ବଡ଼ ଦୁର୍ଘଟଣା। ଗୁଜରାଟ ପୋରବନ୍ଦରରେ ଭାରତୀୟ ତଟରକ୍ଷୀ ବାହିନୀ ତଥା କୋଷ୍ଟଗାର୍ଡର ଏକ ହେଲିକପ୍ଟର ଦୁର୍ଘଟାଗ୍ରସ୍ତ ହୋଇଛି। ଏଥିରେ ମୋଟ ତିନି ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ପାଇଲଟ ଓ ଦୁଇ ଜଣ କୋ-ପଇଲଟ ସାମିଲ ଅଛନ୍ତି।
କୁହାଯାଉଛି ଯେ, କୋଷ୍ଟଗାର୍ଡର ଏହା ଏକ ଆଡଭାନ୍ସଡ ଲାଇଟ୍ ହେଲିକପ୍ଟର ALH Dhruv ଥିଲା। ତେବେ ନିୟମିତ ଅଭ୍ୟାସ ବେଳେ ଆଜି ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି।
Also Read
ଏହି ହେଲିକପ୍ଟରଟି ଅତ୍ୟନ୍ତ ସୁରକ୍ଷିତ ବୋଲି ବିଶ୍ୱାସ କରାଯାଏ। ଜଣେ ଅଧିକାରୀଙ୍କ କହିବା ମୁତାବକ, ହେଲିକପ୍ଟରଟି ନିୟମିତ ଅଭ୍ୟାସ ପାଇଁ ଉଡାଣ ଭରିଥିଲା। ତେବେ ଲ୍ୟାଣ୍ଡିଂ ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ କେଉଁ କାରଣ ଯୋଗୁ ଏହି ଦୁର୍ଘଟଣା ଘଟିଛି ତାହା ଜଣାପଡିନାହିଁ। ତା'ର ଅନୁସନ୍ଧାନ ଜାରି ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆଜି ବାଜିବ ଦିଲ୍ଲୀ ନିର୍ବାଚନ ବିଗୁଲ, ଘୋଷଣା ହେବ ତାରିଖ
ଦିଲ୍ଲୀର ୭୦ ବିଧାନସଭା ଆସନା ପାଇଁ ନିର୍ବାଚନ ହେବ।
National
ଘାରିଲା HMPV ଭାଇରସ୍ ଚିନ୍ତା, ଦେଶରେ ଦିନକରେ ୬ ଆକ୍ରାନ୍ତ ଚିହ୍ନଟ
ବେଙ୍ଗାଳୁରୁରେ ୨ ଶିଶୁ, ଚେନ୍ନାଇରେ ୨ ଏବଂ ଅହମ୍ମଦାବାଦରେ ଜଣେ ୨ ମାସର ଶିଶୁ HMPV ରେ ଆକ୍ରାନ୍ତ ହୋଇଛନ୍ତି। କୋଲକାତାରେ ମଧ୍ୟ ୬ ମାସର ଶିଶୁ ଶରୀରରେ HMPV ଚିହ୍ନଟ ହୋଇଛି।
Crime
ପ୍ରେମ ପକ୍ଷୀଙ୍କୁ ବିଷ ପିଆଇଲେ, ତଣ୍ଟି ଚିପି ମାରିଦେଲେ ଝିଅ ଘର ଲୋକ
ଯେଉଁ ପରିବାରକୁ ପ୍ରେମ ପକ୍ଷୀ ଏତେ ଭଲ ପାଉଥିଲେ, ଶେଷରେ ସେଇମାନେ ହିଁ ଉଭୟଙ୍କ ଜୀବନ ନେଇ ଗଲେ। ପ୍ରେମ ପକ୍ଷୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରି ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟ କରିଛନ୍ତି ଝିଅ ଘର ଲୋକ।
Politics
ବିଜେପି ନେତାଙ୍କ କଟାକ୍ଷ ଶୁଣି କାନ୍ଦିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ବିଜେପି ନେତା ରମେଶ ବିଧୁରୀଙ୍କ ବିବାଦୀୟ କଟାକ୍ଷ ସମ୍ପର୍କରେ ମତ ରଖିବା ବେଳେ ଆଜି ସର୍ବସମ୍ମୁଖରେ କାନ୍ଦିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ।
National
HMPV ନୂଆ ଭାଇରସ ନୁହେଁ, ଆତଙ୍କିତ ନ ହେବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପରାମର୍ଶ
ଏଚଏମପିଭି କୌଣସି ନୂଆ ପ୍ରକାରର ଭାଇରସ ନୁହେଁ। ତେଣୁ ଦେଶବାସୀ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହି ଭାଇରସ ପ୍ରଥମେ ୨୦୦୧ରେ ଚିହ୍ନଟ ହୋଇଥିଲା। ସେବେଠାରୁ ଏହା ବିଶ୍ୱର ବିଭିନ୍ନ ସ୍ଥାନରେ ରହିଛି ବୋଲି ନଡ୍ଡା କହିଛନ୍ତି।