Advertisment

ମଦକୁ ପାଣି ଭାବି ପିଇଦେଲେ, ଚାଲିଗଲା ୩ ବର୍ଷର ଝିଅର ଜୀବନ

ଖେଳୁ ଖେଳୁ ଶୋଷ ଲାଗିବାରୁ ମଦକୁ ପାଣି ଭାବି ପିଇ ଦେଇଥିଲେ।

Liquor Bottle

Liquor Bottle

Advertisment

ଛତିଶଗଡ଼ର ବଳରାମପୁରରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ୩ ବର୍ଷର ଝିଅ ମଦକୁ ପାଣି ଭାବି ପିଇ ଦେବାରୁ ଜୀବନ ଚାଲି ଯାଇଛି। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଝିଅଟିର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ଛତିଶଗଡ଼ ବଳରାମପୁର ଅଞ୍ଚଳର ସରିତା ଘରେ ଖେଳୁ ଥିବାବେଳେ ତାଙ୍କ ମାଆ କାମରେ ବ୍ୟସ୍ତ ଥିଲେ। ଏହି ସମୟରେ ତାଙ୍କୁ ଖୁବ୍ ଜୋରରେ ଶୋଷ ଲାଗିବାରୁ ସେ ଘରକୁ ଯାଇଥିଲେ। କିନ୍ତୁ କେଉଁଠାରେ ପାଣି ନ ପାଇ ତାଙ୍କ ଜେଜେମାଆଙ୍କ କଠୋରୀକୁ ଯାଇଥିଲେ। 

ସେଠାରେ ଏକ ବୋତଲରେ ମଦ ଥିଲା, ଯାହାକୁ ପାଣି ଭାବି ପିଇ ଦେଇଥିଲେ ସରିତା। ଏହାର କିଛି ସମୟ ପରେ ତାଙ୍କ ମୁଣ୍ଡ ବୁଲାଇଥିଲା ଏବଂ ସେ ତାଙ୍କ ମାଆଙ୍କୁ ଗାଧୋଇବାକୁ ଚାହୁଁଛନ୍ତି ବୋଲି କହିଥିଲେ। ତାଙ୍କ ମାଆ କିଛି ବୁଝିବା ପୂର୍ବରୁ ଚେତାଶୂନ୍ୟ ହୋଇ ତଳେ ପଡ଼ି ଯାଇଥିଲେ ସରିତା। 

Advertisment

ଫଳରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। 

ସରିତାଙ୍କ ମାଆ କହିଛନ୍ତି ଯେ, ତାଙ୍କ ପାଟିରୁ ମଦ ଗନ୍ଧ ଆସିବାରୁ ସନ୍ଦେହ ହୋଇଥିଲା। ତାଙ୍କ ଜେଜେମାଆଙ୍କ ରୁମରେ ଥିବା ମଦ ବୋତଲରେ ମଦ ନ ଥିବା ଦେଖି, ସରିତା ମଦ ପିଇ ଦେଇଥିବା ସନ୍ଦେହ ହୋଇଥିଲା। 

Girl Died Drinking Liquor Liquor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe