ପଣ୍ଡ ହେଲା ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ। ସେନା ଗୁଳିରେ ଟଳିଲେ ୩ ଆତଙ୍କବାଦୀ। ଜମ୍ମୁ-କଶ୍ମୀରରେ ସୁରକ୍ଷାବାହିନୀଙ୍କୁ ମିଳିଛି ବଡ଼ ସଫଳତା। କୁପଓ୍ୱାଡା ଓ ରଜୌରୀରେ ଦୁଇଟି ଭିନ୍ନ ଭିନ୍ନ ଏନ୍କାଉଣ୍ଟରରେ ତିନି ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।
ପାକିସ୍ତାନରୁ କିଛି ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ କରୁଥିବା ନେଇ ଭାରତୀୟ ସେନାକୁ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ଭାରତୀୟ ସେନା ଓ ଜମ୍ମୁ କଶ୍ମରୀ ପୁଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ସେନା ଉପରକୁ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ସେନା ମଧ୍ୟ ଏହାର ପାଲଟ ଜବାବ ଦେଇଥିଲା।
କୁପୱାରାର ମାସିଲରେ ସୁରକ୍ଷାବାହିନୀ ଗୁଳିରେ ଦୁଇ ଆତଙ୍କବାଦୀଙ୍କୁ ନିହତ ହୋଇଥିବାବେଳେ ତଙ୍ଗଧରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ରାଜୌରୀରେ ଏହି ଏନକାଉଣ୍ଟର ଚାଲିଛି। ଏନକାଉଣ୍ଟର ପରେ ଏହି ଅଞ୍ଚଳକୁ କର୍ଡନ କରାଯାଇଛି। ପୂରା ଅଞ୍ଚଳରେ ଆହୁରି ଦୁଇରୁ ତିନି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି। ତେଣୁ ସର୍ଚ୍ଚ ଅପରେଶନ ଜାରି ରହିଛି।
OP SHAMSHU, MACHHAL #Kupwara
— Chinar Corps🍁 - Indian Army (@ChinarcorpsIA) August 29, 2024
Based on intelligence inputs with respect to likely infiltration bids, a Joint Operation was launched by #IndianArmy & @JmuKmrPolice on the intervening night of 28-29 Aug 24 in general area Machhal, Kupwara.
Suspicious movement was observed in bad… pic.twitter.com/ZcSdgaQczL
ତଙ୍ଗଧର ଅଞ୍ଚଳଟି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଇନ ଅଫ କଣ୍ଟ୍ରୋଲ (ଏଲ୍ଓସି) ନିକଟରେ ଅବସ୍ଥିତ। ଏହି ରାସ୍ତା ଦେଇ ସର୍ବଦା ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଉଦ୍ୟମ କରନ୍ତି।