Advertisment

ତୀର୍ଥଯାତ୍ରା କରିବାକୁ ଯାଇଥିଲେ ତିରୁପତି; ଓଡ଼ିଶାର ୩ ବୃଦ୍ଧା ନିଖୋଜ

ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାରୁ ୧୩୨ ଜଣଙ୍କୁ ଯାତ୍ରୀଙ୍କୁ ଧରି ଏକ ବସ୍‌ ଗତ ୭ ତାରିଖରେ ତିରୁପତି ଅଭିମୁଖେ ଯାତ୍ରା କରିଥିଲା।

author-image
Niharika Rout
Missing Old Lady

Missing Old Lady

ତୀର୍ଥଯାତ୍ରା କରିବାକୁ ଓଡ଼ିଶାରୁ ତିରୁପତି ଯାଇଥିବା ୩ ବୃଦ୍ଧା ନିଖୋଜ ହୋଇ ଯାଇଛନ୍ତି। ସେମାନେ ହେଲେ କେନ୍ଦ୍ରାପଡ଼ା ଭରତପୁରରୁ ବାସନ୍ତି ମଲ୍ଲିକ, ଖୋର୍ଦ୍ଧାରୁ ଗୀତାଞ୍ଜଳି ରାଉତ ଏବଂ ରାଣୀ ଦେ । ବହୁ ଖୋଜାଖୋଜି ପରେ ବି ସେମାନଙ୍କ ପତ୍ତା ମିଳୁନି।

Advertisment

ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାରୁ ୧୩୨ ଜଣଙ୍କୁ ଯାତ୍ରୀଙ୍କୁ ଧରି ଏକ ବସ୍‌ ଗତ ୭ ତାରିଖରେ ତିରୁପତି ଅଭିମୁଖେ ଯାତ୍ରା କରିଥିଲା। ହେଲେ ତିରୁପତିରେ ଭେଙ୍କଟେଶ୍ୱରଙ୍କ ଦର୍ଶନ ପରେ ଉକ୍ତ ୩ ବୃଦ୍ଧା କେଉଁଆଡ଼େ ନିଖୋଜ ହୋଇ ଯାଇଛନ୍ତି। । ମାତ୍ର ଏହାପରେ ବାସନ୍ତି, ଗୀତାଞ୍ଜଳି ଓ ରାଣୀଙ୍କ ପତ୍ତା ମିଳି ନ ଥିଲା। 

ସ୍ଥାନୀୟ ପୁଲିସ୍, ପର୍ଯ୍ୟଟନ ବିଭାଗ ତିରୁପତିରେ ସେମାନଙ୍କୁ ଖୋଜାଖୋଜି କରୁଥିଲେ ବି ସେମାନଙ୍କ ପତ୍ତା ମିଳି ପାରିନି। ଆଜି କେନ୍ଦ୍ରାପଡ଼ାରୁ ବାସନ୍ତି ମଲ୍ଲିକଙ୍କ ପରିବାର ସଦସ୍ୟ ଟ୍ରେନ୍‌ ଯୋଗେ ତିରୁପତି ଅଭିମୁଖେ ଯାତ୍ରା କରିଛନ୍ତି। ସେମାନେ ସ୍ଥାନୀୟ ପୁଲିସ୍‌କୁ ଖୋଜାଖୋଜିରେ ସାହାଯ୍ୟ କରିବେ।

Advertisment

ଏନେଇ ବିଭାଗୀୟ ଅଧିକାରୀ କହିଛନ୍ତି, ତିରୁପତିରେ ଭେଙ୍କଟେଶ୍ୱରଙ୍କ ଦର୍ଶନ ପାଇଁ ଯାଇଥିବା ବେଳେ ବୃଦ୍ଧାମାନେ ନିଖୋଜ ହୋଇଛନ୍ତି। ସେମାନଙ୍କ ସହ ୬ ଜଣ ଏସକର୍ଟ ଅଫିସର ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ତିରୁପତିର. ରହି ନିଖୋଜଙ୍କୁ ଖୋଜାଖୋଜି କରୁଛନ୍ତି। ଅବଶିଷ୍ଟ ୪ ଏସକର୍ଟ ଅଫିସରଅନ୍ୟ ଯାତ୍ରୀଙ୍କ ସହ ଚାଲି ଯାଇଛନ୍ତି।  ଆଜି ସକାଳୁ ବାସନ୍ତିଙ୍କ ପରିବାର ସଦସ୍ୟ ଓ ଜଣେ ଗ୍ରାମବାସୀ ଟ୍ରେନ୍‌ ଯୋଗେ ତିରୁପତି ଯାଇଛନ୍ତି। ଖୁବ୍‌ଶୀଘ୍ର ଉକ୍ତ ୩ ବୃଦ୍ଧାଙ୍କ ପତ୍ତା ମିଳିଯିବ ବୋଲି ଆଶା ରଖୁଛୁ। 

Missing Tirupati Temple