି (ଗୋଟିଏ ଟ୍ରକ୍ ଓ ଗୋଟିଏ ଜିପ୍‌ସି)ରେ କିଛି ଯବାନ ଯାଉଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ବୁଫଲିୟାଜ ପାଖାପାଖି ଅଞ୍ଚଳରେ ଗତକାଲି ରାତିରୁ ଆତଙ୍କବାଦୀ ବିରୋଧୀ ଅପରେସନ ଚାଲିଛି। ସେଠାରୁ ଏହି ଯବାନମାନେ ଫେରୁଥିବା ବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।

ରଜୌରୀ-ଥାନାମଣ୍ଡି-ସୁରଣକୋଟ ରାସ୍ତାର ସବନି ନିକଟରେ ୨ଟି ଗାଡ଼ିରେ ଯାଉଥିବା ଯବାନଙ୍କୁ ଆତଙ୍କବାଦୀମାନେ ଘେରି ଯାଇ ଗୁଳିମାଡ଼ କରିଥିଲେ। ଅପରାହ୍ନ ପ୍ରାୟ ୩ଟା ୪୫ ବେଳେ ଏହି ଘଟଣା ଘଟିଥିଲା। ଆତଙ୍କବାଦୀମାନେ ଆକ୍ରମଣ କରିବା ପରେ ଯବାନମାନେ ପାଲଟା ଆକ୍ରମଣ କରିଥିଲେ।ତେବେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୩ ଜଣ ଯବାନ ସହିଦ ହୋଇଛନ୍ତି। ଘଟଣା ସଂପର୍କରେ ଖବର ପାଇବା ପରେ ସେନାର ଅତିରିକ୍ତ ଟିମ୍‌କୁ ସେଠାକୁ ପଠାଯାଇଛି।

Advertisment

ଗତମାସରେ ରଜୌରୀର କାଲାକୋଟରେ ଆତଙ୍କବାଦୀ ବିରୋଧୀ ଅପରେସନ ବେଳେ ସେନାର ୫ ଜଣ ଯବାନ ସହିଦ ହୋଇଥିଲେ। ସେମାନଙ୍କ ମଧ୍ୟରେ ଦୁଇ ଜଣ କ୍ୟାପଟେନ୍ ଥିଲେ। କିଛି ବର୍ଷ ହେଲା ଏହି ଅଞ୍ଚଳରେ ଆତଙ୍କବାଦୀ ବେଶ୍ ସକ୍ରିୟ ଅଛନ୍ତି। ଏଠାରେ ସେନା ଉପରେ ବଡ଼ ବଡ଼ି ଆକ୍ରମଣ ହୋଇଛି। 

ଚଳିତ ବର୍ଷ ଏପ୍ରିଲ ଓ ମେ’ ମାସରେ ରଜୌରୀ-ପୁଞ୍ଚ ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣରେ ୧୦ ଜଣ ଯବାନ ସହିଦ ହୋଇଛନ୍ତି। ଏହି ଅଞ୍ଚଳ ୨୦୦୩ରୁ ୨୦୨୧ ପର୍ଯ୍ୟନ୍ତ ପାଖାପାଖି ଆତଙ୍କବାଦ ମୁକ୍ତ ଥିଲା। କିନ୍ତୁ ତା’ପରଠୁ ନିୟମିତ ଭାବେ ଏନ୍‌କାଉଣ୍ଟର ହେଉଛି। 

Terror Attack Jawan Killed