Advertisment

ଲକ୍ଷ୍ୟଭେଦ ନ କରି ଅନ୍ୟତ୍ର ଖସି ପଡ଼ିଲା ୩ ମିସାଇଲ, ତଦନ୍ତ ନିର୍ଦ୍ଦେଶ

ଲକ୍ଷ୍ୟଚ୍ୟୁତ ମିସାଇଲଗୁଡ଼ିକ ଖୋଲା ପଡ଼ିଆରେ ପଡ଼ିବାରୁ ଭୟଙ୍କର ବିସ୍ଫୋରଣ ହୋଇଥିଳା। ସ୍ଥାନୀୟ ଲୋକମାନେ ଏଥିରେ ଭୟଭୀତ ହୋଇଯାଇଥିବା ବେଳେ ଅଧିକାରୀମାନେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇ ନଥିବା କହିଛନ୍ତି।

 missiles

missiles

Advertisment

ଟ୍ରାଏଲ ବେଳେ ଲକ୍ଷ୍ୟସ୍ଥଳ ବଦଳରେ ଅନ୍ୟତ୍ର ପଡ଼ିଛି ୩ଟି ମିସାଇଲ। ସ୍ଥଳଭାଗରୁ ଆକାଶ ପଥକୁ ନିକ୍ଷେପ ହେଉଥିବା ୩ଟି ମିସାଇଲର ଲକ୍ଷ୍ୟଭ୍ରଷ୍ଟ ହୋଇଯାଇଛି। ରାଜସ୍ଥାନର ପୋଖରାନରେ ସେନା ପକ୍ଷରୁ ମିସାଇଲର ପରୀକ୍ଷଣ ହେଉଥିବା ବେଳେ ଏହା ଲକ୍ଷ୍ୟ ସ୍ଥଳ ବଦଳରେ ଦୁଇଟି ଗାଁରେ ଥିବା ଖୋଲା ପଡ଼ିଆରେ ଖସି ପଡ଼ିଛି।

Advertisment

ଲକ୍ଷ୍ୟଚ୍ୟୁତ ମିସାଇଲଗୁଡ଼ିକ ଖୋଲା ପଡ଼ିଆରେ ପଡ଼ିବାରୁ ଭୟଙ୍କର ବିସ୍ଫୋରଣ ହୋଇଥିଳା। ସ୍ଥାନୀୟ ଲୋକମାନେ ଏଥିରେ ଭୟଭୀତ ହୋଇଯାଇଥିବା ବେଳେ ଅଧିକାରୀମାନେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇ ନଥିବା କହିଛନ୍ତି।

ସେନା ପକ୍ଷରୁ ଏହି ବୈଷୟିକ ତ୍ରୁଟିର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଜୈସଲମେର ଜିଲ୍ଲାର ନାଚନା ଅଞ୍ଚଳରେ ଡମି ଟାର୍ଗେଟ ଆକାଶ ପଥରେ ରଖାଯାଇଥିଲା। ୩ଟି ଯାକ ମିସାଇଲ ଉକ୍ତ ଟାର୍ଗେଟକୁ ହିଟ୍‌ କରିବାର ଥିଲା। କିନ୍ତୁ ଏହା ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଅନ୍ୟତ୍ର ଖସି ପଡ଼ି ବିସ୍ଫୋରଣ କରିଛି।

Advertisment

ବିସ୍ଫୋରଣ ଶବ୍ଦ ଶୁଣି ଗାଁ ଲୋକମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ମିସାଇଲ ପଡ଼ିଥିବା ସ୍ଥାନରେ ଗଭୀର ଗର୍ତ୍ତ ହୋଇଥିବା ସେମାନେ ଦେଖିବାକୁ ପାଇଥିଲେ। ଦୁଇଟି ମିସାଇଲର ଧ୍ୱଂସାବଶେଷ ମିଳିଥିବା ବେଳେ ତୃତୀୟଟି ସମ୍ପର୍କରେ କୌଣସି ପ୍ରକାରର ସୂଚନା ମିଳିନି। ପୁଲିସ୍‌, ସେନା କର୍ମଚାରୀ ଓ ଅନ୍ୟ ଅଧିକାରୀମାନେ ତୃତୀୟ ମିସାଇଲର ଧ୍ୱଂସାବଶେଷ ଖୋଜିବାରେ ଲାଗିଛନ୍ତି।

ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ ଅମିତାଭ ଶର୍ମା କହିଛନ୍ତି, ପୋଖରାନ ଫିଲ୍ଡ ଫାୟାରିଂ ରେଞ୍ଜରେ ମିସାଇଲର ପରୀକ୍ଷଣ ଚାଲିଥିଲା। ବାର୍ଷିକ ଫିଲ୍ଡ ଫାୟାରିଂ ପାଇଁ ମିସାଇଲର ଟ୍ରାଏଲ କରାଯାଉଥିଲା। ମିସାଇଲଗୁଡ଼ିକୁ ସୁରକ୍ଷିତ ଉତକ୍ଷେପଣ ବି କରାଯାଇଥିଲା।

ତେବେ ୩ଟି ମିସାଇଲ ବୈଷୟିକ ତ୍ରୁଟି କାରଣରୁ ଖୋଲା ସ୍ଥାନରେ ଖସି ପଡ଼ିଥିଲା। ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଗୋଟିଏ ମିସାଇଲ ଅଜସାର ଓ ଅନ୍ୟଟି ସତ୍ୟାୟ ଗାଁରେ ପଡ଼ିଛି। ଏଥିରେ କୌଣସି ପ୍ରକାରର ଧନଜୀବନ ନଷ୍ଟ ହୋଇନି ବୋଲି ସେ କହିଛନ୍ତି। 

Rajasthan Indian Army Missile Experiment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe