Advertisment

40 ଫୁଟ ବୋରୱେଲକୁ ଖସିପଡିଥିବା ଶିଶୁ ଉଦ୍ଧାର

ଖେଳୁଥିବା ସମୟରେ 40 ଫୁଟ ଗଭୀର ବୋରୱେଲରେ ପଡ଼ିଯାଇଥିବା ତିନି ବର୍ଷର ଶିଶୁ ଉଦ୍ଧାର।

ଅଦ୍ୟତନ ହୋଇଛି
3-year-old falls into 40-foot borewell

3-year-old falls into 40-foot borewell

Advertisment

ଉଦ୍ଧାର ହେଲା ବୋରୱେଲରେ ପଡି ଯାଇଥିବା ଶିଶୁ। ଦୀର୍ଘ ସାଢେ ଆଠ ଘଣ୍ଟାର ପ୍ରଚେଷ୍ଟା ପରେ ଉଦ୍ଧାର କରିଛନ୍ତି NDRF ଟିମ୍। ଆଜି(ରବିବାର) ସକାଳେ ବିହାର ନାଳନ୍ଦାର କୁଲ ଗାଁର ଶିବମ ଖେଳୁଥିବା ସମୟରେ ବୋରୱେଲରେ ପଡି ଯାଇଥିଲା। ଖବର ପାଇ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରିରଖିଥିଲେ। 

Advertisment

ଶିଶୁଟିକୁ ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ଲେଖାହେବା ସୁଦ୍ଧା ସ୍ବାସ୍ଥ୍ୟବସ୍ଥା ନେଇ କୌଣସି ସୂଚନା ମିଳିନଥିଲା। ପ୍ରାଥମିକ ଅବସ୍ଥାରେ ଜଣେ ଅଧିକାରୀ କହିଥିଲେ ଯେ, "ଉଦ୍ଧାର କାର୍ଯ୍ୟର ନିରାପତ୍ତା ଏବଂ କାର୍ଯ୍ୟକ୍ଷମତାକୁ ସୁନିଶ୍ଚିତ କରିବା ପାଇଁ ଏହି ଅଞ୍ଚଳକୁ ନଜରରେ ରଖାଯାଇଛି।  NDRF ଏବଂ ଅନ୍ୟ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଶିଶୁକୁ ଉଦ୍ଧାର କରାଯିବା ପରେ ତୁରନ୍ତ କିପରି ଚିକିତ୍ସା ସହାୟତା ଯୋଗା ଦିଆଯିବ ସେଥିପାଇଁ ଅମ୍ଳଜାନ ସୁବିଧା ସହ ମେଡିକାଲ୍ ଟିମ୍ ମଧ୍ୟ ଉପସ୍ଥିତ ଅଛନ୍ତି।"

Advertisment

Bihar News Boy Fall Into Borewell
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe