Advertisment

ତିନି ବର୍ଷର ଝିଅ ସହ ଦୁଷ୍କର୍ମ: ତାତିଲେ ଲୋକେ, ଜାଳିଦେଲେ ଗାଡ଼ି

ପୁଲିସ ମହାରାଷ୍ଟ୍ରର ପାଲଘରରୁ ଅଭିଯୁକ୍ତକୁ ଗିରଫ କରିଛି।

Angry Mob

Angry Mob

Advertisment

ଦେଶରେ ଥମୁନି ଦୁଷ୍କର୍ମ ମାମଲା। କୋଲକାତା ପରେ ଗୁଜରାଟରେ ଘଟିଛି ଲଜ୍ଜା। ଜଣେ ୩ ବର୍ଷୀୟ ଝିଅକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗୁଜୁରାଟର ଭାଲସାଡ ଜିଲ୍ଲାର ଉମରଗାଓଁରେ ତିନି ବର୍ଷର ନାବାଳିକା ସହ ଦୁଷ୍କର୍ମ ହୋଇଥିବା ମାମଲା ସାମ୍ନାକୁ ଆସିଛି। ଏହାକୁ ନେଇ ଲୋକେ ରାଗି ଯାଇଛନ୍ତି।

Advertisment

ନ୍ୟାୟ ଦାବିରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ଥାନା ଘେରାଉ କରିବା ସହ ବ୍ୟାପକ ଗାଡିରେ ନିଆଁ ଲଗାଇ ଦେଇଛନ୍ତି। ଗାଡି ଭଙ୍ଗାରୁଜା ମଧ୍ୟ କରିଛନ୍ତି। ସେପଟେ ବିକ୍ଷୋଭ ବଢ଼ିବା ପରେ ପୁଲିସ ମହାରାଷ୍ଟ୍ରର ପାଲଘରରୁ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ଗୁଲାମ ମୁସ୍ତଫା। POCSO ଅଧିନିୟମ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଭାଲସାଡ ପୁଲସ ଏସ୍‌ପି କରଣରାଜ ବାଘେଲଙ୍କ କହିବା ମୁତାବକ, ଗତକାଲି ପୁଲିସ ଥାନା ବାହାରେ ଶହ ଶହ ଲୋକ ଏକାଠି ହୋଇ ଥାନା ଘେରାଉ କରିଥିଲେ। ଅଭିଯୁକ୍ତଙ୍କୁ ଗିରଫ କରି ତାକୁ କଠୋର ଦଣ୍ଡ ଦେବାକୁ ସେମାନେ ଦାବି କରିଥିଲେ। ଅଭିଯୁକ୍ତ ଗିରଫ ହେବା ପରେ ଲୋକଙ୍କୁ ବୁଝାସୁଝା କରାଯାଇଥିଲା। ପରେ ମାମଲା ଶାନ୍ତ ପଡିଥିଲା।

Advertisment

ଏସ୍‌ପିଙ୍କ କହିବା ମୁତାବକ, ଫାଷ୍ଟ ଟ୍ରାକ କୋର୍ଟରେ ଏହି ମାମଲାର ବିଚାର କରାଯିବା ଉଚିତ ବୋଲି ଗୃହମନ୍ତ୍ରୀ କହିଛନ୍ତି। ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ଦିଆଯିବ।

Protest Gujarat 3 Year Old Girl Raped
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe