Advertisment

ପାଣି ଟାଙ୍କିରେ ହେଉଥିଲା ଦୁର୍ଗନ୍ଧ; ବାହାରିଲା ୩୦ ମାଙ୍କଡ଼ଙ୍କ ମୃତଦେହ

ପିଇବା ପାଣି ଟାଙ୍କିରୁ ବାହାରିଲା ଗୋଟିଏ ପରେ ଗୋଟିଏ ୩୦ ମାଙ୍କଡ଼ଙ୍କ ମୃତଦେହ । ସେଇ ପାଣି ଟାଙ୍କିରୁ ପାଣି ବ୍ୟବହାର କରିଥିବା ୨ଶହ ପରିବାର ସଦସ୍ୟଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।

author-image
Niharika Rout
Rescue Operation

Rescue Operation

ପିଇବା ପାଣି ଟାଙ୍କିରୁ ବାହାରିଲା ଗୋଟିଏ ପରେ ଗୋଟିଏ ୩୦ ମାଙ୍କଡ଼ଙ୍କ ମୃତଦେହ । ସେଇ ପାଣି ଟାଙ୍କିରୁ ପାଣି ବ୍ୟବହାର କରିଥିବା ୨ଶହ ପରିବାର ସଦସ୍ୟଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲା ନନ୍ଦିକୋଣ୍ଡା ମ୍ୟୁନିସିପାଲିଟି ଅଞ୍ଚଳରେ ଘଟିଛି ।

Advertisment

ନାଗାର୍ଜୁନ ସାଗର ନିକଟରେ ଥିବା ଏହି ପାଣି ଟାଙ୍କିରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିଲା। ସ୍ଥାନୀୟ ଲୋକେ ଏ ନେଇ ଅଭିଯୋଗ କରିବା ପରେ ମ୍ୟୁନିସିପାଲିଟି କର୍ମଚାରୀ ସେଠାକୁ ଯାଇଥିଲେ। ମାତ୍ର ଯାହା ଦେଖିଲେ ସେମାନଙ୍କ ଆଖି ଖୋସି ହୋଇ ଯାଇଥିଲା। ଟାଙ୍କି ଭିତରେ ବହୁ ମାଙ୍କଡଙ୍କ ଶବ ଭାସୁଥିବା ସେମାନେ ଦେଖିବାକୁ ପାଇଥିଲେ।

ମ୍ୟୁନିସିପାଲିଟି କର୍ମଚାରୀମାନେ ମୃତ ୩୦ ମାଙ୍କଡ଼ଗୁଡ଼ିକର ଶବ ଗୋଟିଏ ପରେ ଗୋଟିଏ ବାହାର କରିଥିଲେ । ଅସହ୍ୟ ଗରମ ହେତୁ ମାଙ୍କଡମାନେ ଟାଙ୍କି ଉପରେ ଘୋଡ଼ା ଯାଇଥିବା ଟିଣ ବାଟ ଦେଇ ଭିତରେ ପଶିଥିବା ଅନୁମାନ କରାଯାଉଛି। ମାତ୍ର ସେଥିରୁ ଆଉ ବାହାରି ନପାରି ସେମାନେ ତା’ ଭିତରେ ପ୍ରାଣ ହରାଇଛନ୍ତି।

Advertisment

ଏହି ପାଣି ଟାଙ୍କିରୁ ସ୍ଥାନୀୟ ଅଞ୍ଚଳର ପ୍ରାୟ ୨୦୦ ପରିବାରକୁ ଜଳ ଯୋଗାଣ ହେଉଥିଲା। ମାତ୍ର ପାଣି ଦୁର୍ଗନ୍ଧ ହେବାରୁ ସନ୍ଦେହ ବଢିଥିଲା। ଏହା ଏକ ମ୍ୟୁନିସିପାଲିଟି ଟାଙ୍କି ହୋଇଥିବାରୁ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

Telengana