Advertisment

ଏନ୍‌କାଉଣ୍ଟର, ଟଳିଲେ ୩ ଖଲିସ୍ତାନୀ ଆତଙ୍କୀ

ଘଟଣାସ୍ଥଳରୁ ଦୁଇଟି AK-47 ବନ୍ଧୁକ ସହ ଅନ୍ୟ ମାରଣାସ୍ତ୍ର ଜବତ କରିଛି ପୁଲିସ।

ଅଦ୍ୟତନ ହୋଇଛି
Khalistani Terrorist Killed

Khalistani Terrorist Killed

Advertisment

ଉତ୍ତର ପ୍ରଦେଶର ପିଲିଭିତ୍‌ରେ ବଡ଼ ଧରଣ ଏନକାଉଣ୍ଟର ହୋଇଛି। ଖଲିସ୍ତାନୀ କମାଣ୍ଡୋ ଫୋର୍ସର ୩ ଆତଙ୍କୀ ନିହତ ହୋଇଥିବା ସୂଚନା ରହିଛି। ଘଟଣାସ୍ଥଳରୁ ଦୁଇଟି AK-47 ବନ୍ଧୁକ ସହ ଅନ୍ୟ ମାରଣାସ୍ତ୍ର ଜବତ କରିଛି ପୁଲିସ।

Advertisment

ଉତ୍ତର ପ୍ରଦେଶ ପିଲ୍‌ଭିତରେ ୟୁପି ଓ ପଞ୍ଜାବ ପୁଲିସ ମିଳିତ ଭାବେ ଏହି ଏନ୍‌କାଉଣ୍ଟର କରିଛି। ଗୁରୁଦାସପୁରର ଏକ ଥାନା ଉପରେ ଏହି ୩ ଆତଙ୍କବାଦୀ ହିଁ ହମ୍‌ଲା କରିଥିଲେ। ଗ୍ରେନ୍‌ଡ୍‌ ମାଡ କରିବା ସହ ବୋମା ମଧ୍ୟ ଫିଙ୍ଗିଥିଲେ। ଏନ୍‌କାଉଣ୍ଟରେ ନିହତ ହୋଇଥିବା ତିନି ଆତଙ୍କବାଦୀ ହେଲେ ଗୁରବିନ୍ଦର ସିଂହ, ବୀରେନ୍ଦ୍ର ସିଂହ ଓ ଜସପ୍ରିତ ସିଂହ। 

ପୁଲିସ ସୂଚନା ମୁତାବକ, ଆଜି ସକାଳୁ ପୁଲିସ ଷ୍ଟେସନ ଉପରେ ଗ୍ରେନେଡ୍‌ ହମ୍‌ଲା କରିଥିବା ତିନି ଖଲିସ୍ତାନୀ ଆତଙ୍କବାଦୀଙ୍କ ସ୍ଥିତି ସମ୍ପର୍କରେ ଗୁରୁଦାସପୁର ପୁଲିସ ୟୁପିର ପୁରାଣପୁର ପୁଲିସ ଷ୍ଟେସନକୁ ଆସି ସୂଚନା ଦେଇଥିଲା। ଏହାପରେ ପୂରା ଅଞ୍ଚଳକୁ ଅବରୋଧ କରି ପୁଲିସ ଯାଞ୍ଚ ଆରମ୍ଭ କରିଥିଲା।  

Advertisment

ଏହାପରେ ପୁରପୁର ଥାନା ଅଞ୍ଚଳର କମରିୟା ପଏଣ୍ଟରେ ଗୋଟିଏ ବାଇକ୍ ଉପରେ ତିନି ଯୁବକ କିଛି ସନ୍ଧିଗ୍ଧ ଜିନିଷ ଧରି ପିଲଭିତ ଆଡକୁ ଯାଉଥିବା ଦେଖିବାକୁ ମିଳିଥିଲା। ଏହାପରେ ତୁରନ୍ତ ପଞ୍ଜାବ ପୁଲିସ ଟିମ୍‌ ସେମାନଙ୍କ ପିଛା କରିଥିଲା। ପୁଲିସକୁ ଦେଖି ତିନି ଖଲିସ୍ତାନୀ ଆତଙ୍କୀ ଗୁଳିମାଡ଼ କରିଥିଲେ। ପୁଲିସ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲା। ଏଥିରେ ତିନି ଜଣ ଆତଙ୍କୀ ଗୁରୁତର ହୋଇଥିଲେ। ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଛି। 

Uttar Pradesh Encounter Khalistani Terrorist
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe