Advertisment

ଜେଲ୍‌ରେ ୩୬ କଏଦୀ HIV ପଜିଟିଭ୍‌ ଚିହ୍ନଟ

ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ କଏଦୀଙ୍କ କାଉନ୍‌ସେଲିଂ ଆରମ୍ଭ କରିଛି ଜେଲ ପ୍ରଶାସନ।

prisoners test HIV positive

prisoners test HIV positive

Advertisment

ଜେଲ୍‌ରେ ବନ୍ଦ ଥିବା ୩୬ ଜଣ କଏଦୀ HIV ପଜିଟିଭ ଚିହ୍ନଟ ହୋଇଛନ୍ତି। ଉତ୍ତରପ୍ରଦେଶ ଲକ୍ଷ୍ନୌର ଏକ ଜିଲ୍ଲା ଜେଲ୍‌ରୁ ସାମ୍ନାକୁ ଆସିଛି ଏଭଳି କିଛି ଘଟଣା। କଏଦୀମାନେ ଏଚ୍‌ଆଇଭିରେ ସଂକ୍ରମିତ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ଏବଂ ଜେଲ୍ ପ୍ରଶାସନରେ ହଇଚଇ ସୃଷ୍ଟି ହୋଇଛି। ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ କଏଦୀଙ୍କ ତୁରନ୍ତ ଚିକିତ୍ସା କରାଯାଇ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଛି।

Advertisment

ୟୁପି ଏଡସ୍ କଣ୍ଟ୍ରୋଲ୍ ସୋସାଇଟିର ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ବିଭାଗ ଲକ୍ଷ୍ନୌର ଜିଲ୍ଲା ଜେଲରେ ଏଚ୍ଆଇଭି ପରୀକ୍ଷା କରିଥିଲା। କଏଦୀମାନଙ୍କର ଏହି ପରୀକ୍ଷା ଡିସେମ୍ବର ୨୦୨୩ରେ କରାଯାଇଥିଲା। ଏବେ ରିପୋର୍ଟ ସାମ୍ନାକୁ ଆସିବା ପରେ ୩୬ ଜଣ କଏଦୀ ଏଚ୍.ଆଇ.ଭିରେ ସଂକ୍ରମିତ ଥିବା ଜଣାପଡିଛି। ଏହା ପରେ ଜେଲ ପ୍ରଶାସନ ଆକ୍ଟିଭ ମୁଡ୍‌କୁ ଆସିଛି। କଏଦୀମାନଙ୍କ କାଉନ୍‌ସିଲିଂ ଆରମ୍ଭ ହୋଇଛି। ଏ ସମସ୍ତ କଏଦୀ କିଭଳି ଏଚ୍‌ଆଇଭିରେ ସଂକ୍ରମିତ ହେଲେ ସେ ନେଇ ଯାଞ୍ଚ ଚାଲିଛି।

ଏହାପୂର୍ବରୁ ଉକ୍ତ ଜେଲରେ ୧୧ ଜଣ କଏଦୀ ଏଚ୍‌ଆଇଭିରେ ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଏବେ ଏମାନଙ୍କୁ ମିଶାଇ ମୋଟ ଏଚ୍‌ଆଇଭି ସଂକ୍ରମିତ କଏଦୀଙ୍କ ସଂଖ୍ୟା ୪୭ରେ ପହଞ୍ଚିଛି। KGMU ର ଆଣ୍ଟି ରେଟ୍ରୋ ଭାଇରାଲ୍ ଥେରାପି ସେଣ୍ଟରରେ ସମସ୍ତ ସଂକ୍ରମିତ କଏଦୀଙ୍କୁ ଚିକିତ୍ସା କରାଯାଉଛି।

Advertisment
Uttar Pradesh AIDS HIV Lucknow Jail
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe