/odisha-reporter/media/media_files/2026/02/02/sadhvi-2026-02-02-18-49-49.jpg)
ସ୍ୱାଧୀ, କମ୍ପାଉଣ୍ଡର, ସହାୟକ ଓ ବାପା
ଇଞ୍ଜେକସନ ନେବା ପରେ ନିଜର ଆଶ୍ରମ ଭିତରେ ଆଖି ବୁଜିଛନ୍ତି ୨୫ ବର୍ଷୀୟ ଧର୍ମ ପ୍ରଚାରକ ସ୍ୱାଧୀ ପ୍ରେମ ବୈସା। ରାଜସ୍ଥାନ(Rajasthan)ର ଯୋଧପୁର ସ୍ଥିତ ଆଶ୍ରମରେ ସ୍ୱାଧୀ ପ୍ରେମ ଜାନୁଆରୀ ୨୮ ତାରିଖ ସନ୍ଧ୍ୟାରେ ଆଖି ବୁଜିଥିଲେ। ଏହାର ତଦନ୍ତ ପୁଲିସ୍ କରୁଥିବା ବେଳେ ଘଟଣା ଦିନ ଆଶ୍ରମରେ ଉପସ୍ଥିତ ଥିବା ୩ ଜଣ ବ୍ୟକ୍ତି ଏବେ ସ୍କାନରରେ ରହିଛନ୍ତି। ମୃତ୍ୟୁ ଘଟଣାରେ ସ୍ୱାଧୀ ପ୍ରେମଙ୍କ ବାପା, ତାଙ୍କୁ ଇଞ୍ଜେକସନ ଦେଇଥିବା କମ୍ପାଉଣ୍ଡର ଓ ସ୍ୱାଧୀ ପ୍ରେମଙ୍କ ବ୍ୟକ୍ତିଗତ ସହାୟକଙ୍କୁ ଯୋଧପୁର ପୁଲିସ ଘନଘନ ଜେରା କରୁଛି।
ଶବ ବ୍ୟବଚ୍ଛେଦ ରିପୋର୍ଟ, ଟୋକ୍ସିକୋଲୋଜୀ ରେଜଲ୍ଟ ଓ ଅନ୍ୟ ଫରେନ୍ସିକ ରିପୋର୍ଟ ନ ଆସିବା ଯାଏ କୌଣସି ନିଷ୍କର୍ସରେ କେହି ପହଞ୍ଚି ପାରିବେ ନାହିଁ। ତଥାପି ମେଡିକାଲ ଅବେହଳା ଓ ଗୋଟିଏ ବିବାଦୀୟ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ସ୍ୱାଧୀ ପ୍ରେମଙ୍କ ମୃତ୍ୟୁ ନେଇ ବିବାଦ ଦେଖାଯାଇଛି।
କ’ଣ ଘଟିଥିଲା?
ଯୋଧପୁରର ଆରତୀ ନଗର ଅଞ୍ଚଳରେ ଥିବା ପାଲ ରୋଡରେ ସ୍ୱାଧୀ ପ୍ରେମଙ୍କ ଗୋଟିଏ ଆଶ୍ରମ ରହିଛି। ସେଠାରେ ତାଙ୍କର ଜ୍ୱରର ଚିକିତ୍ସା ଚାଲିଥିବା ବେଳେ ହଠାତ୍ ସେ ଅଚେତ ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିଥିଲେ। ସନ୍ଧ୍ୟା ପ୍ରାୟ ୬ଟା ବେଳେ ସ୍ୱାଧୀ ପ୍ରେମଙ୍କୁ ତାଙ୍କ ବାପା ଓ ଆଉ ଜଣେ ଯୁବକ ହସ୍ପିଟାଲ ଆଣିଥିବା ଏସିପି(ପଶ୍ଚିମ) ଛବି ଶର୍ମା ନିଶ୍ଚିତ କରିଛନ୍ତି।
ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ ଜାନୁଆରୀ ୨୮ ତାରିଖ ସକାଳୁ ସ୍ୱାଧୀ ପ୍ରେମ ଜ୍ୱର ଲକ୍ଷଣ ଅନୁଭବ କରିଥିଲେ। ଏଥିପାଇଁ ତାଙ୍କୁ ଆଶ୍ରମରେ ହିଁ ସବୁ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା। ସନ୍ଧ୍ୟା ସମୟରେ ଜଣେ କମ୍ପାଉଣ୍ଡରଙ୍କୁ ଡକା ଯାଇଥିଲା ଓ ସେ ଗୋଟିଏ ଇଞ୍ଜିକେସନ ସ୍ୱାଧୀ ପ୍ରେମଙ୍କୁ ଦେଇଥିଲେ। ଇଞ୍ଜେକସନ ନେବା କ୍ଷଣୀ ସ୍ୱାଧୀ ପ୍ରେମ ଅଚେତ ହୋଇଯାଇଥିଲେ। ଏହାପରେ ହସ୍ପିଟାଲ ଯାଇଥିଲେ ହେଁ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ମାତ୍ରେ ଶହଶହ ଶ୍ରଦ୍ଧାଳୁ ଆଶ୍ରମ ନିକଟରେ ଏକାଠି ହୋଇ ନାରାବାଜୀ କରିଥିଲେ। ଏଥିସହ ସେମାନେ ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ ମଧ୍ୟ ଦାବି କରିଛନ୍ତି।
ସ୍କାନରରେ ୩ ଜଣ ବ୍ୟକ୍ତି
ପୁଲିସ୍ ତଦନ୍ତ ପରେ ୩ ଜଣଙ୍କ ବ୍ୟକ୍ତିଙ୍କୁ ନିଜ ସ୍କାନରରେ ରଖିଛି। ସେମାନେ ହେଲେ ସ୍ୱାଧୀ ପ୍ରେମଙ୍କ ବାପା ବୀରାମ ନାଥ, କମ୍ପାଉଣ୍ଡର ଦେବୀ ସିଂହ ଓ ଆଶ୍ରମରେ ସହାୟକ ଭାବେ କାମ କରୁଥିବା ସୁରେଶ। ସେମାନଙ୍କୁ ପୁଲିସ୍ ପୃଥକ ପୃଥକ ଭାବେ ଜେରା କରିବା ସହ ସେମାନଙ୍କ ବୟାନକୁ ମଧ୍ୟ ରେକର୍ଡ କରିଛି।
ବାପା ବୀରାମ ନାଥ
ଝିଅ ସହ ସାଧନା କୁଟି ଆଶ୍ରମରେ ରହୁଥିବା ବୀରାମ ନାଥ ଲଖିତ ଭାବେ ଜାନୁଆରୀ ୨୮ରେ କ’ଣ ସବୁ ଘଟିଥିଲା, ତା’ର ତଥ୍ୟ ପୁଲିସ୍କୁ ଦେଇଛନ୍ତି। ତାଙ୍କ ବୟାନ ଅନୁସାରେ ସ୍ୱାଧୀ ପ୍ରେମ ସକାଳ ସମୟରେ ସାଧାରଣ ଥଣ୍ଡା ଅନୁଭବ କରିଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆଦୌ ଗୁରୁତର ନଥିଲା। ଦିନ ୧୧.୫୪ରେ ସେ ଘରୋଇ କ୍ଲିନିକ ଚଳାଉଥିବା ଦେବୀ ସିଂହଙ୍କୁ ଫୋନ କରି ଚିକିତ୍ସା କଥା ବୁଝିଥିଲେ। ଦେବୀ ସିଂହ ଏହି ସମୟରେ ହସ୍ପିଟାଲରେ ରହିଥିଲେ ଓ ବୀରାମ ନାଥ ତାଙ୍କୁ ୩ ଟା ବେଳେ ଆଶ୍ରମକୁ ଆସିବାକୁ କହିଥିଲେ।
ବୀରାମ ନାଥ ଅପରାହ୍ନ ୫.୦୪ରେ ତାଙ୍କୁ ପୁଣି ଫୋନ କରି ଡାକିବାରୁ ସେ ୫.୧୦ରୁ ୫.୧୫ ମଧ୍ୟରେ ଆଶ୍ରମରେ ପହଞ୍ଚିଥିଲେ। କମ୍ପାଉଣ୍ଡର ଦେବୀ ସିଂହ ଆଶ୍ରମରେ ପହଞ୍ଚି ସ୍ୱାଧୀ ପ୍ରେମଙ୍କ ଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଥିଲେ। ଏହାପରେ ଗୋଟିଏ ମେସିନରେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରି ସବୁ କିଛି ସ୍ୱାଭାବିକ ଥିବା କହିଥିଲେ। ତଥାପି ସେ ଗୋଟିଏ ଇଞ୍ଜିକେସନ ସ୍ୱାଧୀ ପ୍ରେମଙ୍କ ଡାହାଣ ହାତରେ ଦେଇଥିଲେ। କିଛି ବଟିକା ଦେଇ ୫୦୦ ଟଙ୍କା ଫି’ ମାଗିଥିଲେ। ଟଙ୍କା ମିଳିବା ପରେ ସେ ଆଶ୍ରମରୁ ଚାଲି ଯାଇଥିଲେ।
ସେ ଯିବାର ପ୍ରାୟ ୯ ମିନିଟ ପରେ ସ୍ୱାଧୀ ପ୍ରେମଙ୍କ ଅବସ୍ଥା ବିଗିଡ଼ିବାରେ ଲାଗିଥିଲେ। ସେ କାନ୍ଦିବା ସହ ବାରମ୍ବାର ପାପା, ଗୁରୁଜୀ ମୋ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁ ଥିବା କହିଥିଲେ। ସେ ଭୟଙ୍କର ଢଙ୍ଗରେ ଛିଙ୍କିବା ସହ ରୁମାଲ ଓ ଟିସୁ ପେପର ମାଗିଥିଲେ। କିଛି କ୍ଷଣ ପରେ ସେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ। ଏହା ଦେଖି ବୀରାମ ନାଥ ତୁରନ୍ତ ଝିଅକୁ ଧରି କାରରେ ହସ୍ପିଟାଲକୁ ନେଇ ଯାଇଥିଲେ।
୫.୨୯ ମିନିଟରେ ହସ୍ପିଟାଲ ଯିବା ବାଟରେ ବୀରାମ ନାଥ ପୁଣି ଦେବୀ ସିଂହଙ୍କୁ ଫୋନ କରି ସେ କେଉଁ ପ୍ରକାରର ବିଷାକ୍ତ ଇଞ୍ଜିକେସନ ଦେଇଥିବା ପ୍ରଶ୍ନ କରିଥିଲେ। ସ୍ୱାଧୀ ପ୍ରେମଙ୍କ ଅବସ୍ଥା ଗୁରୁତର ଥିବା ଜଣାଇଥିଲେ। ଜବାବରେ ଦେବୀ ସିଂହ ଗୋଟିଏ ସାଧାରଣ ଇଞ୍ଜିକେସନ ଦେଇଛନ୍ତି ଓ ସେମାନେ କେଉଁ ହସ୍ପିଟାଲକୁ ଯାଉଛନ୍ତି ବୋଲି ପଚାରିଥିଲେ।
କାରରେ ହସ୍ପିଟାଲ ଯାଉଥିବା ବେଳେ ସ୍ୱାଧୀ ପ୍ରେମ ଚିତ୍କାର କରିବା ସହ ଅଣନିଃଶ୍ୱାସୀ ହୋଇ ପଡ଼ୁଥିଲେ। ପାପା ମୁଁ ସବୁ ଦିନ ପାଇଁ ଚାଲି ଯାଉଛି କହି ଅଚେତ ହୋଇ ଯାଇଥିଲେ। ୪ରୁ ୫ ମିନିଟ ମଧ୍ୟରେ ତାଙ୍କୁ ପ୍ରେକ୍ଷା ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତରମାନେ ସେଠାରେ ତାଙ୍କର ଚିକିତ୍ସା ଡାକ୍ତରମାନେ ଆରମ୍ଭ କରିଥିଲେ। କିନ୍ତୁ ୨ରୁ ୫ ମିନିଟ ପରେ ସେମାନେ ସ୍ୱାଧୀ ପ୍ରେମଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ବୀରାମ ନାଥ ପୁଲିସ୍ରେ ଅଭିଯୋଗ କରି ଦେବୀ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
କମ୍ପାଉଣ୍ଡର ଦେବୀ ସିଂହ
ତଦନ୍ତ କେନ୍ଦ୍ରରେ ଥିବା ଦ୍ୱିତୀୟ ବ୍ୟକ୍ତି ହେଲେ ଦେବୀ ସିଂହ। ୩ ଦିନ ହେଲା ପୁଲିସ ତାଙ୍କୁ ନିୟମିତ ଜେରା କରୁଛି। ତାଙ୍କ ପ୍ରେଫେସନାଲ ଯୋଗ୍ୟତା, ନର୍ସିହ ଡିଗ୍ରୀ, କେଉଁ ଶିକ୍ଷାନୁଷ୍ଠାନରୁ ସେ ଡିଗ୍ରୀ ହାସଲ କରିଥିଲେ, ବର୍ତ୍ତମାନର କାର୍ଯ୍ୟ ଓ ଇଞ୍ଜିକେସନ ଦେବାକୁ ତାଙ୍କ ପାଖରେ ଆଇନଗତ ଅନୁମତି ରହିଛି କି ନାହିଁ, ସେବିଷୟରେ ପୁଲିସ୍ ତଥ୍ୟ ଯୋଗାଡ଼ କରୁଛି।
ଜାନୁଆରୀ ୨୮ରେ ସେ ସ୍ୱାଧୀ ପ୍ରେମଙ୍କୁ କେଉଁ ପ୍ରକାରର ଚିକିତ୍ସା ଯୋଗାଇ ଦେଇଥିଲେ, ତା’ର ତଥ୍ୟ ମଧ୍ୟ ପୁଲିସ୍ ତାଙ୍କୁ ମାଗିଛି। ସେ କେଉଁ ମେଡିସିନ ଓ ଇଞ୍ଜିକେସନ ସ୍ୱାଧୀ ପ୍ରେମଙ୍କୁ ଦେଇଥିଲେ, ତା’ର ଯାଞ୍ଚ ପୁଲିସ ଆରମ୍ଭ କରିଛି। ସ୍ୱାଧୀ ପ୍ରେମ ଓ ତାଙ୍କ ପରିବାର ସହ ଦେବୀ ସିଂହଙ୍କ ସମ୍ପର୍କ ବହୁତ ପୁରୁଣା ଏବଂ ପୂର୍ବରୁ ମଧ୍ୟ ସେ ଏକାଧିକ ଥର ତାଙ୍କର ଚିକିତ୍ସା କରିଥିବା ପୁଲିସ୍ ଜାଣିବାକୁ ପାଇଛି।
ସୁରେଶ
ଘଟଣାର ତୃତୀୟ ବ୍ୟକ୍ତି ଜଣଙ୍କ ହେଲେ ସୁରେଶ। ସେ ଆଶ୍ରମରେ ସହାୟକ ଭାବେ କାମ କରନ୍ତି। ଆଶ୍ରମରେ ରୋଷେଇ ଓ ଦୈନିକ ବ୍ୟବସ୍ଥାର ଦାୟିତ୍ୱ ସେ ବୁଝନ୍ତି। ସେ ନିଜର ବୟାନରେ ପୁଲିସ୍କୁ କହିଛନ୍ତି ଯେ ଜାନୁଆରୀ ୨୭ ତାରିଖ ରାତିରେ ସ୍ୱାଧୀ ପ୍ରେମ ଆଜମେରରୁ ଆଶ୍ରମକୁ ଆସିଥିଲେ। ଜାନୁଆରୀ ୨୮ ତାରିଖ ସକାଳେ ଛେପ ଢୋକିବାରେ କଷ୍ଟ ଅନୁଭବ କରିଥିଲେ। ଏପରି ସେ ଲୁଣ ପାଣି କୁଳୁକୁଚା କରିବା ସହ ମଧ୍ୟାହ୍ନରେ କାଢା ପିଇଥିଲେ।
ଜାନୁଆରୀ ୨୮ ତାରିଖ ଅପରାହ୍ନ ୫ଟାରେ ସ୍ୱାଧୀ ପ୍ରେମ ତାଙ୍କୁ ଡାକିବା ସହ ଡାକ୍ତର ଆସିଥିବାରୁ ଗେଟ ଖୋଲିବାକୁ କହିଥିଲେ। ସେ ଗେଟ ଖୋଲିବା ମାତ୍ରେ ଦେବୀ ସିଂହ ଭିତରକୁ ପ୍ରବେଶ କରି ସିଧା ସ୍ୱାଧୀ ପ୍ରେମଙ୍କ ରୁମକୁ ଯାଇଥିଲେ। ରୁମ ଭିତରେ ଚାଲିଥିବା ଚିକିତ୍ସା ବେଳେ ସୁରେଶ ଉପସ୍ଥିତ ନଥିବା ପୁଲିସ୍କୁ କହିଛନ୍ତି।
ତାଙ୍କ କହିବା କଥା ଦେବୀ ସିଂହ ଯିବାର ୪ରୁ ୫ ମିନିଟ ପରେ ସୁରେଶ ସ୍ୱାଧୀ ପ୍ରେମଙ୍କ ଚିତ୍କାର ଶୁଣିଥିଲେ। ସେ ଦୌଡ଼ିକି ଯିବା ସହ ଦେଖିବାକୁ ପାଇଥିଲେ ଯେ ସ୍ୱାଧୀ ପ୍ରେମ ଆଶ୍ରମର ମୁଖ୍ୟ ଫାଟକ ନିକଟରେ ବାପା ବୀରାମ ନାଥଙ୍କ ସହ ରହିଛନ୍ତି। ସେହି ସ୍ଥାନରେ ହିଁ ସ୍ୱାଧୀ ପ୍ରେମ ପଡ଼ି ଯାଇଥିଲେ।
ଏହାପରେ ବୀରାମ ନାଥଙ୍କ ସହ ମିଶି ସୁରେଶ କାରରେ ସ୍ୱାଧୀ ପ୍ରେମଙ୍କୁ ହସ୍ପିଟାଲ ନେଇଥିଲେ। ହସ୍ପିଟାଲ ଯିବା ବାଟରେ ସ୍ୱାଧୀ ପ୍ରେମ ଅଣନିଃଶ୍ୱାସୀ ହୋଇଯିବାରୁ ସେ ନିଜେ ସିପିଆର ଦେଇଥିଲେ। ଏହି ସମୟରେ ସ୍ୱାଧୀ ପ୍ରେମ ଚତ୍କାର କରି ପାପା ଦୟା କରି ମୋତେ ନ୍ୟାୟ ଦିଅ ବୋଲି କହିଥିଲେ। ତାଙ୍କ ନଖ ମଧ୍ୟ ନୀଳ ହୋଇଯାଇଥିଲା ବୋଲି ସୁରେଶ ପୁଲିସ୍କୁ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
