Advertisment

ବ୍ରିଜ ଉପରୁ ୩୧ଟି କୁକୁରଙ୍କୁ ଫୋପାଡ଼ି ଦେଲେ

ଗୋଟିଏ ସାମାଜିକ ଅନୁଷ୍ଠାନ ପକ୍ଷରୁ ଏନେଇ ପୁଲିସ୍‌ରେ ଅଭିଯୋଗ କରାଯାଇଛି। ସେମାନଙ୍କ କହିବା କଥା ଯେ ଜାନୁଆରୀ ୪ ତାରିଖରେ ଇଡୁମୈଲାରାମ ଗାଁ ନିକଟ ବ୍ରିଜରେ ପୂରା ଘଟଣା ଘଟିଛି।

Dog

Dog

Advertisment

ସାମ୍ନା ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ଅମାନବୀୟ କାଣ୍ଡ ଘଟାଇଛନ୍ତି କିଛି ଦୁର୍ବୃତ୍ତ। ସେମାନେ ୩୧ଟି କୁକୁରଙ୍କୁ ଏକାସାଙ୍ଗରେ ଗୋଟିଏ ବିରାଟକାୟ ବ୍ରିଜ ଉପରେ ଛିଡ଼ା ହୋଇ ତଳକୁ ଫିଙ୍ଗି ଦେଇଛନ୍ତି। ତଳେ ପଡ଼ିବା ଯୋଗୁ ୨୦ଟି କୁକୁରଙ୍କ ମୃତ୍ୟୁ ହୋଇଛି। ସେହିପରି ବାକି ୧୧ଟି ଗୁରୁତର ଭାବେ ଆହତ ହୋଇଛନ୍ତି। ତେଲଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରେ ଏପରି ଘଟଣା ଘଟିଛି।

Advertisment

ଗୋଟିଏ ସାମାଜିକ ଅନୁଷ୍ଠାନ ପକ୍ଷରୁ ଏନେଇ ପୁଲିସ୍‌ରେ ଅଭିଯୋଗ କରାଯାଇଛି। ସେମାନଙ୍କ କହିବା କଥା ଯେ ଜାନୁଆରୀ ୪ ତାରିଖରେ ଇଡୁମୈଲାରାମ ଗାଁ ନିକଟ ବ୍ରିଜରେ ପୂରା ଘଟଣା ଘଟିଛି।

ଇନ୍ଦ୍ରାକରନ ପୁଲିସ୍‌ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି, ଅଭିଯୋଗୁ ପାଇବା ପରେ ପୁଲିସ୍‌ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏତେ ସଂଖ୍ୟକ କୁକୁରଙ୍କୁ ଅନ୍ୟ କେଉଁଠି ହତ୍ୟା କରି ଏଠାରେ ଫିଙ୍ଗା ଯାଇଛି ନା ଜୀବନ୍ତ ଅବସ୍ଥାରେ ସମସ୍ତଙ୍କୁ ତଳକୁ ଫୋପାଡ଼ି ହତ୍ୟା କରାଯାଇଛି, ତା’ର ଯାଞ୍ଚ ପୁଲିସ୍‌ ଆରମ୍ଭ କରିଛି।

Advertisment

ପ୍ରାଣ ହରାଇଥିବା ୨୦ଟି ଯାକ କୁକୁରଙ୍କ ନମୁନାକୁ ଏଫଏସ୍‌ଏଲକୁ ପଠାଇଯାଇଛି। ସେମାନଙ୍କୁ ବିଷ ଦିଆଯାଇଥିଲା କି ନାହିଁ, ତା’ର ଯାଞ୍ଚ ହେଉଛି। ସେହିପରି ଗୁରୁତର ଅବସ୍ଥାରେ ଥିବା ୧୧ଟି ଯାକ କୁକୁରଙ୍କୁ ଅଭିଯୋଗ କରିଥିବା ସଂଗଠନକୁ ହସ୍ତାନ୍ତର କରାଯାଇଛି। ସମସ୍ତଙ୍କୁ ନାଗୋଲେ ସ୍ଥିତ ଆଶ୍ରୟ ସ୍ଥଳରେ ରଖାଯାଇଛି। ସେଠାରେ ସେମାନଙ୍କର ଚିକିତ୍ସା ମଧ୍ୟ ଆରମ୍ଭ ହୋଇଛି।

Dog News Telangana CM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe