Advertisment

ପାର୍କିଂରେ ଶୋଇଥିଲା ୩ ବର୍ଷର ଝିଅ, ମାଡ଼ି ଗଲା ଗାଡ଼ି

ହାୟଥନଗର ପୁଲିସ୍‌ ଇନସପେକ୍ଟର କହିଛନ୍ତି, ସେମାନେ ପ୍ରଥମେ ୨୨ ବର୍ଷୀୟ କବିତାଙ୍କ ଠାରୁ ଘଟଣା ସମ୍ପର୍କରେ ସୂଚନା ପାଇଥିଲେ। ଗୁରୁବାର ଦିନ ୧୦ଟାରେ ଏନେଇ ଖବର ମିଳିଥିଲା।

author-image
Hemant Lenka
Accident

Accident

ଜଣେ ୩ ବର୍ଷ ଝିଅର ଦୁଃଖଦ ମୃତ୍ୟୁ ଘଟିଛି। ଝିଅଟି ହାଇଦ୍ରାବାଦର ଗୋଟିଏ ଆପାର୍ଟମେଣ୍ଟର ବେସ୍‌ମେଣ୍ଟ ପାର୍କିଂରେ ଶୋଇପଡ଼ିଥିଲେ। ପ୍ରବଳ ଖରା ଯୋଗୁ ସେ ସେଠାରେ ଶୋଇଥିବା ବେଳେ ଗୋଟିଏ ଗାଡ଼ି ତାଙ୍କ ଉପରେ ମାଡ଼ି ଯାଇଛି। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଏହାର ଦୃଶ୍ୟ ସିସିଟିଭିରେ ମଧ୍ୟ କଏଦ ହୋଇଛି।

Advertisment

ହାୟଥନଗର ପୁଲିସ୍‌ ଇନସପେକ୍ଟର କହିଛନ୍ତି, ସେମାନେ ପ୍ରଥମେ ୨୨ ବର୍ଷୀୟ କବିତାଙ୍କ ଠାରୁ ଘଟଣା ସମ୍ପର୍କରେ ସୂଚନା ପାଇଥିଲେ। ଗୁରୁବାର ଦିନ ୧୦ଟାରେ ଏନେଇ ଖବର ମିଳିଥିଲା।

କବିତା ତାଙ୍କ ପିଲାମାନଙ୍କୁ ଧରି କାମ ସନ୍ଧାନରେ କର୍ଣ୍ଣାଟକାରୁ ହାଇଦ୍ରାବାଦ ଆସିଥିଲେ। ବୁଧବାର ସକାଳ ପ୍ରାୟ ୮ଟା ବେଳେ ସେ ହାୟଥନଗର ଠାରେ ଥିବା ଲେକଚର କଲୋନୀର ଗୋଟିଏ ନିର୍ମାଣଧୀନ କୋଠା ପାଖରେ ପହଞ୍ଚିଥିଲେ।

Advertisment

ଦିନ ପ୍ରାୟ ୨.୩୦ରେ କବିତା ତାଙ୍କ ୬ ବର୍ଷର ପୁଅ ବାସୱା ରାଜୁ ଓ ୩ ବର୍ଷର ଝିଅ ଲକ୍ଷ୍ମୀଙ୍କ ସହ ଲଞ୍ଚ କରିଥିଲେ। ତେବେ ଖାଇବା ପରେ ଝିଅ ଲକ୍ଷ୍ମୀ ଖରା ସହି ନପାରି ନିକଟସ୍ଥ ବାଲାଜୀ ଆରକେଡ ଆପାର୍ଟମେଣ୍ଟକୁ ବିଶ୍ରାମ ନେବାକୁ ଚାଲି ଯାଇଥିଲେ।

ସେ କୌଣସି ସ୍ଥାନ ନ ପାଇ ପାର୍କିଂ ଅଞ୍ଚଳରେ ଶୋଇ ପଡ଼ିଥିଲେ। ଏହି ସମୟରେ ଗୋଟିଏ ଏସୟୁଭି ତାଙ୍କ ଉପରେ ମାଡ଼ି ଯାଇଥିଲା। ଏଥିଯୋଗୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍‌ ଏନେଇ ଗୋଟିଏ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Accident Hyderabad