Advertisment

ସୀମାରେ ଏନକାଉଣ୍ଟର; ୨ ଯବାନ ଶହୀଦ, ୩ ଆତଙ୍କୀ ନିପାତ

ଜମ୍ମୁ କଶ୍ମୀର ପୁଲିସ ଏବଂ ଭାରତୀୟ ସେନା ମିଳିତ ଅପରେସନ କରିଥିଲେ।

Security Forces

Security Forces

Advertisment

ଜମ୍ମୁ କଶ୍ମୀର ବାରମୁଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୩ ଜଣ ଆତଙ୍କବାଦୀ ନିପାତ ହୋଇ ଥିବାବେଳେ ଦୁଇ ଜଣ ଯବାନ ଶହୀଦ ହୋଇଛନ୍ତି।

Advertisment

ଖବର ଅନୁସାରେ ଉତ୍ତର କଶ୍ମୀର ଜିଲ୍ଲାର ପଟ୍ଟାନ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ଜମ୍ମୁ କଶ୍ମୀର ପୁଲିସ ଏବଂ ଭାରତୀୟ ସେନା ମିଳିତ ଅପରେସନ ଆରମ୍ଭ କରିଥିଲା। ତଲାସୀ ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିବିନିମୟ କରିଥିଲେ।

ସୁରକ୍ଷାକର୍ମୀ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲା। ଦୀର୍ଘ ସମୟ ଧରି ଉଭୟ ପକ୍ଷରୁ ଗୁଳିବିନିମୟ ଚାଲିଥିଲା। ଏଥିରେ ତିନି ଜଣ ଆତଙ୍କୀ ନିପାତ ହୋଇଛନ୍ତି। ସେହିପରି ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଶହୀଦ ହୋଇଥିବା କୁହାଯାଉଛି।

Advertisment

ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଗତକାଲି ରାତିରେ ଏହି ଅପରେସନ ହୋଇଥିଲା। ଏବେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

ଅନ୍ୟପଟେ ଗତକାଲି ମଧ୍ୟ କଠୁଆ ଅଞ୍ଚଳରେ ଏନକାଉଣ୍ଟର ହୋଇଥିଲା। ସେନାର ରାଇଜିଂ ଷ୍ଟାର କର୍ପସ ୟୁନିଟର ସୈନ୍ୟମାନେ ଦୁଇ ଜଣ ଆତଙ୍କବାଦୀଙ୍କୁ ସଫା କରିଥିଲେ। କିଛି ଦିନ ହେବ ଜମ୍ମୁ କଶ୍ମୀରରେ ଆତଙ୍କୀ ହମଲା ବୃଦ୍ଧି ପାଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। 

Encounter J&K; Encounter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe