Advertisment

ଜଳିଗଲା ଅନେକ ହାଉସ ବୋଟ୍‌, ୩ ପର୍ଯ୍ୟଟକ ଜୀବନ୍ତ ଦଗ୍ଧ

ପ୍ରଥମେ ଗୋଟିଏ ହାଉସ ବୋଟରେ ନିଆଁ ଲାଗିଥିଲା। ଏହାପରେ ଅନ୍ୟ ହାଉସ ବୋଟ ଓ ମାଟି ଘରକୁ ଏହା ବ୍ୟାପି ଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଏଯାଏ ଜଣାପଡ଼ିନାହିଁ।

author-image
Hemant Lenka
Fire

Fire

ଶ୍ରୀଗନରର ଡାଲ ଲେକ୍‌ରେ ଆଜି ବଡ଼ ଅଘଟଣ ଘଟିଛି। ଏଠାରେ ଥିବା ଅନେକ ହାଉସ ବୋଟ୍‌ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି। ଏହି ପୋଡ଼ା ହାଉସ ବୋଟ ଭିତରୁ ୩ ଜଣ ପର୍ଯ୍ୟଟକଙ୍କ ମୃତଦେହ ମିଳିଛି। ପ୍ରଶାସନ ଏବେ ମୃତକଙ୍କ ପରିଚୟ ଖୋଜିବାରେ ଲାଗିଛି।

Advertisment

୩ ମୃତକଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଜଣେ ମହିଳା। ହେଲେ ତୃତୀୟ ମୃତକଙ୍କ ଲିଙ୍ଗ ଏଯାଏ ଜଣାପଡ଼ିନି। କାରଣ ନିଆଁରେ ମୃତଦେହ ଗୁଡ଼ିକ ପୂରା ପୋଡ଼ି ଯାଇଛି। ସେହିପରି ଅଗ୍ନିକାଣ୍ଡ ଯୋଗୁ କୋଟି କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଛି। ନିଆଁରେ ୫ଟି ହାଉସ ବୋଟ ଓ ଏହାକୁ ଲାଗି ରହିଥିବା ସମାନ ସଂଖ୍ୟକ ମାଟିର ଘର ମଧ୍ୟ ପାଉଁଶ ହୋଇଯାଇଛି।

ଅଗ୍ନିଶମ ସେବାର ଷ୍ଟେସନ ହାଉସ ଅଫିସର ଫାରୁକ ଅହମଦ କହିଛନ୍ତି, ନିଆଁ ଲାଗିବା ମାତ୍ରେ ଆମକୁ ଖବର ମିଳିଥିଲା। ତୁରନ୍ତ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

Advertisment

ଅଗ୍ନିକାଣ୍ଡ ବେଳେ ଅନେକ ପର୍ଯ୍ୟଟକ ବିଭିନ୍ନ ହାଉସ ବୋଟରେ ଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ଲୋକ କମ ପଡ଼ିବାରୁ ଶ୍ରୀନଗରରେ ଥିବା ଜିଲ୍ଲା ମୁଖ୍ୟାଳୟରୁ ମଧ୍ୟ ଅନେକ କର୍ମଚାରୀଙ୍କ ଘଟଣାସ୍ଥଳକୁ ଅଣା ଯାଇଥିବା ସେ କହିଛନ୍ତି।

ପ୍ରଥମେ ଗୋଟିଏ ହାଉସ ବୋଟରେ ନିଆଁ ଲାଗିଥିଲା। ଏହାପରେ ଅନ୍ୟ ହାଉସ ବୋଟ ଓ ମାଟି ଘରକୁ ଏହା ବ୍ୟାପି ଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଏଯାଏ ଜଣାପଡ଼ିନାହିଁ।

Jammu Kashmir Fire Breakout