/odisha-reporter/media/post_attachments/uploadimage/library/16_9/16_9_0/army_1755334635.jpg)
army
ଧରାପଡ଼ିଛନ୍ତି ୫ ଜଣ ଆତଙ୍କବାଦୀ। ଏମାନଙ୍କ ମଧ୍ୟରେ ରହିଛନ୍ତି ୩ ଜଣ ମହିଳା। ସମସ୍ତ ୫ ଆତଙ୍କବାଦୀଙ୍କୁ ମଣିପୁରର ଥୌବାଲ ଓ ଇମ୍ଫାଲ ଇଷ୍ଟ ଜିଲ୍ଲାରୁ ସୁରକ୍ଷାକର୍ମୀମାନେ ଗିରଫ କରିଛନ୍ତି। ଏନେଇ ଆଜି ପୁଲିସ୍ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଗୁଳିଗୋଳା ଜବତ ହୋଇଛି।
ପୁଲିସ୍ କହିଛି ଯେ ବ୍ୟାନ ହୋଇଥିବା କାଙ୍ଗଲେଇପା କମ୍ୟୁନିଷ୍ଟ ପାର୍ଟି(ତୈବାଙ୍ଗାନବା)ର ୪ ଜଣ ସକ୍ରିୟ ସଦସ୍ୟଙ୍କୁ ତୌବାଲ ଜିଲ୍ଲା ଲାଙ୍ଗଥାବାଲରୁ ଗିରଫ କରାଯାଇଛି। ସେମାନେ ହେଲେ ୪୫ ବର୍ଷୀୟ କେ ବବିତା, ୩୩ ବର୍ଷୀୟ ଲିଶାମ ପ୍ରେମିକା ଦେବୀ ଓ ୫୩ ବର୍ଷୀୟ ନିନ୍ଦିବାମ ନୋନି ଦେବୀ ଓ ୩୮ ବର୍ଷୀୟ ହେଇଖାମ ରବି।
ସେହିପରି ପିଆରଇପିଏକେ (ପିଆରଓ) ସଂଗଠନର ୨୧ ବର୍ଷୀୟ କେନେଡୀ ସିଂହକୁ ଇମ୍ଫାଲ ଇଷ୍ଟ ଜିଲ୍ଲାର ସୋଇବାମ ଲେଇକାଇ ଅଞ୍ଚଳରୁ ଧରା ଯାଇଛି। ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ବେଳେ ଏପରି ଗିରଫଦାରୀ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି।
ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ଗୋଟିଏ ୧୨ ବୋର ଡବଲ ବ୍ୟାରେଲ ଗନ, ଇନସାସ ଏଲଏମଜି, ଏସଏଲଆର ରାଇଫଲ ମ୍ୟାଗାଜିନ ଓ ୪୭ କ୍ୟାଟ୍ରିଜ ରହିଛି। ଏହାକୁ ମିଶାଇ ୬ ମାସ ମଧ୍ୟରେ ସୁରକ୍ଷାକର୍ମୀମାନେ ବିଭିନ୍ନ ସ୍ଥାନରୁ ୩୦୦୦ରୁ ଅଧିକ ଅସ୍ତ୍ରଶସ୍ତ୍ର ଜବତ କରି ସାରିଲେଣି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
