Advertisment

କୋଷ୍ଟଗାର୍ଡ ହେଲିକପ୍ଟର କ୍ରାଶ୍‌, ୩ ମୃତ

କୋଷ୍ଟଗାର୍ଡର ଏହା ଏକ ଆଡଭାନ୍ସଡ ଲାଇଟ୍ ହେଲିକପ୍ଟର ALH Dhruv ଥିଲା। ତେବେ ନିୟମିତ ଅଭ୍ୟାସ ବେଳେ ଆଜି ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି।

ଅଦ୍ୟତନ ହୋଇଛି
helicopter-crashes

helicopter-crashes

Advertisment

ବଡ଼ ଦୁର୍ଘଟଣା। ଗୁଜରାଟ ପୋରବନ୍ଦରରେ ଭାରତୀୟ ତଟରକ୍ଷୀ ବାହିନୀ ତଥା କୋଷ୍ଟଗାର୍ଡର ଏକ ହେଲିକପ୍ଟର ଦୁର୍ଘଟାଗ୍ରସ୍ତ ହୋଇଛି। ଏଥିରେ ମୋଟ ତିନି ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ପାଇଲଟ ଓ ଦୁଇ ଜଣ କୋ-ପଇଲଟ ସାମିଲ ଅଛନ୍ତି।

Advertisment

କୁହାଯାଉଛି ଯେ, କୋଷ୍ଟଗାର୍ଡର ଏହା ଏକ ଆଡଭାନ୍ସଡ ଲାଇଟ୍ ହେଲିକପ୍ଟର ALH Dhruv ଥିଲା। ତେବେ ନିୟମିତ ଅଭ୍ୟାସ ବେଳେ ଆଜି ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି।

ଏହି ହେଲିକପ୍ଟରଟି ଅତ୍ୟନ୍ତ ସୁରକ୍ଷିତ ବୋଲି ବିଶ୍ୱାସ କରାଯାଏ। ଜଣେ ଅଧିକାରୀଙ୍କ କହିବା ମୁତାବକ, ହେଲିକପ୍ଟରଟି ନିୟମିତ ଅଭ୍ୟାସ ପାଇଁ ଉଡାଣ ଭରିଥିଲା। ତେବେ ଲ୍ୟାଣ୍ଡିଂ ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ କେଉଁ କାରଣ ଯୋଗୁ ଏହି ଦୁର୍ଘଟଣା ଘଟିଛି ତାହା ଜଣାପଡିନାହିଁ। ତା'ର ଅନୁସନ୍ଧାନ ଜାରି ରହିଛି।

Advertisment
Gujarat Helicopter Crash Coast Guard
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe