Advertisment

କୁଲଗାମରେ ଏନକାଉଣ୍ଟର, ୩ ଯବାନ ଓ ଜଣେ ପୁଲିସ ଆହତ

କୁଲଗାମର ଆରିଗାମ ଅଞ୍ଚଳରେ ଆତଙ୍କବାଦୀଙ୍କ ଲୁଚିଥିବା ନେଇ ସେନାକୁ ଖବର ମିଳିଥିଲା।

ଅଦ୍ୟତନ ହୋଇଛି
Soldiers

Soldiers

Advertisment

ଜମ୍ମୁ-କଶ୍ମୀରରେ ପୁଣି ଏନକାଉଣ୍ଟର ହୋଇଛି। ଆଜି କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ତିନି ଜଣ ଯବାନଙ୍କ ସମେତ ଜଣେ ପୁଲିସ କର୍ମୀ ଆହତ ହୋଇଛନ୍ତି।

Advertisment

ପୁଲିସ ରିପୋର୍ଟ ଅନୁଯାୟୀ, କୁଲଗାମର ଆରିଗାମ ଅଞ୍ଚଳରେ ଆତଙ୍କବାଦୀଙ୍କ ଲୁଚିଥିବା ନେଇ ସେନାକୁ ଖବର ମିଳିଥିଲା। ଫଳରେ ସେନା ଏବଂ ପୁଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଲୁଚିଥିବା ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ।

ସୁରକ୍ଷାକର୍ମୀ ମଧ୍ୟ ପାଲଟା ଯବାବ ଦେଇଛନ୍ତି। ଉଭୟ ପକ୍ଷରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୁଳିବିନିମୟ ହୋଇଥିଲା ଏଥିରେ ତିନି ଜଣ ଯବାନ ଏବଂ ଜଣେ ପୁଲିସ ଆହତ ହୋଇଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।

Advertisment
Kulgam Encounter Jammu And Kashmir Encounter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe