ରବୀନ୍ଦ୍ର
ପୁଣି ଅକସ୍ମାତ ମୃତ୍ୟୁ। ହଠାତ୍ ମୃତ୍ୟୁ ନେଇଛି ଜଣେ କ୍ରିକେଟ ଖେଳାଳିଙ୍କ ଜୀବନ। ଖୁସିରେ ଘରୁ କ୍ରିକେଟ ଖେଳିବାକୁ ବାହାରିଥିଲେ। ଘରୁ ଆସିଲା ବେଳେ ବାପାଙ୍କ ସହ ଚା’ ବି ପିଇଥିଲେ। ପଡ଼ିଆକୁ ଆସିବା ପରେ ବେଶ ଆନନ୍ଦର ସହ ନିଜ ଟିମ ପାଇଁ ବୋଲିଂ କରିଥିଲେ।
କିନ୍ତୁ କିଛି ଓଭର ବୋଲିଂ କରିବା ପରେ ଘଟିଛି ଅଘଟଣ। ବୋଲିଂ କରିବା ବେଳେ ହଠାତ ଅଟକି ଯାଇଥିଲେ। ହାଲିଆ ଲାଗିବାକୁ ପାଣି ପିଇଥିଲେ। ହେଲେ ପାଣି ପିଇବା କ୍ଷଣୀ ହୋଇଥିଲା ବାନ୍ତି। ଆଉ ତା’ପରେ ପଡ଼ିଆରେ ଯାଇଥିଲେ ଟଳି। ସାଥୀ ଖେଳାଳିମାନେ ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇଥିଲେ ହେଁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା।
ହୃଦଘାତ(Heart Attack) ଉତ୍ତର ପ୍ରଦେଶ(Uttar Pradesh)ରେ ପୁଣି ଗୋଟିଏ ମୁଣ୍ଡ ନେଇଛି। ଏଥର ୩୦ ବର୍ଷୀୟ ଜଣେ ଯୁବକ ହୃଦଘାତରେ ଆଖି ବୁଜିଛନ୍ତି। ଏଲଆଇସିରେ ଡେଭଲପମେଣ୍ଟ ଅଫିସର ଭାବେ କାମ କରୁଥିବା ୩୦ ବର୍ଷୀୟ ରବୀନ୍ଦ୍ର ହିରୱାର କ୍ରିକେଟ ପଡ଼ିଆରେ ବୋଲିଂ କରୁଥିବା ବେଳେ ହୃହଘାତରେ ପ୍ରାଣ ହରାଇଛନ୍ତି। ଉତ୍ତର ପ୍ରଦେଶର ଝାନସୀରୁ ଏପରି ଖବର ସାମ୍ନାକୁ ଆସିଛି। ରବୀନ୍ଦ୍ରଙ୍କ ଘର ଝାନସୀର ସିପ୍ରି ବଜାର ଅଞ୍ଚଳରେ ଥିବା ନଲଗଞ୍ଜରେ।
ବୁଧବାର ସକାଳେ ରବୀନ୍ଦ୍ର ଝାନସୀରେ ଥିବା ଗଭର୍ଣ୍ଣମେଣ୍ଟ ଇଣ୍ଟର କଲେଜ(ଜିଆଇସି) ଗ୍ରାଉଣ୍ଡକୁ ମ୍ୟାଚ୍ ଖେଳିବାକୁ ଯାଇଥିଲେ। ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ରବୀନ୍ଦ୍ର ବୋଲିଂ କରୁଥିବା ବେଳେ ହଠାତ ଅସୁସ୍ଥ ଅନୁଭବ କରିଥିଲେ। ସେ ବୋଲିଂ ଅଧାରୁ ଅଟକି ଥିଲେ। ଏଥିସହ ପାଣି ପିଇଥିଲେ। ପାଣି ପଇବା କ୍ଷଣୀ ତାଙ୍କର ବାନ୍ତି ହୋଇଥିଲା ଓ ସେ ଚେତା ହରାଇ ତଳେ ପଡ଼ି ଯାଇଥିଲେ।
ସାଥୀ ଖେଳାଳିମାନେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ ହେଁ କିଛି ବି ଲାଭ ହୋଇ ନଥିଲା। ସାମାନେ ତୁରନ୍ତ ତାଙ୍କୁ ମହାରାଣୀ ଲକ୍ଷ୍ମୀ ବାଈ ମେଡିକାଲ କଲେଜକୁ ନେଇ ଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରେ ରବୀନ୍ଦ୍ର ପ୍ରାଣ ହରାଇଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି।
ରବୀନ୍ଦ୍ରଙ୍କ ସାନ ଭାଇ ଅରବିନ୍ଦ କହିଛନ୍ତି, “ସେ ବହୁତ ଖୁସି ଥିଲେ। ତାଙ୍କ ସ୍ୱାସ୍ଥ୍ୟ ବେଶ ଭଲ ଥିଲା। ଆଜି ସକାଳୁ ସେ ଉଠିବା ପରେ ବାପାଙ୍କ ସହ ଚା’ ପିଇଥିଲେ। ଏହାପରେ ବାପାଙ୍କ ବାଏ କହି ଜିଆଇସି ଗ୍ରାଉଣ୍ଡକୁ କ୍ରିକେଟ ଖେଳିବାକୁ ଯାଇଥିଲେ।
ପ୍ରାୟ ଘଣ୍ଟାଏ ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇ ପଡ଼ିଥିବା ଆମକୁ ଖବର ମିଳିଥିଲା। ତାଙ୍କୁ ତୁରନ୍ତ ମେଡିକାଲ କଲେଜକୁ ନିଆଯାଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।”
ରବୀନ୍ଦ୍ର ୩ ଭାଇଙ୍କ ମଧ୍ୟରେ ମଝିଆ। ପ୍ରାୟ ୨ ବର୍ଷ ତଳେ ସେ ଏଲଆଇସିରେ କାମ ଆରମ୍ଭ କରିଥିଲେ। ନିଜ କାମ ସହ ସେ କ୍ରିକେଟକୁ ବହୁତ ଭଲ ପାଆନ୍ତି। ସମୟ ପାଇଲେ କ୍ରିକେଟ ଖେଳିବାକୁ ଯାଆନ୍ତି। ହେଲେ ଏବେ ପଡ଼ିଆରେ ସେ ଆଖି ବୁଜିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/06/ravindra-2025-11-06-19-30-49.jpg)