Advertisment

ଏହି ରାଜ୍ୟରୁ ଚିହ୍ନଟ ହେଲେଣି ୩୪ JN.1 ଆକ୍ରାନ୍ତ, ୩ ଜଣଙ୍କ ଜୀବନ ଗଲା

ସେହିପରି ବେଙ୍ଗାଲୁରୁ ସାଉଥ, ୱେଷ୍ଟ ଓ ରାମନଗର ଜିଲ୍ଲାରେ ଜଣେ ଲେଖାଏ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

author-image
Hemant Lenka
Corona

Corona

ବର୍ତ୍ତମାନ ଭାରତରେ ଆତଙ୍କ ସୃଷ୍ଟି କରିଥିବା କରୋନାର ଜେଏନ.୧ ଭାରିଏଣ୍ଟ ଏବେ ତା’ର କାୟାବିସ୍ତାର କରିବାରେ ଲାଗିଛି। ବିଶେଷ କରି କର୍ଣ୍ଣାଟକାରେ ଏହା ବେକାବୁ ହେବାକୁ ବସିଛି। ରାଜ୍ୟର ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୪ ଜଣଙ୍କ ଶରୀରରୁ ଜେଏନ.୧ ଭାରିଏଣ୍ଟ ଚିହ୍ନଟ ହୋଇଛି। ସେହିପରି ୩ ଜଣ କରୋନା ଆକ୍ରାନ୍ତ ମଧ୍ୟ ପ୍ରାଣ ହରାଇଛନ୍ତି।

Advertisment

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଚିହ୍ନଟ ହୋଇଥିବା ୩୪ ଜେଏ.୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ଜଣ ବେଙ୍ଗାଲୁରୁରୁ, ୪ ଜଣ ମହୀଶୂର, ୩ ଜଣ ମାଣ୍ଡ୍ୟା ଓ ରାମନଗର, ବେଙ୍ଗାଲୁରୁ ଗ୍ରାମୀଣ ଓ ଚାମାରାଜନଗରରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବେଙ୍ଗାଲୁରୁ ସାଉଥ, ୱେଷ୍ଟ ଓ ରାମନଗର ଜିଲ୍ଲାରେ ଜଣେ ଲେଖାଏ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

ମୋଟ ୧୯୨ଟି ନମୁନା ପରୀକ୍ଷା ପାଇଁ ସଂଗୃହୀତ ହୋଇଥିଲା। ଏହା ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୬୦ଟି ନମୁନାର ଜେନୋମ ସିକ୍ୱେନ୍ସିଂ ହୋଇଛି। ବୁଧବାର ବାକି ସଂକ୍ରମିତଙ୍କ ଜେନୋମ ସିକ୍ୱେନ୍ସିଂ ରିପୋର୍ଟ ସାମ୍ନାକୁ ଆସିବ ବୋଲି ବିଭାଗ ସୂଚନା ଦେଇଛି।

Advertisment

ପଡ଼ୋଶୀ କେରଳ ଓ ତାମିଲନାଡୁରେ ମଧ୍ୟ ସଂକ୍ରମଣ ବଢ଼ୁଛି। ତେଣୁ କର୍ଣ୍ଣାଟକା ସରକାର ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସ୍ଥିତିକୁ ଦେଖି ବୟସ୍କ ବ୍ୟକ୍ତି, ଗର୍ଭବତୀ, ସଦ୍ୟ ମା’ ହୋଇଥିବା ମହିଳା ଓ ବହୁବିଧ ରୋଗରେ ପୀଡ଼ିତ ଲୋକଙ୍କୁ ଜଗଗହଳୀପୂର୍ଣ୍ଣ ଅଞ୍ଚଳକୁ ଯିବାକୁ ବାରଣ କରାଯାଇଛି। ସେହିପରି ସମସ୍ତଙ୍କୁ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

Corona Cases In India Coronavirus JN.1 JN.1 Variant