Advertisment

ଆଉ ୩୨ ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ

ଦିନକ ତଳେ କୋଲକାତାରୁ ଓ କୋଲକାତାକୁ ଯାଉଥିବା ୭ଟି ବିମାନକୁ ସୋଶାଲ ମିଡିଆରେ ବୋମା ବିସ୍ଫୋରଣର ଧମକ ମିଳିଥିଲା। ତେବେ ଯାଞ୍ଚ ପରେ ଏହା କେବଳ ଏକ ଗୁଜବ ଥିବା ଜଣାପଡ଼ିଛଥିଲା।

author-image
Hemant Lenka
air India

air India

ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆର ୩୨ଟି ବିମାନକୁ ଗୋଟିଏ ସମୟରେ ଆସିଛି ବୋମା ଧମକ। ଦେଶର ବିଭିନ୍ନ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଓ ପ୍ରତିଷ୍ଠାନକୁ ବୋମା ବିସ୍ଫୋରଣର ଧମକ ମିଳିବା ଘଟଣା ହଇଚଇ ସୃଷ୍ଟି କରିଥିବା ବେଳେ ଏବେ ପୁଣି ସମାନ କାଣ୍ଡ ଘଟିଛି।

Advertisment

ଦିନକ ତଳେ କୋଲକାତାରୁ ଓ କୋଲକାତାକୁ ଯାଉଥିବା ୭ଟି ବିମାନକୁ ସୋଶାଲ ମିଡିଆରେ ବୋମା ବିସ୍ଫୋରଣର ଧମକ ମିଳିଥିଲା। ତେବେ ଯାଞ୍ଚ ପରେ ଏହା କେବଳ ଏକ ଗୁଜବ ଥିବା ଜଣାପଡ଼ିଛଥିଲା।

ଏହାକୁ ନେଇ ତନାଘନା ଚାଲିଥିବା ବେଳେ ଏୟାର ଇଣ୍ଡିଆର ଆଉ ୩୨ଟି ବିମାନକୁ ବୋମା ବିସ୍ଫୋରଣର ଧମକ ମିଳିଛି। ଧମକ ପାଇଥିବା ବିମାନଗୁଡ଼ିକ ମଧ୍ୟରୁ କିଛି ଭାରତରେ ଥିବା ବେଳେ ଆଉ କିଛି ବିଦେଶ ଗସ୍ତରେ ଯାଇଛନ୍ତି।

Advertisment

ଧମକ ପରେ ସତର୍କତା ପଦକ୍ଷେପ ସ୍ୱରୂପ ବିମାନଗୁଡ଼ିକୁ ଯାଞ୍ଚ କରାଯାଇଥିଲା। ହେଲେ ଏଯାଏ କୌଣସି ବିମାନରୁ ବିସ୍ଫୋରକ ସାମଗ୍ରୀ ମିଳିନାହିଁ।

ଅନ୍ୟପକ୍ଷରେ କ୍ରମାଗତ ଭାବେ ବିମାନ ଓ ପ୍ରତିଷ୍ଠାନଗୁଡ଼ିକୁ ଧମକ ମିଳୁଥିବାରୁ ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ତଦନ୍ତ ଆରମ୍ଭ କରିଛି। ଗତ ୨ ସପ୍ତାହ ମଧ୍ୟରେ ୪୦୦ରୁ ଅଧିକ ବୋମା ଗୁଜବର ଧମକ ମିଳିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି।

Air India Air India Flight Air India Bomb Threat