Advertisment

ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ: ୩୪% ପରିବାରର ଆୟ ୬ ହଜାରରୁ କମ

ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଓ ଅତ୍ୟନ୍ତ ପଛୁଆ ବର୍ଗର ଆର୍ଥିକ ସ୍ଥିତି ସମ୍ପର୍କିତ ରିପୋର୍ଟ ମଧ୍ୟ ବିହାର ସରକାର ଆଜି ବିଧାନସଭାରେ ଉପସ୍ଥାପନ କରିଛନ୍ତି।

Bihar

Bihar

Advertisment

ଜାତିଗତ ଜନଗଣନା ସର୍ଭେ କରିଥିବା ବିହାର ସରକାର ଆଜି ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟବାସୀଙ୍କ ଶିକ୍ଷା ଓ ଆର୍ଥିକ ସ୍ଥିତି ସମ୍ପର୍କରେ ତଥ୍ୟ ସାର୍ବଜନୀନ କରିଛନ୍ତି। ସରକାରଙ୍କ ତଥ୍ୟ ଅନୁସାରେ, ରାଜ୍ୟରେ ଏକ ତୃତୀୟାଂଶ ବା ୩୪% ପରିବାରର ମାସିକ ଆୟ ୬ ହଜାର ଟଙ୍କାରୁ କମ।

Advertisment

ସେହିପରି ଅନୁସୂଚିତ ଜାତି ଓ ଜନଜାତି ବର୍ଗର ୪୨% ପରିବାର ଗରିବୀ ରେଖା ତଳେ ରହୁଛନ୍ତି। ଏହାବାଦ ପଛୁଆ ଓ ଅତି ପଛୁଆ ବର୍ଗର ୩୩% ପରିବାରକୁ ମଧ୍ୟ ଗରିବ ଭାବେ ବିବେଚନା କରାଯାଇଛି। ସରକାରୀ ତଥ୍ୟ ଅନୁଯାୟୀ, ଅନୁସୂଚିତ ଜାତି ବର୍ଗର କେବଳ ୬% ଲୋକ ସେମାନଙ୍କର ସ୍କୁଲ ଶିକ୍ଷା ଶେଷ କରିବାକୁ ସକ୍ଷମ ହୋଇଛନ୍ତି।

ଅନ୍ୟପକ୍ଷରେ ୨୧୫ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଓ ଅତ୍ୟନ୍ତ ପଛୁଆ ବର୍ଗର ଆର୍ଥିକ ସ୍ଥିତି ସମ୍ପର୍କିତ ରିପୋର୍ଟ ମଧ୍ୟ ବିହାର ସରକାର ଆଜି ବିଧାନସଭାରେ ଉପସ୍ଥାପନ କରିଛନ୍ତି।

Advertisment

କିଛି ଦିନ ତଳେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଅଭିଯୋଗ ଆଣିଥିଲେ ଯେ ବିହାର ସରକାର ଆର୍ଥିକ ପଛୁଆ ବର୍ଗର ଲୋକଙ୍କୁ ଅଣଦେଖା କରି ମୁସଲିମ ଓ ଯାଦବ ସଂପ୍ରଦାୟର ଲୋକଙ୍କ ସଂଖ୍ୟା ଜାଣିଶୁଣି ଅଧିକ କରି ଦେଖାଇଛନ୍ତି। ଏହି ବାଦବିବାଦ ଭିତରେ ଆଜି ବିହାର ସରକାର ଶିକ୍ଷା ଓ ଆର୍ଥିକ ସ୍ଥିତିର ରିପୋର୍ଟ ଦେଇଛନ୍ତି।

ବିହାର ସରକାର ଉପସ୍ଥାପନ କରିଥିବା ଆର୍ଥିକ ସ୍ଥିତିର ରିପୋର୍ଟ ଅତ୍ୟନ୍ତ ଚିନ୍ତାଜନକ। ରାଜ୍ୟର ୩୪.୧୩% ପରିବାରର ଆୟ ୬ ହଜାର କିମ୍ବା ତା’ଠାରୁ କମ। ସେହିପରି ୨୯.୬୧% ପରିବାର ୧୦ ହଜାର କିମ୍ବା ତା’ଠାରୁ କମ ରୋଜଗାରରେ କଷ୍ଟମଷ୍ଟେ ଚଳୁଛନ୍ତି। ରାଜ୍ୟରେ ୨୮% ଲୋକଙ୍କ ଆୟ ୧୦ ହଜାରରୁ ୫୦ ହଜାର ଟଙ୍କା ମଧ୍ୟରେ ରହିଛି। କେବଳ ୪%ରୁ କମ ଲୋକ ହିଁ ମାସିକ ୫୦ ହଜାର ଟଙ୍କାରୁ ଅଧିକ ଆୟ କରୁଛନ୍ତି।

ମୋଟ ଉପରେ ଦେଖିବାକୁ ଗଲେ ଅନୁସୂଜିତ ଜାତି ବର୍ଗର ୪୨.୯୩% ପରିବାର ଓ ଅନୁସୂଚିତ ଜନଜାତି ବର୍ଗର ୪୨.୭୦% ପରିବାରକୁ ଗରିବୀ ରେଖା ତଳେ ରଖାଯାଇଛି। ସେହିପରି ପଛୁଆ ବର୍ଗ ଓ ଅତ୍ୟନ୍ତ ପଛୁଆ ବର୍ଗଙ୍କ କ୍ଷେତ୍ରରେ ଏହା ଯଥାକ୍ରମେ ୩୩.୧୬% ଓ ୩୩.୫୮% ରହିଛି। ଅନ୍ୟ ଜାତିର ୨୩.୭୨% ପରିବାରକୁ ଗିରବ ଭାବେ ଦର୍ଶାଯାଇଛି।

ସାଧାରଣ ଜାତିର କେବଳ ୨୫.୦୯% ପରିବାର ହେଉଛନ୍ତି ଗରିବ। ୨୫.୩୨% ଭୂମିହାର୍ସ, ୨୫.୩% ବ୍ରାହ୍ମଣ ଓ ୨୪.୮୯% ରାଜପୁତ ଜାତିର ଲୋକଙ୍କୁ ଗରିବ ଭାବେ ତାଲିକାଭୁକ୍ତ କରାଯାଇଛି। ବିହାରରେ ବ୍ରାହ୍ମଣ ଓ ରାଜପୁତ ହେଉଛନ୍ତି ମୋଟ ଜନସଂଖ୍ୟାର ୭.୧୧%। ସେହିପରି ଭୂମିହର୍ସଙ୍କ ଜନସଂଖ୍ୟା ୨.୮୬%।

ପଛୁଆ ବର୍ଗର ଆର୍ଥିକ ସ୍ଥିତିର ତାଲିକା ମଧ୍ୟ ସାମ୍ନାକୁ ଆସିଛି। ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସଂପ୍ରଦାୟ ଯାଦବ ବର୍ଗର ୩୫.୮୭% ପରିବାର ହେଉଛନ୍ତି ଗରିବ। ସେହିପରି ୩୪.୩୨% କୁଶୱାହା ଓ ୨୯.୯% କୁର୍ମି ସଂପ୍ରଦାୟର ଲୋକ ଗରିବ ରେଖା ତଳେ ରହିଥିବା ସରକାର କହିଛନ୍ତି। ମୋ

ହାରାହାରି ପ୍ରାୟ ୩୦% ଇବିସି ପରିବାର ହେଉଛନ୍ତି ଗରିବ। ଏହି ଗରିବଙ୍କ ମଧ୍ୟରେ ୨୯.୮୭% ତେଲି, ୩୨.୯୯% କାନୁସ, ୩୪.୦୮% ଚନ୍ଦ୍ରବଂଶୀ ୩୪.୭୫% ଧାନୁକୁସ ଓ ୩୫.୮୮କ୍ଷ ନୋନିୟାସ ରହିଛନ୍ତି।

ସ୍ୱାକ୍ଷରତା ତଥ୍ୟ

ବିହାରର ଶିକ୍ଷା ମନ୍ତ୍ରୀ ବିଜୟ କୁମାର ଚୌଧୁରୀଙ୍କ ତଥ୍ୟ ଅନୁସାରେ, ରାଜ୍ୟର ମୋଟ ସ୍ୱାକ୍ଷର ହାର ୭୯.୭% ରହିଛି। ପୁରୁଷଙ୍କ ତୁଳନାରେ ମହିଳାଙ୍କ ସ୍ୱାକ୍ଷର ହାର ଅଧିକ। ପ୍ରତି ୧ ହଜାର ପୁରୁଷରେ ମହିଳାଙ୍କ ସ୍ୱାକ୍ଷର ସଂଖ୍ୟା ଳ୯୫୩ ରହିଛି। ୨୦୧୧ରେ ଏହା ୯୧୮ ରହିଥିଲା।

ସର୍ଭେରେ ଭାଗ ନେଇଥିବା ୨୨.୬୭% ଲୋକ ପଞ୍ଚମ ଶ୍ରେଣୀ ଯାଏ ପଢ଼ିଛନ୍ତି। କିନ୍ତୁ ଅନୁସୂଚିତ ଜାତି ବର୍ଗରେ ଏହି ସଂଖ୍ୟା ୨୪.୩୧% ଓ ଅତ୍ୟନ୍ତ ପଛୁଆ ବର୍ଗଙ୍କ କ୍ଷେତ୍ରରେ ସ୍ୱାକ୍ଷର ହାର ୨୪.୬୫% ରହିଛି। ସାଧାରଣ ଜାତିଙ୍କ କ୍ଷେତ୍ରରେ ଏହା ମାତ୍ର ୧୭.୪୫%।

Bihar Caste Census Bihar Caste Census Bihar Caste Survey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe