Advertisment

ଜମି ବିବାଦରୁ ୨ ଗୋଷ୍ଠୀ ମଧ୍ୟରେ ଚାଲିଲା ଗୁଳି, ୩ ମୃତ

ଡେରା ସିଂହ ଓ ଗଜେନ୍ଦ୍ର ସିଂହଙ୍କ ପରିବାର ମଧ୍ୟରେ ଦୀର୍ଘଦିନରୁ ଗୋଟିଏ ପୁରୁଣା ଜମିକୁ ନେଇ ବିବାଦ ଲାଗି ରହିଥିଲା। ଏହି ବିବାଦ କାରଣରୁ ଡେରା ସିଂହ ପରିବାରର ଦୁଇ ଜଣ ସଦସ୍ୟଙ୍କୁ ୨୦୧୩ରେ ହତ୍ୟା କରାଯାଇଥିଲା।

author-image
Hemant Lenka
MP

MP

ପୁରୁଣା ଜମିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା ବିବାଦ ଶେଷରେ ଭୟଙ୍କର ରୂପ ନେଇଛି। ଜମି ଉପରେ ଦୁଇ ଗୋଷ୍ଠୀ ନିଜ ନିଜର ମାଲିକାନା ହକ ଜାରି କରି ପରସ୍ପର ଉପରକୁ ଗୁଳି ଚଳାଇଛନ୍ତି। ଏଥିରେ ୩ ଜଣ ପ୍ରାଣ ହରାଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରୁ ଏପରି ଘଟଣା ସାମ୍ନାକୁ ଆସିଛି।

Advertisment

ପୁଲିସ୍‌ କହିଛି ଯେ ଶୁକ୍ରବାର ମୋରେନା ଜିଲ୍ଲାର ଲେପା ଗାଁରେ ଏହି ଘଟଣା ଘଟିଛି। ସୋଶାଲ ମିଡିଆରେ ଘଟଣା ବେଳର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଡେରା ସିଂହ ଓ ଗଜେନ୍ଦ୍ର ସିଂହଙ୍କ ପରିବାର ମଧ୍ୟରେ ଦୀର୍ଘଦିନରୁ ଗୋଟିଏ ପୁରୁଣା ଜମିକୁ ନେଇ ବିବାଦ ଲାଗି ରହିଥିଲା। ଏହି ବିବାଦ କାରଣରୁ ଡେରା ସିଂହ ପରିବାରର ଦୁଇ ଜଣ ସଦସ୍ୟଙ୍କୁ ୨୦୧୩ରେ ହତ୍ୟା କରାଯାଇଥିଲା।

ଏହି ହତ୍ୟା ପଛରେ ଗଜେନ୍ଦ୍ର ସିଂହଙ୍କ ପରିବାର ଲୋକଙ୍କ ହାତ ଥିବା ଅଭିଯୋଗ ହୋଇଥିଲା। ଶେଷରେ ମାମଲା କୋର୍ଟରେ ପହଞ୍ଚିଥିଲା। କୋର୍ଟରେ ଦୁଇ ପକ୍ଷଙ୍କ ମଧ୍ୟରେ ଗୋଟିଏ ବୁଝାମଣା ହୋଇଥିଲା। ବୁଝାମଣା ପରେ ଗଜେନ୍ଦ୍ର ସିଂହଙ୍କ ପରିବାର ଲୋକ ଉକ୍ତ ଗାଁରେ ରହିବା ଆରମ୍ଭ କରିଥିଲେ।

Advertisment

ସବୁ କିଛି ଠିକ ଠାକ ଚାଲିଥିବା ବେଳେ ଶୁକ୍ରବାର ଡେରା ସିଂହ ଓ ଗଜେନ୍ଦ୍ର ସିଂହଙ୍କ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପ୍ରଥମେ ଗଜେନ୍ଦ୍ର ସିଂହଙ୍କ ସମର୍ଥକମାନଙ୍କୁ କାଠ ଫାଳିଆରେ ଆକ୍ରମଣ କରାଯାଇଥିଲା। ଏହାପରେ ଡେରା ସିଂହଙ୍କ ଗୋଷ୍ଠୀର ଶ୍ୟାମୁ ଓ ଅଜିତ ଗୁଳି ମାଡ଼ କରିବାରୁ ସ୍ଥିତି ଭୟଙ୍କର ରୂପ ଧାରଣ କରିଥିଲା।

ଏହାର ଜବାବ ମଧ୍ୟ ଗଜେନ୍ଦ୍ର ସିଂହଙ୍କ ଗୋଷ୍ଠୀ ଦେଇଥିଲା। ଫଳରେ ଉଭୟ ପକ୍ଷ ପରସ୍ପରକୁ ଆକ୍ରମଣ ଓ ଗୁଳିମାଡ଼ କରିଥିଲେ। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ୩ ଜଣଙ୍କ ମୃତ୍ୟୁ ହୋଇ ସାରିଥିଲା। ଘଟଣାରେ ଆହତ ଅନ୍ୟ ୫ ଜଣଙ୍କୁ ପୁଲିସ୍‌ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବାରୁ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Madhya Pradesh Firing