ଜମ୍ମୁ-କଶ୍ମୀରରେ ପୁଣି ଏନକାଉଣ୍ଟର ହୋଇଛି। ଆଜି କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ତିନି ଜଣ ଯବାନଙ୍କ ସମେତ ଜଣେ ପୁଲିସ କର୍ମୀ ଆହତ ହୋଇଛନ୍ତି।
Also Read
ପୁଲିସ ରିପୋର୍ଟ ଅନୁଯାୟୀ, କୁଲଗାମର ଆରିଗାମ ଅଞ୍ଚଳରେ ଆତଙ୍କବାଦୀଙ୍କ ଲୁଚିଥିବା ନେଇ ସେନାକୁ ଖବର ମିଳିଥିଲା। ଫଳରେ ସେନା ଏବଂ ପୁଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଲୁଚିଥିବା ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ।
ସୁରକ୍ଷାକର୍ମୀ ମଧ୍ୟ ପାଲଟା ଯବାବ ଦେଇଛନ୍ତି। ଉଭୟ ପକ୍ଷରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୁଳିବିନିମୟ ହୋଇଥିଲା ଏଥିରେ ତିନି ଜଣ ଯବାନ ଏବଂ ଜଣେ ପୁଲିସ ଆହତ ହୋଇଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା କୁଏତର ସର୍ବୋଚ୍ଚ ସମ୍ମାନ
ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୁଏତର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ମୁବାରକ୍ ଅଲ୍-କବୀର’ ପ୍ରଦାନ କରାଯାଇଛି। ଏହା ହେଉଛି କୌଣସି ଦେଶ ଦ୍ୱାରା ମୋଦିଙ୍କୁ ପ୍ରଦାନ କରାଯାଇଥିବା ୨୦ଶ ଅନ୍ତର୍ଜାତୀୟ ସମ୍ମାନ।
Politics
ପ୍ରିୟଙ୍କା ଗାନ୍ଧିଙ୍କ ସଦସ୍ୟତାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ
ପ୍ରିୟଙ୍କା ଗାନ୍ଧି ନାମାଙ୍କନ ପତ୍ରରେ ସମ୍ପତ୍ତିର ସବିଶେଷ ତଥ୍ୟ ଦେଇନଥିବା ଅଭିଯୋଗ। କେରଳ ହାଇକୋର୍ଟରେ ପିଟିସନ ଦାଖଲ କଲେ ୱାୟନାଡ ଉପନିର୍ବାଚନରେ ପରାଜିତ ବିଜେପି ନେତ୍ରୀ।
National
ଘର ଲୋକ କେତେ ଭଲ ପାଆନ୍ତି? ନିଜକୁ ନିଜେ ଅପହରଣ କରି ବନ୍ଧା ହେଲା ଯୁବକ
ଡିସେମ୍ବର ୨୦ରେ ପୁଲିସ୍ର ୧୧୨ ହେଲ ନମ୍ବରକୁ ଗୋଟିଏ ଫୋନ କଲ ଆସିବା ପରେ ପୂରା କାହାଣୀ ଆରମ୍ଭ ହୋଇଥିଲା।
Politics
ନିର୍ବାଚନ ନିୟମରେ ସଂଶୋଧନ: ବ୍ୟବସ୍ଥିତ ଷଡ଼ଯନ୍ତ୍ର କଥା କହି କେନ୍ଦ୍ରକୁ ଟାର୍ଗେଟ କଲେ ଖଡଗେ
କେନ୍ଦ୍ର ସରକାର ନିର୍ବାଚନ କମିଶନଙ୍କ ସ୍ୱାଧୀନତାରେ ବୁଝମଣା କରିବାରେ ଲାଗିଛନ୍ତି ଓ ଏପରି ସଂଶୋଧନ ସମ୍ବିଧାନ ଓ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି ଖଡଗେ ଅଭିଯୋଗ କରିଛନ୍ତି।
National
୪ ବର୍ଷର ଶିଶୁ ଉପରେ ମାଡ଼ିଗଲା କାର୍, ଡ୍ରାଇଭର ଗିରଫ
ଖେଳୁଥିବା ସମୟରେ ଦ୍ରୁତ ଗତିରେ ଆସି ଶିଶୁଟି ଉପରେ କାର୍ ଚଢ଼ି ଯିବାରୁ ତା'ର ମୃତ୍ୟୁ ହୋଇଛି। ଏହି ମାମଲାରେ ପୁଲିସ ୧୯ ବର୍ଷୀୟ ଡ୍ରାଇଭରକୁ ଗିରଫ କରିଛି।