Advertisment

Terror Link: ବଡ଼ ଷଡ଼ଯନ୍ତ୍ର ପଣ୍ଡ: ମିଳିଲା ୩୫୦ କେଜିର ବିସ୍ଫୋରକ ସହ ଅସ୍ତ୍ରଶସ୍ତ୍ର, ଆତଙ୍କୀ ଲିଙ୍କରେ ୨ ଡାକ୍ତର ଗିରଫ

ଫରିଦାବାଦ ପୁଲିସ୍‌ କମିଶନର ସତ୍ୟେନ୍ଦ୍ର କୁମାର ଗୁପ୍ତା କହିଛନ୍ତି ଯେ ୩୫୦ କେଜି ବିସ୍ଫୋରକ ସହ ୨୦ଟି ଟାଇମର୍ସ ଜବତ ହୋଇଛି। ପୂର୍ବରୁ ୩୫୦ କେଜିର ଆରଡିଏକ୍ସ ଜବତ ହୋଇଥିବା କିଛି ଗଣମାଧ୍ୟମ ଖବର ପ୍ରକାଶ କରିଥିଲେ। କିନ୍ତୁ ଜବତ ବିସ୍ଫୋରକ ଆରଡିଏକ୍ସ ନୁହେଁ ବୋଲି ପୁଲିସ୍ କମିଶନର ସ୍ପଷ୍ଟ କରିଛନ୍ତି।

Terror

ଗିରଫ ଡାକ୍ତର ଓ ଜବତ ବିସ୍ଫୋରକ

Advertisment

ଦେଶର ରାଜଧାନୀ ଦିଲ୍ଲୀ ନିକଟରୁ ମିଳିଛି ବିପୁଳ ପରିମାଣର ବିସ୍ଫୋରକ। ଜମ୍ମୁ-କଶ୍ମୀର(Jammu Kashmir) ଓ ହରିୟାଣା(Haryana) ପୁଲିସ୍‌ର ଗୋଟିଏ ଟିମ ୩୫୦ କେଜିର ବିସ୍ଫୋରକ ଜବତ କରିଛନ୍ତି। ହରିୟାଣାର ଫରିଦାବାଦରୁ ଏତେ ପରିମାଣର ଆମୋନିୟମ ନାଇଟ୍ରେଟ ସହ ଗୋଟିଏ ଆସଲ୍ଟ ରାଇଫଲ ଜବତ ହୋଇଛି।

Advertisment

କିଛି ଦିନ ତଳେ ପୁଲିସ୍‌ ଉତ୍ତର ପ୍ରଦେଶର ସାହାରନପୁରରୁ ଜଣେ କଶ୍ମିରୀ ଡାକ୍ତରକୁ ଗିରଫ କରିଥିଲା। ସେ ଶ୍ରୀନଗରରେ ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ(Terrorist)ର ସମର୍ଥନରେ ପୋଷ୍ଟର ମାରୁଥିବା ଜଣାପଡ଼ିବା ପରେ ଏପରି ଗିରଫଦାରୀ ହୋଇଥିଲା। ସେ ଗିରଫ ହେବା ପରେ ତା’ର ତଥ୍ୟ ଆଧାରରେ ଏତେ ପରିମାଣର ବିସ୍ଫୋରକ ଜବତ କରାଯାଇଛି। 

ଗିରଫ ଡାକ୍ତର ଆଦିଲ ଅହମଦ ରାଥେରକୁ ଜେରା କରିବା ବେଳେ ଫରିଦାବାଦ ମଡ୍ୟୁଲ ସମ୍ପର୍କରେ ସୂଚନା ପାଇଥିଲା ପୁଲିସ୍‌। ଏହି ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ରକୁ ଆଉ ଜଣେ ଡାକ୍ତର ମୁଜାମିଲ ସକୀଲ ଠିକଣାରେ ମହଜୁଦ କରି ରଖାଯାଇଥିଲା। ଶକୀଲକୁ ମଧ୍ୟ ପୁଲିସ୍‌ ଜମ୍ମୁ-କଶ୍ମୀରର ପୁଲୱାମାର ଗିରଫ କରିଥିଲା। ଶକୀଲ ଫରିଦାବାଦର ଏଆଇ-‍ଫଲାହ ହସ୍ପିଟାଲରେ କାର୍ଯ୍ୟରତ ଥିଲା। 

Advertisment

ଫରିଦାବାଦ ପୁଲିସ୍‌ କମିଶନର ସତ୍ୟେନ୍ଦ୍ର କୁମାର ଗୁପ୍ତା କହିଛନ୍ତି ଯେ ୩୫୦ କେଜି ବିସ୍ଫୋରକ ସହ ୨୦ଟି ଟାଇମର୍ସ ଜବତ ହୋଇଛି। ଏହାବାଦ ଗୋଟିଏ ପିସ୍ତଲ, ୩ଟି ମାଗାଜିନ ଓ ଗୋଟିଏ ୱାକିଟକି ଜବତ କରାଯାଇଛି। ପୂର୍ବରୁ ୩୫୦ କେଜିର ଆରଡିଏକ୍ସ ଜବତ ହୋଇଥିବା କିଛି ଗଣମାଧ୍ୟମ ଖବର ପ୍ରକାଶ କରିଥିଲେ। କିନ୍ତୁ ଜବତ ବିସ୍ଫୋରକ ଆରଡିଏକ୍ସ ନୁହେଁ ବୋଲି ପୁଲିସ୍ କମିଶନର ସ୍ପଷ୍ଟ କରିଛନ୍ତି।

ତାଙ୍କ କହିବା କଥା ଯେ ଫାଦାବାଦର ଅଲ ଫଲାହ ହସ୍ପିଟାଲରେ ରେଡ ବେଳେ ଏତେ ପରିମାଣର ବିସ୍ଫୋରକ ଜବତ ହୋଇଛି। ଡାକ୍ତର ଆଦିଲ ଦେଇଥିବା ତଥ୍ୟ ଆଧାରରେ ଏପରି ରେଡ ହୋଇଥିଲା। ଏହି ମାମଲାରେ ଡାକ୍ତର ଶକୀଲକୁ ମଧ୍ୟ ଗିରଫ କରାଯାଇଥିଲା।

ରେଡ ବେଳେ ଗୋଟିଏ ଆସଲ୍ଟ ରାଇଫଲ, ୩ ମାଗାଜିନ, ୮୩ଟି ଜୀବନ୍ତ ଗୁଳି, ଗୋଟିଏ ପିସ୍ତଲ, ୮ ରାଉଣ୍ଡ ଗୁଳି, ୨ଟି ଖାଲି କ୍ୟାଟ୍ରିଜ, ୨ଟି ଅତିରିକ୍ତ ମାଗାଜିନ, ୮ଟି ବଡ଼ ସୁଟକେସ, ୪ଟି ଛୋଟ ସୁଟକେସ, ସନ୍ଦିଗ୍ଧ ବିସ୍ଫୋରକ କେମିକାଲ, ବ୍ୟାଟେରୀ ଥିବା ୨୦ଟି ଟାଇମର୍ସ, ୨୪ଟି ରିମୋର୍ଟ କଣ୍ଟ୍ରୋଲ୍ସ, ୫ କେଜି ଓଜନର ମେଟାଲ, ୱାକିଟକି ସେଟ୍ସ, ଇଲେକ୍ଟ୍ରିକ ୱାଇରିଙ୍ଗ, ବ୍ୟାଟେରୀ ଓ ଅନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ଏହାବାଦ ଗୋଟିଏ ମାରୁତି ସ୍ୱିଫ୍ଟ କାର ପୁଲିସ୍‌ ଜବତ କରିଛି। କାରର ମାଲିକ ଜଣେ ମହିଳା ହୋଇଥିବାରୁ ତାଙ୍କୁ ମଧ୍ୟ ଅଟକ ରଖାଯାଇଥିବା ପୁଲିସ୍‌ କହିଛି। 

ତଦନ୍ତରୁ ଜଣାପଡ଼ିଛି ଯେ ଡାକ୍ତର ଶକୀଲ ଫରିଦାବାଦର ଧୋଜରେ ଗୋଟିଏ ଘର ଭଡ଼ା ନେଇଥିଲା। ସେଠାରୁ ଏତେ ପରିମାଣର ଜିନିଷ ଜବତ ହୋଇଛି। ପ୍ରାୟ ୧୫ ଦିନ ତଳେ ବିସ୍ଫୋରକ ଏଠାକୁ ଆସିଥିଲା। ୮ଟି ବଡ଼ ସୁଟକେସ ଓ ୪ଟି ଛୋଟ ସୁଟକେସରେ ଏହାକୁ ରଖାଯାଇଥିଲା। 

ପ୍ରକୃତରେ ପୂରା ଘଟଣା ଅକ୍ଟୋବର ୨୭ ସହ ଜଡ଼ିତ। ଅକ୍ଟୋବର ୨୭ରେ ଆତଙ୍କୀ ସଂଗଠନ ଜୈଶ ସମର୍ଥନରେ କିଛି ପୋଷ୍ଟର ଶ୍ରୀନଗରରେ ଦେଖିବାକୁ ମିଳିଥିଲା। ପୁଲିସ୍‌ ଏହାର ତଦନ୍ତ କରି ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଆଦିଲ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରୁଥିବା ଦେଖିବାକୁ ମିଳିଥିଲା। ଏହାପରେ ପୁଲିସ୍‌ ତା’କୁ ଉତ୍ତର ପ୍ରଦେଶର ସାହାରନପୁରରୁ ଗତ ସପ୍ତାହରେ ଗିରଫ କରିଥିଲା।

ପୁଲିସ୍‌ ଜାଣିବାକୁ ପାଇଛି ଯେ ଗତବର୍ଷ ଅକ୍ଟୋବର ଯାଏ ଆଦିଲ ଅନନ୍ତନାଗର ସରକାରୀ ମେଡିକାଲ କଲେଜରେ କାମ କରୁଥିଲା। ଅନନ୍ତନାଗରେ ଥିବା ତା’ର ଗୋଟିଏ ଲକରରୁ ପୁଲିସ୍‌ ଆସଲ୍ଟ ରାଇଫଲ ଜବତ କରିଥିଲା। ଗିରଫ ପରେ ପୁଲିସ ତା’କୁ ଜେରା କରିବା ବେଳେ ଫରିଦାବାଦ ଲିଙ୍କ ସାମ୍ନାକୁ ଆସିଥିଲା। ସେଠାରୁ ପୁଲିସ୍‌ ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଜବତ କରିଛି। 

ପୂର୍ବରୁ ଜମ୍ମୁ-କଶ୍ମୀର ପୁଲିସ୍‌ ଅନନ୍ତନାଗର ସରକାରୀ ମେଡିକାଲ କଲେଜରେ ଆଦିଲର ଚ୍ୟାମ୍ବରରୁ ଗୋଟିଏ ଏକେ ୪୭ ଓ କିଛି ଗୁଳିଗୋଳା ଜବତ କରିଥିଲା। ଏବେ ଜମ୍ମୁ-କଶ୍ମୀର ଓ ହରିୟାଣ ପୁଲିସ୍‌ର ମିଳିତ ଅପରେସନରେ ଫରିଦାବାଦରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇପାରିଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Jammu Kashmir Terrorist Haryana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe