Advertisment

ଆନ୍ଧ୍ରପ୍ରଦେଶର ୩ ବରିଷ୍ଠ IPS ଅଧିକାରୀ ସସପେଣ୍ଡ

ମୁମ୍ବାଇର ଜଣେ ଅଭିନେତ୍ରୀଙ୍କ ଅଭିଯୋଗ କ୍ରମେ ତିନି ଉଚ୍ଚ ପଦସ୍ତ ଆଇପିଏସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।

Police

Police

Advertisment

ଆନ୍ଧ୍ରପ୍ରଦେଶର ତିନି ଜଣ ବରିଷ୍ଠ ଆଇପିଏସ ଅଫିସର ସସପେଣ୍ଡ। ମୁମ୍ବାଇର ଜଣେ ଅଭିନେତ୍ରୀଙ୍କ ଅଭିଯୋଗ କ୍ରମେ ତିନି ଉଚ୍ଚ ପଦସ୍ତ ଆଇପିଏସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ପୁଲିସଙ୍କ ମଧ୍ୟରେ ଜଣେ ଡାଇରେକ୍ଟର-ଜେନେରାଲ ରାଙ୍କ, ଅନ୍ୟ ଜଣେ ଇନ୍ସପେକ୍ଟର ଜେନେରାଲ୍ ଏବଂ ଅନ୍ୟଜଣେ ଏସପି ରାଙ୍କର ଅଧିକାରୀ ଅଛନ୍ତି। 

Advertisment

ସେମାନେ ହେଉଛନ୍ତି- ପି ଏସ୍ ଆର ଅଞ୍ଜାନେଇଲୁ (ଡିଜି ରାଙ୍କ), କାନ୍ତୀ ରାଣା ଟାଟା (ଆଇଜି ରାଙ୍କ୍) ଏବଂ ବିଶାଲ ଗୁନି (ଏସପି ରାଙ୍କ୍)। ମୁମ୍ବାଇର ଜଣେ ଅଭିନେତ୍ରୀଙ୍କ ଅଭିଯୋଗ କ୍ରମେ ସେମାନଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସୂଚନା ଅନୁସାରେ, ଅଭିନେତ୍ରୀ ଜଣକ ଅଭିଯୋଗ କରିଥିଲେ ଯେ, ୱାଇଏସ ଜଗନ ମୋହନ ରେଡ୍ଡୀଙ୍କ ସରକାର ସମୟରେ ଆନ୍ଧ୍ରପ୍ରଦେଶ ପୁଲିସ ତାଙ୍କୁ ହଇରାଣ କରିଥିଲା। YSR କଂଗ୍ରେସର ଜଣେ ନେତା ଜମି ବିବାଦକୁ ନେଇ ତାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ଫଳରେ ଆନ୍ଧ୍ର ପୁଲିସ ତାଙ୍କୁ ଏବଂ ତାଙ୍କ ପରିବାରର ସଦସ୍ୟଙ୍କୁ ଗିରଫ କରିଥିଲା। 

Advertisment

ସେ ମୁମ୍ବାଇର ଏକ ନିଗମର ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ ପୂର୍ବରୁ ଏକ ଅଭିଯୋଗ ଦାଖଲ କରିଥିଲେ। ଯଦି ଏହି ମାମଲା ପ୍ରତ୍ୟାହାର ନକରନ୍ତି, ତେବେ ତାଙ୍କୁ ଭୟଙ୍କର ପରିଣାମର ସାମ୍ନା କରିବାକୁ ପଡିବ ବୋଲି ଧମକ ଦିଆଯାଇଥିବା ଅଭିଯୋଗ କରିଥିଲେ।  

ଆନ୍ଧ୍ରପ୍ରଦେଶ ପୁଲିସ ଏହି ଅଭିଯୋଗର ଯାଞ୍ଚ କରି 1992, 2004 ଏବଂ 2010 ବ୍ୟାଚର ତିନି ଅଧିକାରୀଙ୍କ ବିରୋଧରେ ନିଲମ୍ବନ ଆଦେଶ ଜାରି କରିଛି। ଅଲ ଇଣ୍ଡିଆ ସର୍ଭିସେସ୍ ନିୟମ, 1969ର ନିୟମ 3 (1) ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। 

AP Police IPS Suspend News AP Police Suspend
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe