Advertisment

୪ ଓଡ଼ିଆଙ୍କ ସହ ବାହାରିଲେ ୩୩ ଶ୍ରମିକ

୫ଟି ପର୍ଯ୍ୟାୟରେ ମୋଟ ୩୩ ଜଣ ଶ୍ରମିକଙ୍କୁ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କରାଯାଇଛି।

ଅଦ୍ୟତନ ହୋଇଛି
Tunnel

Tunnel

Advertisment

ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଦୀର୍ଘ ୧୭ ଦିନ ହେଲା ଫସି ରହିଥିବା ଶ୍ରମିକମାନଙ୍କୁ ଶେଷରେ ଉଦ୍ଧାର କରାଯାଇଛି। ଅକ୍ଲାନ୍ତ ପରିଶ୍ରମ ଓ ସମଗ୍ର ଦେଶର ପ୍ରାର୍ଥନା କାମ ଦେଇଛି। ଟନେଲରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ଶ୍ରମିକ। ପର୍ଯ୍ୟାୟକ୍ରମେ ୪୧ ଜଣ ଶ୍ରମିକଙ୍କୁ ପାଇପ ଯୋଗେ ବାହାରି କରାଯାଉଛି।

Advertisment

୫ଟି ପର୍ଯ୍ୟାୟରେ ମୋଟ ୩୩ ଜଣ ଶ୍ରମିକଙ୍କୁ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରେ ୪ ଜଣ ଓଡ଼ିଆ ମଧ୍ୟ ରହିଛି। ୪ ଓଡ଼ିଆ ଟନେଲରୁ ଉଦ୍ଧାର ହୋଇଥିବା ସେମାନଙ୍କ ଘରକୁ ଫୋନ ଯୋଗେ ଅବଗତ କରାଯାଇଛି। ମୟୂରଭଞ୍ଜ ବାଙ୍ଗିରିପୋଷି ବେଢ଼ାକୁଦର ବିଶ୍ୱେଶ୍ୱର ନାୟକ ଓ ଧୀରେନ ନାୟକ, ଭଦ୍ରକ ବାସୁଦେବପୁର ବ୍ଲକ ସାନକୃଷ୍ଣପୁରର ତପନ ମଣ୍ଡଳ ବାହାରିଲେ, ନବରଙ୍ଗପୁର ଜିଲ୍ଲାର ଭଗବାନ ଭଦ୍ରା ଉଦ୍ଧାର ହୋଇଥିବା ସୂଚନା ମିଳିଛି। ଏବେ ଆଉ ଜଣେ ମାତ୍ର ଓଡ଼ିଆ ଟନେଲ ଭିତରେ ରହିଛନ୍ତି।  

ପ୍ରଥମ ପର୍ଯ୍ୟାୟରେ ୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ଏହାପରେ ୪, ପରେ ୬, ପୁଣି ୩, ଶେଷରେ ୪ ଓ ପରେ ୧୧ ଜଣଙ୍କୁ ଟନେଲରୁ ପାଇପ ଯୋଗେ ଷ୍ଟ୍ରେଚର ଦ୍ୱାରା ବାହାର କରାଯାଇଛି। ଉଦ୍ଧାର ପରେ ତୁରନ୍ତ ସେମାନଙ୍କୁ ଡାକ୍ତରଖାନା ପଠାଯାଇଥିଲା। ପରବର୍ତ୍ତୀ ଅନ୍ୟମାନଙ୍କୁ ପର୍ଯ୍ୟାୟକ୍ରମେ ସୁଡ଼ଙ୍ଗରୁ ବାହାର କରାଯାଉଛି। ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ପ୍ରାୟ ୩୦ ମିନିଟ ସମୟ ଲାଗିବ।

Advertisment

ପ୍ରଥମ ଶ୍ରମିକ ବାହାରକୁ ଆସିବା ପରେ ତାଙ୍କୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂହ ସ୍ୱାଗତ କରିଥିଲେ। ଏହାପରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଶ୍ରମିକଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ପଠାଯାଇଛି।

ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ବଡ଼ବଡ଼ ଓ ଅତ୍ୟାଧୁନିକ ମେସିନର ସହାୟତା ନିଆଯାଇଥିଲା। କିନ୍ତୁ ସବୁ କିଛି ଫେଲ ମାରିଥିଲା। ଶେଷରେ ପାରମ୍ପରିକ ରାଟ ହୋଲ୍‌ ମାଇନିଂ ଦ୍ୱାରା ଶ୍ରମିକମାନଙ୍କ ପାଖରେ ଉଦ୍ଧାକାରୀ ଦଳର ପାଇପ ପହଞ୍ଚିଥିଲା।

ରାଟ ମାଇନିଂ ଜରିଆରେ ଶ୍ରମିକମାନେ ୨୪ ଘଣ୍ଟାରେ ୧୦ ମିଟର ଗାତ ଖୋଳିଥିଲେ। ବାକି ୨ ମିଟର ଖୋଳା ଯିବା ପରେ ଶ୍ରମିକମାନଙ୍କ ପାଖରେ ପାଇପ ପହଞ୍ଚିଥିଲା। ଏହି ପାଇପ ଯୋଗେ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଛି।

Uttarakashi Tunnel Collapses
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe