Advertisment

ନିର୍ମାଣାଧୀନ ଷ୍ଟାଡିୟମ କାନ୍ଥ ଭୁଶୁଡି ୩ ମୃତ, ୧୦ ଆହତ

ତେଲେଙ୍ଗାନା ରଙ୍ଗା ରେଡ୍ଡୀ ଜିଲ୍ଲା ମୋଇନାବାଦ ଗ୍ରାମରେ ନିର୍ମାଣଧୀନ ଷ୍ଟାଡିୟମ କାନ୍ଥ ଭୁଶୁଡି ପଡିଛି।

author-image
Debibandita Barick
Wall Collapsed

Wall Collapsed

ନିର୍ମାଣାଧୀନ ଷ୍ଟାଡିୟମ କାନ୍ଥ ଭୁଶୁଡି ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦଶ ଜଣ ଆହତ ହୋଇଛନ୍ତି। ତେଲେଙ୍ଗାନାରେ ଆଜି ଏହି ଅଘଟଣ ଘଟିଛି।

Advertisment

ସୂଚନା ଅନୁସାରେ, ରଙ୍ଗା ରେଡ୍ଡୀ ଜିଲ୍ଲା ମୋଇନାବାଦ ଗ୍ରାମରେ ଏକ ଷ୍ଟାଡିୟମ ନିର୍ମାଣ କରାଯାଉଥିଲା। ଆଜି ହଠାତ୍ ଷ୍ଟାଡିୟମ୍ କାନ୍ଥ ଭୁଶୁଡି ପଡିଥିଲା। ଫଳରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୧୦ ଜଣ ଆହତ ହୋଇଛନ୍ତି।

ଖବର ପାଇ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ କାନ୍ଥ ଭୁଶୁଡିବା ସମୟରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିଲା କି ବନ୍ଦ ଥିଲା ଜଣାପଡି ନାହିଁ। 

Advertisment
Stadium Collapses Telengana News