ଛତିଶଗଡ଼ର ବଳରାମପୁରରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ୩ ବର୍ଷର ଝିଅ ମଦକୁ ପାଣି ଭାବି ପିଇ ଦେବାରୁ ଜୀବନ ଚାଲି ଯାଇଛି। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଝିଅଟିର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଛତିଶଗଡ଼ ବଳରାମପୁର ଅଞ୍ଚଳର ସରିତା ଘରେ ଖେଳୁ ଥିବାବେଳେ ତାଙ୍କ ମାଆ କାମରେ ବ୍ୟସ୍ତ ଥିଲେ। ଏହି ସମୟରେ ତାଙ୍କୁ ଖୁବ୍ ଜୋରରେ ଶୋଷ ଲାଗିବାରୁ ସେ ଘରକୁ ଯାଇଥିଲେ। କିନ୍ତୁ କେଉଁଠାରେ ପାଣି ନ ପାଇ ତାଙ୍କ ଜେଜେମାଆଙ୍କ କଠୋରୀକୁ ଯାଇଥିଲେ।
ସେଠାରେ ଏକ ବୋତଲରେ ମଦ ଥିଲା, ଯାହାକୁ ପାଣି ଭାବି ପିଇ ଦେଇଥିଲେ ସରିତା। ଏହାର କିଛି ସମୟ ପରେ ତାଙ୍କ ମୁଣ୍ଡ ବୁଲାଇଥିଲା ଏବଂ ସେ ତାଙ୍କ ମାଆଙ୍କୁ ଗାଧୋଇବାକୁ ଚାହୁଁଛନ୍ତି ବୋଲି କହିଥିଲେ। ତାଙ୍କ ମାଆ କିଛି ବୁଝିବା ପୂର୍ବରୁ ଚେତାଶୂନ୍ୟ ହୋଇ ତଳେ ପଡ଼ି ଯାଇଥିଲେ ସରିତା।
ଫଳରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ସରିତାଙ୍କ ମାଆ କହିଛନ୍ତି ଯେ, ତାଙ୍କ ପାଟିରୁ ମଦ ଗନ୍ଧ ଆସିବାରୁ ସନ୍ଦେହ ହୋଇଥିଲା। ତାଙ୍କ ଜେଜେମାଆଙ୍କ ରୁମରେ ଥିବା ମଦ ବୋତଲରେ ମଦ ନ ଥିବା ଦେଖି, ସରିତା ମଦ ପିଇ ଦେଇଥିବା ସନ୍ଦେହ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।