Advertisment

ଅପରେସନ ମହାଦେବ: ଜୋରଦାର ଲଢ଼େଇ ପରେ ୩ ‘ପହଲଗାମ’ ଆତଙ୍କୀ ସଫା

ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନକୁ ସୁରକ୍ଷାକର୍ମୀ ଘେରାବନ୍ଦୀ କରୁଥିବା ବେଳେ ଆରମ୍ଭ ହୋଇଥିଲା ଗୁଳି ବିନିମୟ। ଆତଙ୍କବାଦୀଙ୍କ ଗୁଳିମାଡ଼ର ଜବାବ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏନକାଉଣ୍ଟରେ ୩ ଜଣ ଆତଙ୍କୀ ନିହତ ହୋଇଛନ୍ତି।

author-image
Hemant Lenka
Terrorist

Terrorist

ପହଲଗାମ ନରସଂହାରରେ ସାମିଲ ଥିବା ୩ ସନ୍ଦିଗ୍ଧ କୁଖ୍ୟାତ ଆତଙ୍କବାଦୀ ସଫା। ଅପରେସନ ମହାଦେବ ବଳରେ ୩ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ଭାରତର ବୀର ଯବାନ। ଜମ୍ମୁ-କଶ୍ମୀରର ଶ୍ରୀନଗରର ଦୀର୍ଘ ସମୟର ଜୋରଦାର ଗୁଳି ବିନିମୟ ଓ ଛକାପଞ୍ଝା ପରେ ସୁରକ୍ଷାକର୍ମୀଙ୍କ ଏପରି ସଫଳତା ମିଳିଛି।

Advertisment

ଶ୍ରୀନଗରର ଲିଡୱାସ ସ୍ଥିତ ମହାଦେବ ପାହାଡ଼ ନିକଟରେ କିଛି ବିଦେଶୀ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା। ଏହାର ନାଁ ଅପରେସନ ମହାଦେବ ରଖା ଯାଇଥିଲା। ଅପରେସନ ମହାଦେବରେ ସେନା, ଜମ୍ମୁ-କଶ୍ମୀର ପୁଲିସ୍‌ ଓ ସିଆରପିଏଫ ଯବାନ ସାମିଲ ହୋଇଥିଲେ।

ଏହାର ଦୁଇ ଦିନ ପୂର୍ବରୁ ଡାଚିଗାମ ଜଙ୍ଗଲରେ ସନ୍ଦିଗ୍ଧ ଯୋଗାଯୋଗକୁ ସ୍ଥଳ ସେନା ଟ୍ରାକ କରିଥିଲା। ଏହାପରେ ଆଜି ମହାଦେବ ପାହାଡ଼ ନିକଟରେ ବିଦେଶୀ ଆତଙ୍କବାଦୀ ଲୁଚି ଥିବା ଖବର ମିଳିବା ପରେ ଅପରେସନ ଆରମ୍ଭ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର କିଛି ଲୋକ ମଧ୍ୟ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସେନାକୁ ଖବର ଦେଇଥିଲେ। ଏହି ସବୁ ଖବରକୁ ଏକାଠି କରି ଆଜି ସକାଳୁ ହରୱାପନର ମୁଲନାର ଅଞ୍ଚଳରେ ଅପରେସନ ମହାଦେବ ଆରମ୍ଭ ହୋଇଥିଲା।

Advertisment

ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନକୁ ସୁରକ୍ଷାକର୍ମୀ ଘେରାବନ୍ଦୀ କରୁଥିବା ବେଳେ ଆରମ୍ଭ ହୋଇଥିଲା ଗୁଳି ବିନିମୟ। ଆତଙ୍କବାଦୀଙ୍କ ଗୁଳିମାଡ଼ର ଜବାବ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏନକାଉଣ୍ଟରେ ୩ ଜଣ ଆତଙ୍କୀ ନିହତ ହୋଇଛନ୍ତି।

ଏବେ ବି ସେଠାରେ ଆଉ କିଛି ଆତଙ୍କବାଦୀ ଲୁଚି ଥିବାରୁ ଅପରେସନ ଜାରି ରହିଛି। ସେହିପରି ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ଘଟଣା ସ୍ଥଳନକୁ ପଠା ଯାଇଥିବା ଭାରତୀୟ ସେନାର ଚିନାର କ୍ରପ୍ସ ପକ୍ଷରୁ ସୂଚନା ଦିଆଯାଇଛି।

କୁହାଯାଉଛି ଯେ ନିହତ ୩ ଆତଙ୍କବାଦୀ ପାକିସ୍ତାନ ନାଗରିକ। ସେମାନେ ପହଲଗାମ ନରସଂହାରରେ ସାମିଲ ଥିଲେ। କିନ୍ତୁ ସେନା ପକ୍ଷରୁ ସେମାନଙ୍କ ପରିଚୟ ସାର୍ବଜନୀନ କରାଯାଇ ନାହିଁ। ଅପରେସନ ମହାଦେବ ଶେଷ ହେବା ପରେ ସେନା ପକ୍ଷରୁ ବିସ୍ତୃତ ତଥ୍ୟ ଦିଆଯିବ।

Terror Attack Jammu Kashmir Encounter