Advertisment

ଜିମ୍‌ରେ ଏକ୍ସରସାଇଜ କରୁ କରୁ ଟଳି ପଡ଼ିଲେ ଯୁବକ

ଜିମ୍‌ରେ ଏକ୍ସରସାଇଜ କରୁ କରୁ ଚଟାଣରେ ପଡ଼ି ଛଟପଟ ହେଲେ ଯୁବକ । ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Youth Died

Youth Died

Advertisment

ଜିମ୍‌ରେ ଏକ୍ସରସାଇଜ କରୁ କରୁ ଚଟାଣରେ ପଡ଼ି ଛଟପଟ ହେଲେ ଯୁବକ । ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏପରି ଏକ ଅସ୍ୱାଭାବିକ ଘଟଣା ଉତ୍ତରପ୍ରଦେଶର ବାରଣାସୀରେ ଘଟିଛି। ମୃତକଜଣକ ୩୨ ବର୍ଷୀୟ ଦୀପକ ଗୁପ୍ତା ବୋଲି ଜଣାଯାଇଛି।

Advertisment

ବାରଣାସୀରେ ରହୁଥିବା ଦୀପକ ବଡି ବିଲ୍ଡିଂ କରିବା ନିମନ୍ତେ ନିୟମିତ ରୂପେ ଜିମ୍‌ ଯାଉଥିଲେ। ସବୁ ଦିନ ପରି ଘଟଣା ଦିନ ବି ସେ ସକାଳୁ ଜିମ୍‌ ଯାଇତିଲେ। ସେଠାରେ ଏକ୍ସରସାଇଜ କରୁ କରୁ ତାଙ୍କ ମୁଣ୍ଡରେ ଯନ୍ତ୍ରଣା ହେଲା ଓ ସେ ସେଠାରେ ନିଜ ମୁଣ୍ଡରେ ହାତ ରଖି ବସି ପଡ଼ିଲେ। କିଛି ସମୟ ପରେ ଯନ୍ତ୍ରଣା ଅସହ୍ୟ ହେବାରୁ ସେ ଚଟାଣରେ ପଡ଼ି ଛଟପଟ ହେବାକୁ ଲାଗିଲେ।

ଏହାଦେଖି ଉକ୍ତ ଜିମ୍‌ରେ ଉପସ୍ଥିତ ଥିବା ଅନ୍ୟମାନେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବ୍ରେନ୍‌ ଷ୍ଟ୍ରୋକ୍‌ ହେବାରୁ ଦୀପକଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଥିବା ଜଣାଯାଇଛି।

Advertisment

ଦୀପକଙ୍କ ପରିବାର ଲୋକେ ତାଙ୍କର ଏପରି ମୃତ୍ୟୁକୁ ବିଶ୍ୱାସ କରି ପାରୁ ନାହାନ୍ତି। ପରିବାରରେ ତାଙ୍କର ପତ୍ନୀ ଓ ଦୁଇ ଛୋଟ ଛୁଆ ଅଛନ୍ତି। ଦୀପକଙ୍କ ଅନ୍ତିମ ସତ୍କାର ବାରଣାସୀରେ କରାଯାଇଥିବା ଜଣାଯାଇଛି।

Brain Disease Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe