Advertisment

ବାଦଲ ଫଟା ବର୍ଷା: ଗଲାଣି ୩୩ ଜଣଙ୍କ ଜୀବନ, ପାଣିରେ ଭାସିଗଲେ ୭ ଜଣ

ରାଜ୍ୟରେ ଗଲା ଦୁଇ ଦିନ ଲାଗି ରହିଥିବା ପ୍ରଳୟଙ୍କରୀ ବର୍ଷା ଜନିତ ଅଘଟଣରେ ଏଯାଏ ୩୩ ଜଣଙ୍କ ଜୀବନ ଗଲାଣି। କେଉଁଠି ଘର ଭାସି ଯାଇଛି ତ ଆଉ କେଉଁ ସ୍କୁଲ ଘର ଭୁଶୁଡ଼ି ପଡ଼ିଛି।

Flood

Flood

Advertisment

ପାହାଡ଼ି ରାଜ୍ୟ ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା ଓ ଅଚାନକ ବନ୍ୟା ଯୋଗୁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ଅଚାନକ ବନ୍ୟା ପାଣି ମାଡ଼ି ଯିବାରୁ ଏହାର ସ୍ରୋତରେ ୭ ଜଣ ଲୋକ ଭାସି ଯାଇଛନ୍ତି। ମଣ୍ଡି ଜିଲ୍ଲାର ସମ୍ବଲ ଗାଁରେ ଏପରି ଘଟଣା ଘଟିଥିବା ବେଳେ ନିଜେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଏହାର ଭିଡିଓ ପୋଷ୍ଟ କରିଛନ୍ତି। ଏଥିସହ ରାଜ୍ୟରେ ସୃଷ୍ଟି ହୋଇଥିବା ଭୟଙ୍କର ସ୍ଥିତିର ମୁକାବିଲା ପାଇଁ ଉଦ୍ଧାର, ସନ୍ଧାନ ଓ ରିଲିଫ ଅପରେସନକୁ ଜୋରଦାର କରାଯାଇଥିବା ସେ କହିଛନ୍ତି।

Advertisment

ଏହାବାଦ ରାଜ୍ୟରେ ଗଲା ଦୁଇ ଦିନ ଲାଗି ରହିଥିବା ପ୍ରଳୟଙ୍କରୀ ବର୍ଷା ଜନିତ ଅଘଟଣରେ ଏଯାଏ ୩୩ ଜଣଙ୍କ ଜୀବନ ଗଲାଣି। କେଉଁଠି ଘର ଭାସି ଯାଇଛି ତ ଆଉ କେଉଁ ସ୍କୁଲ ଘର ଭୁଶୁଡ଼ି ପଡ଼ିଛି। କାର୍‌ ଠାରୁ ଆରମ୍ଭ କରି ଲୋକଙ୍କ ଜିନିଷପତ୍ର ମଧ୍ୟ ପାହାଡ଼ ଉପର ଭୟଙ୍କର ଗତିରେ ଆସୁଥିବା ପଥର ମିଶା ବର୍ଷା ପାଣିରେ ଭାସି ଯାଇଛି।

ସାମ୍ନାକୁ ଆସିଥିବା ଭିଡିଓରେ ଖୁବ କ୍ଷୀପ୍ର ଗତିରେ ପାହାଡ଼ର ଉପର ଭାଗରୁ ପାଣି ତଳକୁ ଆସୁଛି। ଏଥିରେ ୭ ଜଣ ଭାସି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବାକୁ କେହି ବି କୌଣସି ସୁଯୋଗ ପାଉ ନାହାନ୍ତି। ସେମାନେ ପାଣିର ପ୍ରଖର ସ୍ରୋତରେ ଭାସି ଯାଉଥିବା ବେଳେ ଲୋକମାନେ କେବଳ ଶୁଟିଂ କରିବା ସହ ଭୟରେ ଚିତ୍କାର କରିବାରେ ଲାଗିଥିବା ଭିଡିଓରେ ଶୁଣିବାକୁ ଓ ଦେଖିବାକୁ ମିଳୁଛି।

Advertisment

ପାଣିର ପ୍ରଖର ସ୍ରୋରେ ରାସ୍ତା ଘାଟ ମଧ୍ୟ ଭାସି ଯାଇଛି। କେଉଁଠି ରାସ୍ତା ଓ କେଉଁଠି ନଦୀ ଜାଣିବା ମଧ୍ୟ ମୁସ୍କିଲ। ଏବେ ବି ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି।

ରବିବାର ରାତିରେ ସୋଲାନ ଜିଲ୍ଲାରେ ବାଦଲ ଫଟା ବର୍ଷା ଯୋଗୁ ୭ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଶିମଲା ସହରର ସମର ହିଲ୍‌ରେ ଶିବ ମନ୍ଦିରରେ ଭୂସ୍ଖଳନ ଯୋଗୁ ୯ ଜଣଙ୍କ ଜୀବନ ଯାଇଥିଲା। ଏହି ଘଟଣାରେ ଅନେକ ଲୋକ ନିଖୋଜ ମଧ୍ୟ ହୋଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ମୃତଦେହ ମିଳିଛି। ଏବେ ବି ଅନ୍ୟମାନଙ୍କୁ ଧ୍ୱଂସାବଶେଷ ତଳୁ ଉଦ୍ଧାରକାରୀ ଟିମ ଖୋଜିବାରେ ଲାଗିଛନ୍ତି।

ପୂରା ସ୍ଥିତି ଉପରେ କେନ୍ଦ୍ର ସରକାର ନଜର ରଖିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି, ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଟିମ ମୁତୟନ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଲୋକଙ୍କୁ ଘର ମଧ୍ୟରେ ରହିବାକୁ ପରାମର୍ଶ ଦେଇଛନ୍ତି। ଡ୍ରେନ କିମ୍ବା ନଦୀ ପାଖକୁ ନ ଯିବାକୁ ସେ କହିଛନ୍ତି।

ଶିମଲା ସିଟିରେ ହୋଇଥିବା ଭୂସ୍ଖଳନରେ ୧୫ରୁ ୨୦ ଜଣ ଲୋକ ମାଟି ତଳେ ପୋତି ହୋଇ ରହିଛନ୍ତି। ଫାଗଲି ଅଞ୍ଚଳରେ ଏକାଧିକ ଘର ମଧ୍ୟ ଅଚାନକ ବନ୍ୟାରେ ଭାସି ଯାଇଛି।

ମାମଲିଘ ଗାଁରେ ବଦାଲ ଫଟା ବର୍ଷା ଯୋଗୁ ୬ ଜଣ ଭାସି ଯାଉଥିବା ବଆଳେ ସେମାନଙ୍କୁ ଉଦ୍ଧାର କରାଯାଇଛି। ପ୍ରାକୃତି ବିପର୍ଯ୍ୟୟ ଯୋଗୁ ୭୫୨ଟି ରାସ୍ତାରେ ଯାତାୟାତା ବନ୍ଦ ହୋଯାଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ମୌସୁମୀ ଆରମ୍ଭରୁ ହିଁ ହିମାଚଳ ପ୍ରଦେଶରେ ବିଭିନ୍ନ ସମୟରେ ଅଚାନକ ବନ୍ୟା ଦେଖିବାକୁ ମିଳିଛି। ଯେଉଁଥିରେ ପାଇଁ ବ୍ୟାପକ କ୍ଷତି ହୋଇଛି। ଏଯାଏ ମୋଟ ୭୦୨୦.୨୮ କୋଟି ଟଙ୍କା ରାଜ୍ୟ କ୍ଷତି ସହିଥିବା ଜଣାପଡ଼ିଛି।

Flood Situation Himachal Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe