Advertisment

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଟଳିଲେ ୩ ଲସ୍କର ଆତଙ୍କବାଦୀ

ପାକିସ୍ତାନ ସହ ବିବାଦ ମଧ୍ୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୩ କୁଖ୍ୟାତ ଆତଙ୍କବାଦୀ।

Sohpian

Sohpian

Advertisment

ଆତଙ୍କବାଦ ବିରୋଧରେ ଶୂନ ସହନଶୀଳତା ଆପଣାଇଥିବା ଭାରତୀୟ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ପାକିସ୍ତାନ ସହ ବିବାଦ ମଧ୍ୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୩ କୁଖ୍ୟାତ ଆତଙ୍କବାଦୀ। ପାକିସ୍ତାନରେ ସକ୍ରିୟ ହାଫିଜ ସୟିଦର ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବାର ୩ ଜଣ ସଦସ୍ୟ ଆଜି ଜମ୍ମୁ-କଶ୍ମୀରର ଶୋପିଆନ ଅନ୍ତର୍ଗତ ଜିନପାଥେର କେଲ୍ଲେର ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ନିହତ ହୋଇଛନ୍ତି।

Advertisment

ନିହତ ୩ ଜଣଙ୍କ ମଧ୍ୟରୁ ଜଣକର ପରିଚୟ ମିଳିଛି। କଶ୍ମୀରରେ ଲସ୍କର ପାଇଁ କାମ କରୁଥିବା ସ୍ଥାନୀୟ ଅଞ୍ଚଳର ଶାହିଦ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛି। ଆଉ ୨ ଜଣ ନିହତ ଆତଙ୍କବାଦୀଙ୍କ ପରିଚୟ ମିଳିନାହିଁ।

ଜିନପାଥେର କେଲ୍ଲେର ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ କର୍ଡନରେ ୩ ଲସ୍କର ଆତଙ୍କବାଦୀ ଫସିଥିଲେ। ଏହାପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିମୟରେ ୩ ଜଣ ଯାକ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ ହୋଇଛି। ଏବେ ବି ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦ ନିରୋଧ ଅପରେସନ ଜାରି ରହିଛି।

Advertisment

ଅନ୍ୟ ଏକ ଘଟଣାକ୍ରମରେ ଆଜି ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କ ମୁକ୍ତ କଶ୍ମୀର ପୋଷ୍ଟର ବିଭିନ୍ନ ସ୍ଥାନରେ ଲଗା ଯାଇଛି। ଏହି ପୋଷ୍ଟରରେ ପହଲଗାମ ନରସଂହାରରେ ସାମିଲ ଥିବା ଆଦିଲ ହୁସେନ, ଅଲୀ ଭାଇ ଓ ହାଶିମ ମୁସାର ଫଟୋ ରହିଛି। ଶୋପିଆନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ଲଗା ଯାଇଛି। ଏମାନଙ୍କ ସମ୍ପର୍କରେ ସୂଚନା ଦେଲେ ୨୦ ଲକ୍ଷ ଟଙ୍କାର ପୁରସ୍କାର ମିଳିବ ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି।

ଏପ୍ରିଲ ୨୨ ପହଲଗାମ ନରସଂହାର ପରେ ଜମ୍ମୁ-କଶ୍ମୀର ପ୍ରଶାସନ ବିଜବେହାରା ଅଞ୍ଚଳରେ ଥିବା ଆଦିଲ ହୁସେନର ଘରକୁ ଏପ୍ରିଲ ୨୫ରେ ବିସ୍ଫୋରଣ ଦ୍ୱାରା ଉଡ଼ାଇ ଦେଇଥିଲେ। ବୈସାରନ ଭ୍ୟାଲିରେ ହୋଇଥିବା ଆତଙ୍କବାଦୀ ହମଲାରେ ହୁସେନ ସକ୍ରିୟ ଭୂମିକା ଗ୍ରହଣ କରିଥିଲା। ସେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସବୁ ପ୍ରକାରର ସହାୟତା କରିଥିଲା।

୨୦୧୮ରେ ଆଦିଲ ଅଟ୍ଟାରୀ-ୱାଘା ସୀମାନ୍ତ ଡେଇଁ ପାକିସ୍ତାନ ଚାଲି ଯାଇଥିଲା। ସେଠାରେ ତାଲିମ ନେବା ପରେ ଗତବର୍ଷ ଭାରତରେ ଅନୁପ୍ରବେଶ କରିଥିଲା। ଜମ୍ମୁ-କଶ୍ମୀରରେ ହୋଇଥିବା ଏକାଧିକ ଆତଙ୍କବାଦୀ ହମଲାରେ ଆଦିଲ ହୁସେନ ସାମିଲ ଥିବା ଜଣାପଡ଼ିଛି।

Terror Attack Jammu Kashmir Jammu And Kashmir Encounter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe