Advertisment

ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଲେ ୩୪ ପୁରୁଣା ଚେହେରା

ଏଥର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ୭୧ ନେତା। ମାତ୍ର ଚଳିତ ଥର ବାଦ ପଡ଼ିଛନ୍ତି ୩୪ ପୁରୁଣା ଚେହେରା ।

author-image
Niharika Rout
ଅଦ୍ୟତନ ହୋଇଛି
PM Modi

PM Modi

ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଆରମ୍ଭ କରିଛନ୍ତି ନିଜ ତୃତୀୟ ପାଳି । ଏଥର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ୭୧ ନେତା। ମାତ୍ର   ମନ୍ତ୍ରୀମଣ୍ଡଳରୁ ଏଥର ବାଦ ପଡ଼ିଛନ୍ତି ୩୪ ପୁରୁଣା ଚେହେରା । କିଛି ଜଣ ପାର୍ଟିର ଆଗ ଧାଡ଼ିର ନେତା ହୋଇ ନିର୍ବାଚନ ଜିତିଥିଲେ ବି ମନ୍ତ୍ରୀ ପଦ ହାତେଇ ପାରି ନାହାନ୍ତି। ଆଉ କିଛି ତୁଙ୍ଗ ନେତା ନିଜ ସିଟ୍‌ ବଞ୍ଚାଇବାରେ ସକ୍ଷମ ହୋଇ ପାରି ନାହାନ୍ତି।

Advertisment

ଚଳିତ ନିର୍ବାଚନରେ ବିଜେପି ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରି ପାରି ନ ଥିବାରୁ ସହଯୋଗୀଙ୍କ ଉପରେ ଭରସା କରି ସରକାର ଗଠନ କରିଛି। ଏହାପରେ ଗତକାଲି ନୂଆ ମନ୍ତ୍ରିମଣ୍ଡଳ ଶପଥ ନେଇଥିବା ବେଳେ ଏଥିରେ ମୋଦିଙ୍କୁ ବାଦ ଦେଇ ୭୧ ମନ୍ତ୍ରୀ ସାମିଲ ହୋଇଛନ୍ତି।

ଗତ ଥର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ସ୍ୱାଧ୍ୱୀ ନିରଞ୍ଜନ ଜ୍ୟୋତି, ସ୍ମୃତି ଇରାନୀ, ଅଜୟ ମିଶ୍ରା ଟୋନି, ମହେନ୍ଦ୍ର ନାଥ ପାଣ୍ଡେ, ସଞ୍ଜୀବ ବାଲିୟାନ, ଭାନୁ ପ୍ରତାପ ବର୍ମା, କୌଶଳ କିଶୋର, ଆରକେ ସିଂହ, ଅର୍ଜ୍ଜୁନ ମୁଣ୍ଡା, ରାଜୀବ ଚନ୍ଦ୍ରଶେଖର, ନିଶିଥ ପାରମାଣିକ, ସୁବାଷ ସରକାର, ଭାରତୀ ପାୱାର, ରାଓ ସାହେବ ଦାନବେ ଓ କପିଲ ପାଟିଲ ଚଳିତ ଲୋକସଭା ନିର୍ବାଚନ ହାରି ଯାଇଛନ୍ତି।  ଏହାବାଦ ମିନାକ୍ଷୀ ଲେଖି, ରାଜକୁମାର ରଞ୍ଜନ ସିଂହ, ଜେନେରାଲ ଭିକେ ସିଂହ, ଜନ୍‌ ବାର୍ଲା  ଓ ଅଶ୍ୱିନୀ ଚୌବେଙ୍କୁ ଏଥର ଦଳ ଟିକେଟ ଦେଇନି।

Advertisment

ଅଜୟ ଭଟ୍ଟ, ଅନୁରାଗ ଠାକୁର ଓ ନାରାୟଣ ରାଣେ ନିଜ ସିଟ୍‌ରେ ବହୁମତ ହାସଲ କରି ବିଜୀୟ ହୋଇଥିବା ବେଳେ ମନ୍ତ୍ରିମଣ୍ଡଳରେ କିନ୍ତୁ ନିଜ ଜାଗା ପକ୍କା କରି ପାରି ନାହାନ୍ତି ।

ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ନ ଥିବା ଗତଥରର ଅନ୍ୟ ମନ୍ତ୍ରୀମାନେ ହେଲେ ରାଜ କୁମାର ସିଂହ, ମହେନ୍ଦ୍ର ନାଥ ପାଣ୍ଡେ, ପୁରୁଷୋତ୍ତମ ରୁପାଲା, ରାଜୀବ ଚନ୍ଦ୍ରଶେଖର, ଭାନୁ ପ୍ରତାପ ସିଂହ, ଫଗନ ସିଂହ କୁଲସ୍ତେ, ଦର୍ଶନା ହରଦୋଶ, ବି ମୁରଲିଧରନ, କୌଶଲ କୁମାର, ଅଜୟ କୁମାର, ପ୍ରତିମା ଭୌମିକ, ଭାଗବତ କରାଡ, ରାଜକୁମାର ରଞ୍ଜନ ସିଂହ, ଭାରତୀ ପାୱାର, ବିଶେଶ୍ୱର ଟୁଡୁ ପ୍ରମୁଖ ।

PM Modi Modi 3.0 Modi Cabinet 3.0