Advertisment

ବୈଷ୍ଣୋ ଦେବୀ ଯାତ୍ରା ରାସ୍ତାରେ ଭୂସ୍ଖଳନ: ଗଲାଣି ୩୩ ଜୀବନ, ବିପଦ ସଙ୍କେତ ଡେଇଁଲା ଝେଲମ

ଲଗାଣ ବର୍ଷା ଜମ୍ମୁ-କଶ୍ମୀରରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଅଚାନକ ବନ୍ୟା ଓ ଭୂସ୍ଖଳନ ସ୍ଥିତିକୁ ଆହୁରି ଭୟଙ୍କର କରିଛି।

Land slide

Land slide

Advertisment

ଜମ୍ମୁ-କଶ୍ମୀରର ବୈଷ୍ଣୋ ଦେବୀ ଯାତ୍ରା ରାସ୍ତାରେ ଭୟଙ୍କର ଭୂସ୍ଖଳନ। କତ୍ରା ଅନ୍ତର୍ଗତ ଅର୍ଦ୍ଧକୁମାରୀ ନିକଟରେ ବଡ଼ଧରଣର ଭୂସ୍ଖଳନ ଯୋଗୁ ୩୩ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୨୩ ଜଣ ଆହତ ହୋଇଛନ୍ତି। ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ସାଂଘାତିକ ସ୍ଥିତି ସୃଷ୍ଟି କରିଥିବା ବେଳେ କିଛି ଲୋକ ନିଖୋଜ ରହିଥିବା ଜଣାପଡ଼ିଛି। ମାଟି ତଳେ ଲୋକମାନେ ଚାପି ହୋଇ ରହିଥିବା ଆଶଙ୍କାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ହେଁ ଲଗାଣ ବର୍ଷା ଏଥିରେ ବାଧକ ସାଜିଛି।

Advertisment

ଲଗାଣ ବର୍ଷା ଜମ୍ମୁ-କଶ୍ମୀରରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଅଚାନକ ବନ୍ୟା ଓ ଭୂସ୍ଖଳନ ସ୍ଥିତିକୁ ଆହୁରି ଭୟଙ୍କର କରିଛି। ଜମ୍ମୁରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଗୁଡ଼ିକ ଗଭୀର ଭାବେ ପ୍ରବାହିତ ହୋଇଛି। କିଛି ପ୍ରମୁଖ ବ୍ରିଜ ଭୁଶୁଡ଼ି ପଡ଼ିଥିବା ବେଳେ ବିଦ୍ୟୁତ ଖୁଣ୍ଟ ଓ ମୋବାଇଲ ଟାୱାର କ୍ଷତିଗ୍ରସ୍ତ ହୋଇଛି। ଅଚାନକ ବନ୍ୟା ଓ ଜଳବନ୍ଦୀ ହୋଇ ରହିଥିବା ପ୍ରାୟ ୩୫୦୦ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଅଣା ଯାଇଛି।

ମଙ୍ଗଳବାର ଦିନ ୧୧.୩୦ରୁ ସନ୍ଧ୍ୟା ୫.୩୦ ମଧ୍ୟରେ ଜମ୍ମୁରେ ସବୁଠାରୁ ଅଧିକ ୨୨ ସେମି ବର୍ଷା ରେକର୍ଡ କରାଯାଇଛି। ୬ ଘଣ୍ଟା ମଧ୍ୟରେ ୨୨ ସେମି ବର୍ଷା ପୂରା ଜମ୍ମୁକୁ ବେହାଲ କରିଛି। ମଧ୍ୟରାତ୍ର ପରେ ବର୍ଷା ସାମାନ୍ୟ କମିଥିଲେ ହେଁ ବିପଦ ଏଯାଏ ଟଳିନି। ମଙ୍ଗଳବାର ଅପରାହ୍ନରେ ପ୍ରଥମେ ବୈଷ୍ଣୋ ଦେବୀ ଯାତ୍ରା ମାର୍ଗରେ ଭୂସ୍ଖଳନ ହୋଇଥିଲା। ଏଥିରେ ୫ ଜଣଙ୍କ ଜୀବନ ଯାଇଥିଲା। ଏହାର କିଛି ଘଣ୍ଟା ପରେ ଆଉ ଏକ ଭୂସ୍ଖଳନ ଲୋକମାନେ ସାମ୍ନା କରିଥିଲେ।

Advertisment

ପାହାଡ଼ ଧସିବା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ଲୋକ ମାଟି ତଳେ ଚାପି ହୋଇ ରହିଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ତ୍ରିକୁଟା ହିଲ ଦେଇ ଧର୍ମପୀଠକୁ ସଂଯୋଗ କରୁଥିବା ରାସ୍ତା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଜମ୍ମୁ-କଶ୍ମୀରର ଅଧିକାଂଶ ଅଞ୍ଚଳରେ ଟେଲିକମ ବ୍ଲାକଆଉଟ ସ୍ଥିତି ରହିଛି। ଏଥିଯୋଗୁ ଲକ୍ଷାଧିକ ଲୋକଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ଏକାଧିକ ବ୍ରିଜ ଭୁଶୁଡ଼ି ପଡ଼ିଥିବାରୁ ପ୍ରଭାବିତ ଲୋକଙ୍କ ପାଖରେ ପ୍ରଶାସନ ମଧ୍ୟ ଠିକ ଭାବେ ପହଞ୍ଚି ପାରୁନାହିଁ। ତଥାପି ଜିଲ୍ଲା ପ୍ରଶାସନ, ଜମ୍ମୁ-କଶ୍ମୀର ପୁଲିସ୍‌, ଏନଡିଆରଏଫ, ଏସଡିଆରଏଫ, ଭାରତୀୟ ସେନା ଓ ସ୍ଥାନୀୟ ସ୍ୱେଚ୍ଛାସେବୀମାନେ ଲୋକଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ ଜାରି ରଖିଛନ୍ତି।

ଅତିରିକ୍ତ ଭାବେ ଝେଲମ ନଦୀରେ ବନ୍ୟା ଆସିବାର ସତର୍କ ସୂଚନା ଜାରି କରାଯାଇଛି। ଦକ୍ଷିଣ କଶ୍ମୀରରେ ଝେଲମ ନଦୀ ବିପଦ ସଙ୍କେତ ପାର କରିଛି। ସଙ୍ଗମ ନିକଟରେ ବିପଦ ସଙ୍କେତ ୨୨ ଫୁଟ ଉପରେ ଝେଲମ ନଦୀ ପ୍ରବାହିତ ହେଉଛି। ପ୍ରଶାସନ କହିବା କଥା ଯେ ୨୦ରୁ ୩୦ଟି ତଳିଆ ଅଞ୍ଚଳ ସମେତ ଜମ୍ମୁ ଓ ସାମ୍ବାର ଏକାଧିକ ସ୍ଥାନରେ ଲଗାଣ ବର୍ଷା ଯୋଗୁ ଅଚାନକ ବନ୍ୟା ସ୍ଥିତି ସୃଷ୍ଟି କରିଛି। ଲୋକମାନେ ନିୟମିତ ସହାୟତା ପାଇଁ କଣ୍ଟ୍ରୋଲ ରୁମକୁ ଯୋଗାଯୋଗ କରୁଛନ୍ତି।

ଜମ୍ମୁ, ଉଧମପୁର, ଶ୍ରୀନଗର ଓ ପଠାନକୋଟରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଚିନୋକ ଠାରୁ ଆରମ୍ଭ କରି ଏମଆଇ-୧୭ଭି୫ ନିୟୋଜିତ ହୋଇଛି। ବର୍ଷା ଓ ବନ୍ୟା ଯୋଗୁ ଜମ୍ମୁ ସହର, ଆରଏସ ପୁରା, ଅଖନୋର, ନଗ୍ରୋଟା, କୋଟ ଭାଲୱାଲ, ବିଷ୍ଣା, ବିଜୟପୁର, ପୁରମଣ୍ଡଳ, କଠୁଆ ଓ ଉଧମପୁର ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି।

Heavy Rain Jammu Kashmir Land Slide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe