Advertisment

ତିଆରି ଚାଲିଥିବା ନାଳରେ ଖସି ପଡ଼ିଲା ଅଟୋ, ଗୋଟିଏ ପରିବାରର ୩ ଜଣ ଆଖି ବୁଜିଲେ

ଘଟଣାଟି ବୁଧବାର ରାତି ୧୧.୩୦ରେ ଭୂମି ୱାର୍ଲ୍ଡ ନିକଟରେ ଘଟିଛି। ଅଟୋ ଡ୍ରାଇଭର ରାକେଶ ଚୌହାନ ନିଜ ପରିବାର ଲୋକଙ୍କୁ ନେଇ ଜୁହୁ ଚୋୱପାଟୟରୁ ନିଜ ଘରକ ଫେରୁଥିଲେ।

ଅଦ୍ୟତନ ହୋଇଛି
Auto

Auto

Advertisment

ମହାରାଷ୍ଟ୍ରର ଭିୱାଣ୍ଡି ଅନ୍ତର୍ଗତ ମୁମ୍ବାଇ-ନାଶିକ ଜାତୀୟ ରାଜପଥରେ ଘଟିଛି ଅଭାବନୀୟ ଘଟଣା। ଗୋଟିଏ ପରିବାର ୭ ଜଣ ଲୋକ ଅଟୋରେ ଯାଉଥିବା ବେଳେ ନିର୍ମାଣାଧୀନ ଗଭୀର ନାଳରେ ଏହା ଖସି ପଡ଼ିଛି। ଏଥିରେ ପରିବାରର ୩ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା କୁହାଯାଉଛି।

Advertisment

ଘଟଣାଟି ବୁଧବାର ରାତି ୧୧.୩୦ରେ ଭୂମି ୱାର୍ଲ୍ଡ ନିକଟରେ ଘଟିଛି। ଅଟୋ ଡ୍ରାଇଭର ରାକେଶ ଚୌହାନ ନିଜ ପରିବାର ଲୋକଙ୍କୁ ନେଇ ଜୁହୁ ଚୋୱପାଟୟରୁ ନିଜ ଘରକ ଫେରୁଥିଲେ। ତେବେ ଭୁଲବଶତଃ ରାସ୍ତା କଡ଼ରେ ଖୋଳା ଯଇଥିବା ବିରାଟ ନାଳରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଏଥିଯୋଗୁ ଘଟଣାସ୍ଥଳରେ ରାକେଶଙ୍କ ପତ୍ନୀ ମୁନୀ, ରାକେଶଙ୍କ ଭାଉଜ ଓ ରାକେଶଙ୍କ ସାନ ଝିଅ ଅନିକ୍ଷାଙ୍କ ମୃତ୍ୟୁ ଘଟିଛି। ରାକେଶ, ତାଙ୍କ ପୁଅ ରବି ଓ ଦୁଇ ଝିଅ ଅଙ୍କିତା ଓ ଅଞ୍ଜଳୀ ଏବେ ଗୁରୁତର ଅବସ୍ଥାରେ ଭିୱାଣ୍ଡିର ଆଇଜିଏମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Advertisment

ପୁଲିସ୍‌ କହିଛି ଯେ ତିତୱାଲାରେ ରହୁଥିବା ରାକେଶ ତାଙ୍କ ପରିବାର ଲୋକଙ୍କୁ ଧରି ଜୁହୁ ଚୋଓପାଟୟକୁ ବୁଧବାର ସକାଳେ ଯାଇଥିଲେ। ସେ ରାତିରେ ଘରକୁ ଅଟୋ ଧରି ପରିବାର ଲୋକଙ୍କ ସହ ଘରୁ ଫେରୁଥିଲେ। ତେବେ ରାସ୍ତା ଅନ୍ଧାର ହୋଇଥିବା ବେଳେ ନିର୍ମାଣ ଚାଲିଥିବା ନଳା ନିକଟରେ ଏମଏମଆରଡିଏ କୌଣସି ପ୍ରକାରର ବିପଦ ସଙ୍କେତ ଥିବା ବ୍ୟାରିକେଡ ଲଗାଇ ନଥିଲା।

ଫଳରେ ରାକେଶ ଗଭୀର ନଳାକୁ ଦେଖି ପାରି ନଥିଲେ। ଅଟୋଟି ନାଳରେ ଖସିପଡ଼ିବାରୁ ଏତେ ବଡ଼ ଘଟଣା ଘଟିଛି। ସମସ୍ତେ ନଳାରେ ପଡ଼ି ଚିତ୍କାର କରିବାରୁ ଉକ୍ତ ରାସ୍ତାରେ ଯାଉଥିବା ଲୋକମାନେ ଉଦ୍ଧାର ପାଇଁ ଅଣ୍ଟା ଭିଡ଼ିଥିଲେ।

ସେମାନେ ରଶି ଦ୍ୱାରା ନଳା ଭିତରୁ ଲୋକଙ୍କୁ ବାହାର କରିଥିଲେ। ସମସ୍ତଙ୍କୁ ନଳାରୁ ଉଦ୍ଧାର କରି ଆଇଜିଏମ ହସ୍ପିଟାଲକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ଗୋଟିଏ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe