Advertisment

ଆପ୍‌ର ୫୮ରୁ ୩୨ ଓ ବିଜେପିର ୭ରୁ ୪ ବିଧାୟକଙ୍କ ନାଁରେ ରହିଛି ଗୁରୁତର ମାମଲା

ଦଳ ଦୃଷ୍ଟିରୁ ଦେଖିଲେ ଆପର ୫୮ ଜଣ ବିଧାୟକଙ୍କ ପାଖରେ ହାରାହାରି ୧୩.୩୯ କୋଟି ଟଙ୍କାର ସମ୍ପତ୍ତି ରହିଥିବାବେଳେ ବିଜେପିର ୭ ଜଣ ବିଧାୟକଙ୍କ ପାଖରେ ହାରାହାରି ୭ କୋଟି ୪୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି।

ଅଦ୍ୟତନ ହୋଇଛି
Criminal Cases

Criminal Cases

Advertisment

ଫେବ୍ରୁଆରୀ ୫ରେ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି। ଏହି ଅବସରରେ ଦିଲ୍ଲୀର ବିଧାୟକଙ୍କ ପୃଷ୍ଠଭୂମି ଉପରେ ରିପୋର୍ଟ କାଢ଼ିଛି ଏଡିଆର ବା ଆସେସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ। ଦିଲ୍ଲୀ ବିଧାନସଭାରେ ବର୍ତ୍ତମାନ ୫ଟି ଆସନ ଖାଲିପଡ଼ିଥିବା ବେଳେ ୬୫ଜଣ ବିଧାୟକଙ୍କ ସତ୍ୟପାଠକୁ ବିଶ୍ଲେଷଣ କରିଛି ଏଡିଆର।

Advertisment

୬୫ଜଣ ବିଧାୟକଙ୍କ ମଧ୍ୟରୁ ୩୬ ଜଣ ବିଧାୟକଙ୍କ ନାଁରେ ଅର୍ଥାତ୍ ୫୫ ପ୍ରତିଶତ ବିଧାୟକଙ୍କ ନାଁରେ ୫ ବର୍ଷରୁ ଅଧିକ ଦଣ୍ଡ ମିଳିବା ଭଳି ଦଫାରେ ମାମଲା ରୁଜୁ ହୋଇଥିବା ଦେଖାଯାଇଛି। ଆମ ଆଦମୀ ପାର୍ଟି ବା ଆପର ୫୮ ଜଣ ବିଧାୟକଙ୍କ ମଧ୍ୟରୁ ୩୨ ଜଣଙ୍କ ନାଁରେ ଗୁରୁତର ମାମଲା ରୁଜୁ ହୋଇଥିବା ବେଳେ ବିଜେପିର ୭ ବିଧାୟକଙ୍କ ମଧ୍ୟରୁ ୪ ଜଣଙ୍କ ନାଁରେ ଗୁରୁତର ମାମଲା ରୁଜୁ ହୋଇଥିବା ଦେଖାଯାଇଛି। ସମସ୍ତ ବିଧାୟକଙ୍କ ନିକଟରେ ମୋଟ ୮୨୯.୨୧ କୋଟି ଟଙ୍କାର ସମ୍ପତ୍ତି ଥିବାବେଳେ ହାରାହାରି ଜଣେ ବିଧାୟକଙ୍କ ପାଖରେ ୧୨.୭୫ କୋଟି ଟଙ୍କା ଥିବା ଦେଖାଯାଇଛି।

ଦଳ ଦୃଷ୍ଟିରୁ ଦେଖିଲେ ଆପର ୫୮ ଜଣ ବିଧାୟକଙ୍କ ପାଖରେ ହାରାହାରି ୧୩.୩୯ କୋଟି ଟଙ୍କାର ସମ୍ପତ୍ତି ରହିଥିବାବେଳେ ବିଜେପିର ୭ ଜଣ ବିଧାୟକଙ୍କ ପାଖରେ ହାରାହାରି ୭ କୋଟି ୪୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି। ଆପର ଧର୍ମପାଲ ଲାକ୍ରାଙ୍କ ପାଖରେ ସବୁଠାରୁ ଅଧିକ ୨୯୨ କୋଟି ଟଙ୍କାର ସମ୍ପତ୍ତି ରହିଥିବାବେଳେ ଆପର ରାକ୍ଷୀ ବିର୍ଲାଙ୍କ ପାଖରେ ସବୁଠାରୁ କମ୍ ମାତ୍ର ୭୬ ହଜାର ଟଙ୍କାର ସମ୍ପତ୍ତି ରହିଛି।

Advertisment
Bjp AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe