Advertisment

ଅନ୍ଧବିଶ୍ୱାସ, ୫୧ଥର ଚେଙ୍କ ପରେ ଆଖିବୁଜିଲା ୩ ମାସର ଶିଶୁ

ଥରେ କି ଦୁଇ ଥର ନୁହେଁ ପ୍ରାୟ ୫୧ ଥର ୩ ମାସର ଶିଶୁକୁ ଗରମ ଚେଙ୍କ ଦିଆଯାଇଥିଲା।

author-image
Madhupriya Mistry
ଅଦ୍ୟତନ ହୋଇଛି
Child Death

Child Death

ଆଜିର ଯୁଗରେ ମଧ୍ୟ ଲୋକେ ଅନ୍ଧବିଶ୍ୱାସୀ ହୋଇ ରହିଛନ୍ତି। ଅନ୍ଧବିଶ୍ୱାସର ଅନ୍ଧ ଗଳିରୁ ବାହାରି ପାରୁନାହାନ୍ତି ଲୋକେ। ଏଥିଲାଗି ବେଳେ ବେଳେ ଅନେକ ନୀରିହଙ୍କ ଜୀବନ ମଧ୍ୟ ଯାଉଛି। ବିଶେଷ କରି ଛୋଟ ଛୁଆମାନେ ଅଧିକ ଏହି ଅନ୍ଧବିଶ୍ୱାସ ଲାଗି ଜୀବନ ହରାଉଛନ୍ତି। ନିକଟରେ ଅନ୍ଧବିଶ୍ୱାସ ଲାଗି ଜଣେ ୩ ମାସର ଶିଶୁର ମୃତ୍ୟୁ ହୋଇଛି। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ମଧ୍ୟ ପ୍ରଦେଶରୁ।

Advertisment

ମଧ୍ୟପ୍ରଦେଶର ଆଦିବାସୀ ବହୁଳ ଅଞ୍ଚ ଶାହଡୋଲ ଜିଲ୍ଲାରେ ସିଂହପୁର କଠୌତିଆ ଗାଁ। ଏଠାକାର ଏକ ୩ ମାସର ଛୁଆ ନିମୋନିଆରେ ପୀଡିତ ଥିଲା। ନିଶ୍ୱାସ ନେବାରେ ତାକୁ କଷ୍ଟ ଅନୁଭବ ହେଉଥିଲା। ତେବେ ପରିବାର ଲୋକେ ଛୁଆଟିକୁ ଡାକ୍ତର ପାଖକୁ ନେବା ବଦଳରେ ଏକ ଝଡ଼ାଫୁଙ୍କା କରୁଥିବା ବାବାଙ୍କ ପାଖକୁ ନେଇଥିଲେ। ସେଠାରେ ବାବା ଛୁଆଟିକୁ ଭଲ କରାଇବା ପାଇଁ ଚିକିତ୍ସା ବାବଦକୁ ଗରମା ଲୁହାରେ ଚେଙ୍କ ଦେବାକୁ ପରିବାର ଲୋକଙ୍କୁ କହିଥିଲେ।

ଅନ୍ଧବିଶ୍ୱାସରେ ଅନ୍ଧ ହୋଇ ପାରିବାର ଲୋକେ ମଧ୍ୟ କୁନି ପିଲାଟିକୁ ଗରମ ଲୁହା ଚେଙ୍କ ଦେଇଥିଲେ। ସେ ପୁଣି ଥରେ କି ଦୁଇ ଥର ନୁହେଁ ପ୍ରାୟ ୫୧ ଥର ୩ ମାସର ଶିଶୁକୁ ଗରମ ଚେଙ୍କ ଦିଆଯାଥିଲା। ଫଳରେ ଶିଶୁଟିର ଅବସ୍ଥା ଆହୁରି ଗୁରୁତର ହୋଇଯାଇଥିଲା। ଏହାପରେ ପରିବାର ଲୋକେ ପିଲାଟିକୁ ଶାହଡୋଲ ହସ୍ପିଟାଲକୁ ନେଇଥିଲେ। ସେଠାରେ ଶିଶୁର ମୃତ୍ୟୁ ହୋଇଛି।

Advertisment

ସ୍ଥାନୀୟ ଜିଲ୍ଲାପାଳଙ୍କ କହିବା ମୁତାବକ, ୩ ମାସର ଶିଶୁର ମା'କୁ ଅଙ୍ଗନଓ୍ୱାଡି କର୍ମୀ ଦୁଇ ଜଣ ବୁଝାସୁଝା କରିଥିଲେ। ଶିଶୁକୁ ଲୁହା ଚେଙ୍କ ନ ଦେବାକୁ ସେ ପରାମର୍ଶ ମଧ୍ୟ ଦେଇଥିଲେ। କିନ୍ତୁ ପିଲାଟିର ମା' ଅଙ୍ଗନଓ୍ୱାଡି କର୍ମୀଙ୍କ କଥା ଶୁଣିନଥିଲେ। ଏବେ ସଠିକ୍‌ ସମୟରେ ଚିକିତ୍ସା ନ ପାଇ କୁନି ପିଲାଟିର ଜୀବନ ଯାଇଛି। ସଂକ୍ରମଣ ଅତ୍ୟଧିକ ବଢ଼ିଯାଇଥିବା ଯୋଗୁ ୩ ମାସର ଛୁଆର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି।

Child Death