Advertisment

ପୁଣେ ହିଟ୍‌ ଆଣ୍ଡ ରନ୍‌: ଅଭିଯୁକ୍ତକୁ ବଞ୍ଚାଇବା ପାଇଁ ହୋଇଥିଲା ୩ ଲକ୍ଷର ଡିଲ୍‌

ରକ୍ତ ନମୁନା ବଦଳାଇବା ପାଇଁ କଥିତ ରୂପେ ଡାକ୍ତରଙ୍କୁ ଦିଆଯାଇଥିବା ୩ ଲକ୍ଷ ଟଙ୍କାକୁ ପୁଣେ ପୁଲିସ କ୍ରାଇମ ବ୍ରାଞ୍ଚ ଜବତ କରିଛି।

Pune Porsche crash

Pune Porsche crash

Advertisment

ପୁଣେ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଦିନକୁ ଦିନ ହେଉଛି ନୂଆ ନୂଆ ଖୁଲାସା। ଅଭିଯୁକ୍ତ ନାବାଳକକୁ ବଞ୍ଚାଇବା ପାଇଁ ତିନି ଲକ୍ଷ ଟଙ୍କାର ଡିଲ୍‌ ହୋଇଥିବା ଜଣାପଡିଛି। ଅଭିଯୁକ୍ତ ନାବାଳକର ରକ୍ତ ନମୁନା ବଦଳାଇବା ଅଭିଯୋଗରେ ଗତକାଲି ଫରେନ୍ସିକ୍ ବିଭାଗର ମୁଖ୍ୟଙ୍କ ସମେତ ୩ ଜଣକୁ ଗିରଫ କରାଯାଇଥିଲା।

Advertisment

ମିଡିଆ ରିପୋର୍ଟ ମୁତାବକ, ରକ୍ତ ନମୁନା ବଦଳାଇବା ପାଇଁ କଥିତ ରୂପେ ଡାକ୍ତରଙ୍କୁ ଦିଆଯାଇଥିବା ୩ ଲକ୍ଷ ଟଙ୍କାକୁ ପୁଣେ ପୁଲିସ କ୍ରାଇମ ବ୍ରାଞ୍ଚ ଜବତ କରିଛି। ଏହି ମାମଲାରେ ସୋମବାର ଦିନ ଦୁଇ ଜଣ ଡାକ୍ତର ଓ ପୁଣେ ସୁସନ ଜେନେରାଲ ହସ୍ପିଟାଲର ଜଣେ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା। ଏଥିରେ ଫରେନ୍ସିକ୍‌ ମେଡିସିନ୍‌ ଡିପାର୍ଟମେଣ୍ଟର ମୁଖ୍ୟ ଡାକ୍ତର ଅଜୟ ତାଓ୍ୱଡେ, ସିଏମ୍‌ଓ ଡାକ୍ତର ଶ୍ରୀହରୀ ହଲନୋର ଓ କର୍ମଚାରୀ ଅତୁଲ ଘାଟକାମ୍ବଲେଙ୍କ ନାଁ ସାମିଲ ଅଛି।

ରିପୋର୍ଟ ମୁତାବକ, ଘାଟକାମ୍ବଲେଙ୍କ ନିକଟରୁ ହିଁ ୨.୫ ଲକ୍ଷ ଟଙ୍କା ଜବତ ହୋଇଛି। କ୍ରାଇମ ବ୍ରାଞ୍ଚ ଅନୁଯାୟୀ ସେ ଡାକ୍ତର ତାୱେଡେଙ୍କ ଅଧୀନରେ କାମ କରନ୍ତି ଏବଂ ଡକ୍ଟର ହାଲନୋରଙ୍କୁ ଦେବା ପାଇଁ ସେ ତାଙ୍କ ମାଲିକଙ୍କଠାରୁ ଟଙ୍କା ନେଇଥିଲେ। ହଲନୋରଙ୍କୁ ପଚରାଉଚରା କରିବା ପରେ ପୁଲିସ ଏହି ଟଙ୍କା ଜବତ କରିଛି।

Advertisment

ପୁଣେ ପୁଲିସ କମିଶନର ଅମିତେଶ କୁମାର କହିଛନ୍ତି ଯେ ଅଭିଯୁକ୍ତ ନାବାଳିକାର ରକ୍ତ ନମୁନାକୁ ଅଳିଆଗଦାରେ ଫିଙ୍ଗି ଦିଆଯାଇଥିଲା। ଏଥିସହ, ନାବାଳକର ରକ୍ତ ନମୁନାକୁ ମଦ୍ୟପାନ କରିନଥିବା ଜଣେ ବ୍ୟକ୍ତିଙ୍କ ନମୁନା ସହି ବଦଳାଇ ଦିଆଯାଇଥିଲା। ଟଙ୍କା ହେରଫେର ମାମଲାରେ ଗିରଫ ଦୁଇ ଡାକ୍ତରଙ୍କ ମେ' ୩୦ ଯାଏଁ ପୁଲିସ ରିମାଣ୍ଡରେ ପଠାଯାଇଛି।

ସେପଟେ ମହାରାଷ୍ଟ୍ର କେଡିକାଲ୍‌ କାଉନ୍‌ସିଲ୍‌ ତରଫରୁ ମଧ୍ୟ ଏହି ଦୁଇ ଡାକ୍ତରକୁ ନୋଟିସ୍‌ ଜାରି ହୋଇଛି। ୭ ଦିନ ଭିତରେ ଏହାର ଜବାବ ଦେବାକୁ କୁହାଯାଇଛି। ଯଦି ଡାକ୍ତର ଦୋଷୀ ପ୍ରମାଣିତ ହୁଅନ୍ତି ତେବେ ଏମାନଙ୍କ ଲାଇନ୍ସସ୍‌ ଆଜୀବନ ପାଇଁ ବାତିଲ ହୋଇପାରେ ବୋଲି ସୂଚନା ମିଳିଛି।

କହିରଖୁ ଯେ, ମେ' ୧୯ ତାରିଖରେ ପୁଣେର କଲ୍ୟାଣ ନଗର ଅଞ୍ଚଳରେ ମଦ ନିଶାରେ ଦାମୀ ପୋର୍ସ କାର୍‌ ଚଳାଇ ଦୁଇ ବାଇକ୍‌ ଆରୋହୀଙ୍କୁ ଜଣେ ନାବାଳକ ଧକ୍କା ଦେଇଥିଲା। ଏଥିରେ ଘଟଣାସ୍ଥଳରେ ହିଁ ଦୁଇ ବାଇକ୍‌ ଆରୋହୀ ମଧ୍ୟପ୍ରଦେଶର ସଫ୍ଟଓ୍ୱେୟାର ଇଂଜିନିୟରଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପୁଲିସ ବର୍ତ୍ତମାନ ସୁଦ୍ଧା ୧୦ରୁ ୧୧ ଜଣଙ୍କୁ ଗିରଫ କରିସାରିଲାଣି। ସେହିପରି ଅବହେଳା ଅଭିଯୋଗରେ ଦୁଇ ପୁଲିସ କର୍ମଚାରୀ ନିଲମ୍ବିତ ମଧ୍ୟ ହୋଇସାରିଛନ୍ତି।

Pune Accident Pune Porsche Crash Teen Blood Sample Change
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe