Advertisment

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଟଳିଲେ ୩୬ ନକ୍ସଲ

ଗୁରୁବାର ଠାରୁ ଜଙ୍ଗଲ ମଧ୍ୟରେ ଜିଲ୍ଲା ରିଜର୍ଭ ଗାର୍ଡ(ଡିଆରଜି) ଓ ସ୍ପେଶାଲ ଟାକ୍ସ ଫୋର୍ସ(ଏସଟିଏଫ) ପକ୍ଷରୁ ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ କରାଯାଇଥିଲା।

author-image
Hemant Lenka
Encounter

Encounter

ସୁରକ୍ଷାକର୍ମୀଙ୍କୁ ମିଳିଛି ବହୁତ ବଡ଼ ସଫଳତା। ଛତିଶଗଡ଼ର ନାରାୟଣପୁର-ଦାନ୍ତେୱାଡ ସୀମାନ୍ତରେ ଥିବା ଗୋଟିଏ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୩୬ ନକ୍ସଲ। ଜଙ୍ଗଲ ମଧ୍ୟରୁ ୩୬ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେ ବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି। ତେଣୁ ଆଗକୁ ଆହୁରି ମୃତଦେହ ମିଳିବାର ସମ୍ଭାବନା ରହିଛି। ୩୬ ନକ୍ସଲଙ୍କ ମୃତଦେହ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବନ୍ଧୁକ ଜବତ କରାଯାଇଛି।

Advertisment

ଗୁରୁବାର ଠାରୁ ଜଙ୍ଗଲ ମଧ୍ୟରେ ଜିଲ୍ଲା ରିଜର୍ଭ ଗାର୍ଡ(ଡିଆରଜି) ଓ ସ୍ପେଶାଲ ଟାକ୍ସ ଫୋର୍ସ(ଏସଟିଏଫ) ପକ୍ଷରୁ ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ କରାଯାଇଥିଲା। ଆଜି ପ୍ରାୟ ଦିନ ୧୨.୩୦ ବେଳେ ନକ୍ସଲଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିଥିଲା।

ନକ୍ସଲମାନେ ସୁରକ୍ଷାକର୍ମୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଗୁଳି ବିନିମୟ ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ୩୬ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି। ସେମାନଙ୍କ ନିକଟରୁ ଏକେ ୪୭ ସହ ବିପୁଳ ପରିମାଣର ରାଇଫଲ ମିଳିଛି।

Advertisment

ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, ପ୍ରଥମେ ଗୁଇନ୍ଦା ବିଭାଗ ପକ୍ଷରୁ ସଂଖ୍ୟାଧିକ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିଥିଲା। ଏହାପରେ ଓରଚା ଓ ବାରସୁର ପୁଲିସ ଷ୍ଟେସନ ଅଧୀନରେ ଥିବା ଗୋଭେଲ, ନେନ୍ଦ୍ରୁ ଓ ଥୁଲଥୁଲି ଗାଁରେ ଅପରେସନ ଆରମ୍ଭ ହୋଇଥିଲା।

ଅପରେସନ ଚାଲିଥିବା ବେଳେ ଆଜି ମଧ୍ୟାହ୍ନରେ ନେନ୍ଦ୍ରୁ-ଥୁଲୁଥୁଲି ଗାଁ ନିକଟରେ ଥିବା ଜଙ୍ଗଲରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଏତେ ସଂଖ୍ୟକ ମାଓବାଦୀଙ୍କ ମୃତଦେହ ମିଳିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏତେ ବଡ଼ ଏନକାଉଣ୍ଟରରେ ଜଣେ ହେଲେ ବି ସୁରକ୍ଷାକର୍ମୀ ଆହତ ହୋଇ ନାହାନ୍ତି।

Chhattisgarh Naxal Attack Naxal Naxal Activities Naxal Dead