Advertisment

ଅତିକ ଅହମଦ ହତ୍ୟାକାଣ୍ଡ: ୨ ମାସରେ ରିପୋର୍ଟ ଦେବ ତଦନ୍ତ କମିଟି

ଶନିବାର ଅତିକ ଓ ଅଶରଫଙ୍କ ହତ୍ୟା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ଥିତିର ସମୀକ୍ଷା କରିଥିଲେ। ଏଥିସହ ଘଟଣାର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

author-image
Hemant Lenka
Atiq

Atiq

ମା‍ଫିଆରୁ ରାଜନେତା ବନିଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଗୁଳିମାରି ହତ୍ୟା କରିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ୩ ଜଣିଆ ନ୍ୟାୟିକ କମିଟି ଘଟଣାର ତଦନ୍ତ କରି ୨ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବେ। ଏନେଇ ଆଜି ସରକାର ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏହି କମିଟିର ମୁଖ୍ୟ ହେଉଛନ୍ତି ଆହ୍ଲାବାଦ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅରବିନ୍ଦ କୁମାର ତ୍ରିପାଠୀ। କମିଟିରେ ଅବସରପ୍ରାପ୍ତ ଆଇପିଏସ ସୁବେଶ କୁମାର ସିଂହ ଓ ଅବସରପ୍ରାପ୍ତ ଜିଲ୍ଲା ଜଜ ବ୍ରିଜେଶ କୁମାର ସୋନି ରହିଛନ୍ତି।

ଶନିବାର ଅତିକ ଓ ଅଶରଫଙ୍କ ହତ୍ୟା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ଥିତିର ସମୀକ୍ଷା କରିଥିଲେ। ଏଥିସହ ଘଟଣାର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏବେ ସେ କମିଟିକୁ ୨ ମାସ ମଧ୍ୟରେ ରିପୋର୍ଟ ସରକାରଙ୍କ ପାଖରେ ଦାଖଲ କରିବାକୁ କହିଛନ୍ତି।

Advertisment

ଅତିକ ଅହମଦ ଓ ଅଶରଫଙ୍କୁ ପୁଲିସ୍‌ ଶନିବାର ପ୍ରୟାଗରାଜ ମେଡିକାଲକୁ ଚେକଅପ ପାଇଁ ନେଉଥିବା ବେଳେ ୩ ଜଣ ଯୁବକ ଗୁଳିମାଡ଼ କରିଥିଲେ। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ୨୦୦୫ ତତ୍କାଳୀନ ବିଏସ୍‌ପି ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ଅଭିଯୁକ୍ତ ଥିଲେ ଅତିକ। ସେହିପରି ଚଳିତ ବର୍ଷ ଫେବୃଆରୀରେ ଘଟଣାର ମୁଖ୍ୟ ସାକ୍ଷୀ ଉମେଶ ପାଲ ହତ୍ୟାକାଣ୍ଡରେ ମଧ୍ୟ ଅତିକଙ୍କ ଭୂମିକା ରହିଥିବା ଅଭିଯୋଗ ହୋଇଥିଲା।

ଅତିକ ଓ ଅଶରଫଙ୍କ ହତ୍ୟାକାଣ୍ଡ ପରେ ରବିବାର ପୂରା ୟୁପିରେ ୧୪୪ ଧାରା ଲାଗୁ କରାଯାଇଛି। ଗୁଳିମାଡ଼ ଘଟଣାରେ ସାମିଲ ଥିବା ୩ ଯୁବକଙ୍କୁ ପୁଲିସ୍‌ ଗିରଫ କରି ସାରିଛି। ସେମାନଙ୍କୁ ଏବେ ଅଧିକ ପଚରାଉଚରା କରାଯାଉଛି।

Atiq Ahmed