Advertisment

ବଡ଼ ଧରଣର ଅପରେସନ୍‌: ୩୧ ନକ୍ସଲ ନିହତ, ୨ ଯବାନ ସହିଦ

ବିଭିନ୍ନ ସୁରକ୍ଷା ବଳର ଯବାନମାନେ ମିଳିତ ଭାବେ ଏହି ଅପରେସନରେ ସାମିଲ ହୋଇଥିଲେ।

ଅଦ୍ୟତନ ହୋଇଛି
Encounter

Naxal Attack

Advertisment

ଛତିଶଗଡ଼ରେ ପୁଣି ହୋଇଛି ବଡ଼ ଧରଣର ନକ୍ସଲ ଅପରେସନ୍‌। ଏଥିରେ ୩୧ ଜଣ ନକ୍ସଲ ନିହତ ହୋଇଛନ୍ତି। ସେହିପରି ଏହି ଏନକାଉଣ୍ଟର ବେଳେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି।

Advertisment

ସହିଦ ହୋଇଥିବା ଦୁଇ ଯବାନଙ୍କ ମଧ୍ୟରୁ ଜଣେ ଛତିଶଗଡ଼ ପୁଲିସର ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (DRV)ର ହୋଇଥିବା ବେଳେ ଅନ୍ୟ ଜଣେ ସ୍ପେଶାଲ ଟାସ୍କ ଫୋର୍ସର ବୋଲି ଜଣାପଡ଼ିଛି।

ଆଜି ସକାଳେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରେ ଏହି ଏନ୍‌କାଉଣ୍ଟର ହୋଇଥିଲା। ବିଭିନ୍ନ ସୁରକ୍ଷା ବଳର ଯବାନମାନେ ମିଳିତ ଭାବେ ଏଥିରେ ସାମିଲ ହୋଇଥିଲେ।

Advertisment

ବସ୍ତର ଆଇଜି ପି ସୁନ୍ଦରରାଜ କହିଛନ୍ତି, ଗୁଳିବିନିମୟରେ ମୋଟ ୩୧ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

ସମସ୍ତଙ୍କ ମୃତଦେହକୁ ଜବତ କରାଯାଇଛି। ଆମେ ସେମାନଙ୍କୁ ଚିହ୍ନଟ କରିବାକୁ ପ୍ରୟାସ କରୁଛୁ। ଏକନ୍‌କାଉଣ୍ଟର ସ୍ଥଳରୁ ବହୁ ସଂଖ୍ୟାରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଛି ବୋଲି ଅନ୍ୟ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ରହିଛି ବହୁ ମାତ୍ରାରେ ଏକେ-୪୭, ଏସ୍‌ଏଲ୍‌ଆର, ଇନ୍‌ସାସ୍ ରାଇଫଲ, .୩୦୩ ଓ ବିଜିଏଲ୍‌ ଲଞ୍ଚର ରହିଛି।  

ଏନକାଉଣ୍ଟରରେ ଆହତ ହୋଇଥିବା ଯବାନମାନେ ବିପଦମୁକ୍ତ ଅଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅତିରିକ୍ତ ସୁରକ୍ଷା ବଳକୁ ଘଟଣାସ୍ଥଳକୁ ପଠାଯାଇଛି। ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି।

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି, ଏହା ଏକ ବଡ଼ ସଫଳତା। ନକ୍ସଲମୁକ୍ତ ଭାରତ ଗଠନ ନେଇ ଯବାନଙ୍କୁ ବଡ଼ ସଫଳତା ମିଳିଛି। ୩୧ ନକ୍ସଲଙ୍କ ମୃତ୍ୟୁ ଘଟିଛି ଓ ବିପୁଳ ପରିମାଣର ବିସ୍ଫୋରକ ମିଳିଛି। ଏହି ନକ୍ସଲ ଲଢ଼େଇରେ ୨ ଜଣ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନଙ୍କ ପରିବାର ପ୍ରତି ସମବେଦନା ଜଣାଉଛି। ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ନିଶ୍ଚିତରେ ଦେଶକୁ ନକ୍ସଲମୁକ୍ତ କରିବୁ।

ଏହି ସଦ୍ୟ ଏନ୍‌କାଉଣ୍ଟର ସହିତ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଛତିଶଗଡ଼ର ବସ୍ତର ଡିଭିଜନରେ ୮୧ ଜଣ ନକ୍ସଲ ନିହତ ହୋଇସାରିଲେଣି। ଗତ ବର୍ଷ ବସ୍ତର ଡିଭିଜନରେ ୨୬୦ରୁ ଅଧିକ ନକ୍ସଲ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ନିହତ ହୋଇଥିଲେ।  

Naxal Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe