Advertisment

ପାକିସ୍ତାନରେ ବନ୍ଦୀ ଅଛନ୍ତି ୩୦୮ ଭାରତୀୟ, ଭାରତରେ ବନ୍ଦୀ ଅଛନ୍ତି ୪୧୭ ପାକିସ୍ତାନୀ

ଦ୍ୱିପାକ୍ଷୀକ ରାଜିନାମା ଅନ୍ତର୍ଗତ ପାକିସ୍ତାନ ଏହି ତାଲିକା ପ୍ରଦାନ କରିଛି। ବୈଦେଶୀକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

representational image

representational image

Advertisment

ପାକିସ୍ତାନ ଜେଲ୍‌ରେ ବନ୍ଦୀ ଅଛନ୍ତି ୩୦୮ ଭାରତୀୟ। ଯାହା ଭିତରେ ୪୨ ଜଣ ସାଧାରଣ ବ୍ୟକ୍ତି ୨୬୬ ଜଣ ମତ୍ସ୍ୟଜୀବୀ ଅଛନ୍ତି। ଏହାର ଏକ ତାଲିକା ପାକିସ୍ତାନ ପକ୍ଷରୁ ଶନିବାର ଭାରତ ହାଇ କମିଶନଙ୍କୁ ପ୍ରଦାନ କରାଯାଇଛି। ଦ୍ୱିପାକ୍ଷୀକ ରାଜିନାମା ଅନ୍ତର୍ଗତ ପାକିସ୍ତାନ ଏହି ତାଲିକା ପ୍ରଦାନ କରିଛି। ବୈଦେଶୀକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

Advertisment

ଭାରତରେ ବନ୍ଦି ଥିବା ପାକିସ୍ତାନୀଙ୍କ ତାଲିକା ମଧ୍ୟ ପାକିସ୍ତାନକୁ ଦିଆଯାଇଛି। ପାକିସ୍ତାନ ହାଇ କମିଶନଙ୍କୁ ଏହା ପ୍ରଦାନ କରାଯାଇଛି। ତାଲିକା ମୁତାବକ ଭାରତର ବିଭିନ୍ନ ଜେଲରେ ମୋଟ ୪୧୭ ଜଣ ପାକିସ୍ତାନୀ ଅଛନ୍ତି। ଯାହା ଭିତରେ ୩୪୩ ଜଣ ସାଧାରଣ ଲୋକ ଓ ୭୪ ଜଣ ମତ୍ସ୍ୟଜୀବୀ ଅଛନ୍ତି।

ଦଣ୍ଡ ଭୋଗୀ ସାରିଥିଲେ ବନ୍ଦୀ ଥିବା ଏହି ପାକିସ୍ତାନର ସାଧାରଣ ନାଗରିକ ଓ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଦେବାକୁ ଭାରତ ସରକାରଙ୍କୁ ନିବେଦନ କରିଛି ପାକିସ୍ତାନ ସରକାର। ଭାରତ ପକ୍ଷରୁ ମଧ୍ୟ ସମାନ ସହଯୋଗ ଲୋଡ଼ା ଯାଇଛି।

Advertisment

ଭାରତ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପାକିସ୍ତାନର ୬୨ ଜଣଙ୍କ ବ୍ୟକ୍ତିଙ୍କ ନାଗରିକତା ଯାଞ୍ଚ କରି ଜଣାଇବା ପାଇଁ କୁହାଯାଇଛି।

ଅନ୍ୟପଟେ ୨୦୧୪ ପରଠାରୁ ବିଭାଗୀୟ ଉଦ୍ୟମ ଯୋଗୁ ୨୫୫୯ ଜଣ ଭାରତୀୟ ମତ୍ସ୍ୟଜୀବୀ ଓ ୬୩ ଜଣ ସାଧାରଣ ବନ୍ଦୀଙ୍କୁ ପାକିସ୍ତାନ ଜେଲରୁ ମୁକ୍ତ କରି ସ୍ୱଦେଶକୁ ଫେରାଇ ଅଣାଯାଇଛି। ଯାହା ଭିତରେ ଚଳିତ ବର୍ଷ ୩୯୮ ଜଣ ମତ୍ସ୍ୟଜୀବୀ ଓ ୫ ଜଣ ସାଧାରଣ ଭାରତୀୟ ନାଗରିକ ରହିଛନ୍ତି।

ଚୁକ୍ତି ମୁତାବକ ପ୍ରତିବର୍ଷ ଜାନୁଆରୀ ଓ ଜୁଲାଇ ପହିଲାରେ ଦୁଇଦେଶ ପରସ୍ପର ଦେଶରେ ବନ୍ଦୀ ଥିବା ଉଭୟ ଦେଶର ନାଗରିକଙ୍କ ତାଲିକା ପ୍ରଦାନ କରିଥାନ୍ତି।

ଦୁଇଦେଶର ସୀମା ରେଖା ପାର କରି ମାଛ ମାରୁଥିବା ବେଳେ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଛି।

Prisoners Pakistan Indo-Pakistani War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe